ETV Bharat / entertainment

ହସ୍ପିଟାଲରୁ ଡିସଚାର୍ଜ ହେଲେ ତନୁଜା, ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ପରେ ଘରକୁ ଫେରିଲେ

Tanuja Mukherjee Health Update: ଭେଟେରାନ୍‌ ବଲିଉଡ ଅଭିନେତ୍ରୀ ତଥା କାଜୋଲଙ୍କ ମା' ତନୁଜାଙ୍କ ସ୍ବାସ୍ଥ୍ୟ ବର୍ତ୍ତମାନ ଭଲ ଅଛି । ରିପୋର୍ଟ ଅନୁସାରେ, ଅଭିନେତ୍ରୀ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ

ହସ୍ପିଟାଲରୁ ଡିସଚାର୍ଜ ହେଲେ ଅଭିନେତ୍ରୀ ତନୁଜା, ସ୍ବାସ୍ଥ୍ଯ ସୁଧାର ପରେ ଘରକୁ ଫେରିଲେ

author img

By ETV Bharat Odisha Team

Published : Dec 19, 2023, 2:20 PM IST

ହାଇଦ୍ରାବାଦ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଭେଟେରାନ ବଲିଉଡ ଅଭିନେତ୍ରୀ ତଥା କାଜୋଲଙ୍କ ମା' ତନୁଜା ବର୍ତ୍ତମାନ ସ୍ୱାସ୍ଥ୍ୟରେ ସୁଧାର ହେବା ପରେ ଘରକୁ ଫରେିଛନ୍ତି । ସୂଚନା ଅନୁସାରେ, ନିକଟରେ ଅଭିନେତ୍ରୀ କାଜୋଲଙ୍କ ମା' ତନୁଜାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଏହା ପରେ ତାଙ୍କୁ ମୁମ୍ବାଇର ଜୁହୁର ଏକ ଡାକ୍ତରଖାନାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ଅଭିନେତ୍ରୀଙ୍କ ସମସ୍ତ ଫ୍ୟାନ୍ସ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରି ଆସୁଥିଲେ। ବର୍ତ୍ତମାନ ଖବର ଆନୁସାରେ, ତନୁଜାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ଏବଂ ତାଙ୍କୁ ଡାକ୍ତରଖାନାରୁ ମଧ୍ୟ ଡିସଚାର୍ଜ କରାଯାଇଛି ।

ରିପୋର୍ଟ ଅନୁସାରେ, ତାଙ୍କର ସମସ୍ତ ସ୍ବାସ୍ଥ୍ୟ ପାରାମିଟର ସ୍ୱାଭାବିକ ଥିବାରୁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି । ସୂଚନା ଥାଉ କି, ଭେଟେରାନ ଅଭିନେତ୍ରୀ ଏବେ 80 ବର୍ଷୀୟ ବୟସ୍କା । ଏହି ସମୟରେ ସେ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା । ପରେ ତାଙ୍କୁ ମୁମ୍ବାଇର ଜୁହୁ ହସ୍ପିଟାଲର ଭର୍ତ୍ତି କରାଯାଇଥିଲା । ପରେ ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଅଭିନେତ୍ରୀ ଘରକୁ ଫେରିଛନ୍ତି ।

୧୯୬୦ ଏବଂ ୧୯୭୦ ଦଶକର ଜଣେ ଲୋକପ୍ରିୟ ଅଭିନେତ୍ରୀ ତନୁଜା ବାହାରେଁ ଫିର ଭୀ ଆୟେଙ୍ଗି, ମେରେ ଜୀବନ୍ ସାଥୀ, ଜୀନେ କି ରାହ ଏବଂ ଦୟା ନେୟା ପରି ଅନେକ ହିନ୍ଦୀ ଏବଂ ବଙ୍ଗାଳୀ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେ ୧୯୫୦ ମସିହାରେ ଚଳଚ୍ଚିତ୍ର "ହମାରି ବେଟି" ସହ ଶିଶୁ କଳାକାର ଭାବରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ତାଙ୍କର ବଡ଼ ଭଉଣୀ ନୂତନ ମଧ୍ୟ ଏହି ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟି ତାଙ୍କ ମା ଏବଂ ଭେଟେରାନ ଅଭିନେତ୍ରୀ ଶୋଭନା ସମର୍ଥଙ୍କ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥମ ଚଳଚ୍ଚିତ୍ର ଥିଲା ।

ଏହା ମଧ୍ୟ ପଢନ୍ତୁ: ଆଇସିୟୁରେ ଭର୍ତ୍ତି ଭେଟେରାନ ଅଭିନେତ୍ରୀ ତନୁଜା ମୁଖାର୍ଜୀ

ଏଥିସହ ତନୁଜା ମଧ୍ୟ ଛୋଟ ପରଦାରେ କାମ କରିଛନ୍ତି । ତାଙ୍କୁ ଟିଭି ଶୋ "ଆରମ୍ଭ" ଏବଂ "ଜୁନୁନ୍" ରେ ଦେଖିବାକୁ ମିଳିଥିଲା​ । ତନୁଜାଙ୍କୁ ଶେଷ ଥର ପାଇଁ ପ୍ରାଇମ ଭିଡିଓର ୨୦୨୨ ଆନ୍ଥୋଲୋଜି "ମଡର୍ନ ଲଭ୍: ମୁମ୍ବାଇ"ରେ ଦେଖିବାକୁ ମିଳିଥିଲା ​​। ତନୁଜା ବଲିଉଡର ଜଣାଶୁଣା ଅଭିନେତ୍ରୀ କାଜୋଲ ଏବଂ ତନିଶା ମୁଖାର୍ଜୀଙ୍କ ମା' ଅଟନ୍ତି । କାଜୋଲ ନିଜ ଅଭିନୟ ସହ ହିନ୍ଦୀ ସିନେମାରେ ସ୍ଥାନ ହାସଲ କରିଥିବାବେଳେ ଭଉଣୀ ତନିଷା ଏତେଟା ନାଁ ହାସଲ କରିନଥିବା ବେଳେ ବର୍ତ୍ତମାନ ତାଙ୍କୁ ଝଲକ ଦିଖଲା ଜା ଶୋ'ରେ ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.