ETV Bharat / entertainment

ଆଖରୀ ସଚ୍ଚ ସ୍କ୍ରିନିଂରେ ତମନ୍ନା-ବିଜୟ, କପଲଙ୍କୁ ଏକାଠି ଦେଖି ଫ୍ୟାନ୍ସ କହିଲେ... - ତମନ୍ନା ଭାଟ୍ଟିଆ

ଡେଟିଂକୁ ନେଇ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି ତମନ୍ନା ଭାଟ୍ଟିଆ ଏବଂ ବିଜୟ ବର୍ମା । ଅନେକ ସମୟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିବା ବେଳେ ପୁଣି ଏହି କପଲଙ୍କୁ ସ୍ପଟ୍ କରାଯାଇଛି । ଏହି ଯୋଡ଼ିଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅଧିକ ପଢନ୍ତୁ

ଆଖରୀ ସଚ୍ଚ ସ୍କ୍ରିନିଂରେ ନଜର ଆସିଲେ ତମନ୍ନା-ବିଜୟ, କପଲଙ୍କୁ ଏକାଠି ଦେଖି ଫ୍ୟାନ୍ସ କହିଲେ ଏମିତି

author img

By ETV Bharat Odisha Team

Published : Aug 24, 2023, 6:25 PM IST

ହାଇଦ୍ରାବାଦ: ଆଜିକାଲି ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଏବଂ ବିଜୟ ବର୍ମାଙ୍କ ଲଭଷ୍ଟୋରୀକୁ ନେଇ ବଲିଉଡରେ ଅନେକ ଚର୍ଚ୍ଚା ହେଉଛି । ଲଷ୍ଟ୍‌ ଷ୍ଟୋରୀ-2ରେ ଦେଖାଯାଇଥିବା ଏହି ଅନସ୍କ୍ରିନ୍ ଯୋଡ଼ି ଏବେ ପ୍ରେମରେ ପଡ଼ିଥିବା ଚର୍ଚ୍ଚା ହେଉଛି । ଉଭୟ ବିଜୟ ଏବଂ ତମନ୍ନା ଏକାଠି ନଜର ଆସିଥିବା ବେଳେ ପରସ୍ପର ପ୍ରତି ନିଜର ପ୍ରେମ ବ୍ୟକ୍ତ କରୁଥିବା ନଜର ଆସିଛନ୍ତି । ଏହାରି ମଧ୍ୟରେ ପୁଣି ବିଜୟ ଏବଂ ତମନ୍ନାଙ୍କୁ ଏକ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳିଛି । ଏଠାରେ ଏହି ଯୋଡି ପ୍ୟାପ୍ସଙ୍କ ଆଗରେ ପୋଜ୍‌ ଦେଇଥିବା ବେଳେ ୟୁଜର୍ସ ତମନ୍ନାଙ୍କୁ ଭାଭି ବୋଲି ଟ୍ରୋଲ କରିଛନ୍ତି ।

ଗତକାଲି ରାତିରେ ମୁମ୍ବାଇରେ ତମନ୍ନାଙ୍କ ଆଗାମୀ ଥ୍ରୀଲର ସିରିଜ ଆଖରୀ ସଚ୍ଚର ସ୍କ୍ରିନିଂରେ ଅଭିନେତ୍ରୀ ବିଜୟ ବର୍ମାଙ୍କ ସହ ସାମିଲ ହୋଇଥିଲେ। ତମନ୍ନା ଏବଂ ବିଜୟ ଏକାଠି ପୋଜ୍ ଦେଇଥିଲେ । ତମନ୍ନା ବ୍ଲୁ ପ୍ୟାଣ୍ଟ୍‌ ଏବଂ ହ୍ବାଇଟ୍ ସାର୍ଟ ପିନ୍ଧିଥିବା ବେଳେ ବିଜୟ ବ୍ଲାକ୍‌ ପ୍ୟାଣ୍ଟ ସହ ଭାଓଲେଟ ରଙ୍ଗର ହୁଡିରେ ଖୁବ ସୁନ୍ଦର ଦେଖାଯାଉଥିଲେ । ପରସ୍ପରର ହାତ ଧରି ଦୁହେଁ ପୋଜ୍ ଦେଇଥିଲେ । ଏହି ସମୟରେ ପ୍ରଶଂସକମାନେ ତମନ୍ନା ଭାଉଜ ବୋଲି ଡାକିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବି ଫ୍ୟାନ୍ସ ଏହି ଯୋଡିକୁ ହିଟ୍ ବୋଲି କହିଛନ୍ତି ।

ତମନ୍ନା ଏବଂ ବିଜୟଙ୍କ ସୁନ୍ଦର ଯୋଡ଼ି ଫିଲ୍ମ ଲଷ୍ଟ ଷ୍ଟୋରୀ-2ରେ ନଜର ଆସିଥିଲେ। ଏହି ଫିଲ୍ମର ସୁଟିଂ ସମୟରେ ଉଭୟ ପ୍ରେମର ପଡ଼ିଥିଲେ। ଏଥିସହ ଏହି ଚଳଚ୍ଚିତ୍ରରେ ତମନ୍ନା ପ୍ରଥମ ଥର ପାଇଁ ଇଣ୍ଟିମେଟ୍‌ ସିନ୍ କରିଥିଲେ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଉଭୟ ତମନ୍ନା ଭାଟିଆ ଏବଂ ବିଜୟ ବର୍ମା OTTରେ ବହୁତ ସକ୍ରିୟ ଅଟନ୍ତି । ତମନ୍ନା ଅନେକ ସିରିଜ୍ ଏବଂ ଚଳଚ୍ଚିତ୍ର ବ୍ୟାକ୍-ଟୁ-ବ୍ୟାକ୍ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜେଲର ପରେ ଓଟିଟିରେ ଜଲୱା ଦେଖାଇବେ ତମନ୍ନା, ଟ୍ରେଲର ସହ ନୂଆ ସିରିଜର ଘୋଷଣା

ନିକଟରେ ମୁକ୍ତିଲାଭ କରିଥିବା ତମନ୍ନା ଭାଟିଆ ଏବଂ ରଜନୀକାନ୍ତଙ୍କ ଫିଲ୍ମ 'ଜେଲର' ବକ୍ସ ଅଫିସରେ ଏକ ଧମାକା କରୁଛି । ଏହାପୂର୍ବରୁ 'ଜୀ କରଦା' ଏବଂ ଲଷ୍ଟ ଷ୍ଟୋରୀ-2ରେ ଅଭିନୟ କରିଥିଲେ ଏବଂ ବର୍ତ୍ତମାନ 'ଆଖରୀ ସଚ୍ଚ'ରେ ନଜର ଆସିବେ । ଏହି ସିରିଜରେ ତମନ୍ନା ଜଣେ ପୋଲିସ୍ ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି । ଅଗଷ୍ଟ 25ରେ ଡିଜନି ଫ୍ଲସ୍ ହଟ୍‌ଷ୍ଟାରରେ ଏହି ସିରିଜ ଷ୍ଟ୍ରିମିଂ ହେବ । ସେପଟେ ବିଜୟ ଲଷ୍ଟ୍‌ ଷ୍ଟୋରୀ-2 ପରେ ଦାହାଡ଼ରେ ନଜର ଆସିଥିଲେ । ଏହି ଫିଲ୍ମରେ ସେ ସାଇକୋ କିଲର୍‌ ଭାବରେ ତାଙ୍କର ଭୂମିକା ପାଇଁ ବିଜୟ ଧର୍ମେନ୍ଦ୍ର ଅନେକ ପ୍ରଶଂସା ସାଉଁଟି ପାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.