ହାଇଦ୍ରାବାଦ: ବଲିଉଡ ଏବଂ ଦକ୍ଷିଣ ସିନେମାରେ ସକ୍ରିୟ ଥିବା ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଏବେ ଚର୍ଚ୍ଚାରେ ଅଛନ୍ତି । ନିକଟରେ ରିଲିଜ୍ ହୋଇଥିବା ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ 'ଜେଲର'ରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ 600 କୋଟିରୁ ଅଧିକ ଆୟ କରିଛି । ଫିଲ୍ମର ସଫଳତା ମଧ୍ୟରେ ବର୍ତ୍ତମାନ ତମନ୍ନା ଭାଟିଆ ମାଲଦ୍ୱୀପରେ ଏନଜୟ କରୁବାକୁ ଦେଖିବାକୁ ମିଳିଛି । ନିକଟରେ ତାଙ୍କୁ ତଥାକଥିତ ପ୍ରେମିକ ତଥା ଅଭିନେତା ବିଜୟ ବର୍ମାଙ୍କ ସହ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଅଭିନେତ୍ରୀ ମାଲଦ୍ୱୀପ ବେଳାଭୂମିରୁ ନିଜର ଚମତ୍କାର ଫଟୋ ସେୟାର କରି ଇଣ୍ଟରନେଟ୍ରେ ନିଆଁ ଲଗାଇଛନ୍ତି ।
ଦିଲ୍ ଜିତିନେବ ତମନ୍ନାଙ୍କ ଏହି 6ଟି ଫଟୋ
ଏହି ଫଟୋ ଗୁଡ଼ିକରେ, ତମନ୍ନା ମାଲଦ୍ୱୀପର ସୋନେଭା ଫୁସି ବିଚରେ ବିଭିନ୍ନ ସ୍ଥାନରେ ସିଜ୍ଲିଙ୍ଗ୍ ପୋଜ୍ ଦେଉଥିବାର ନଜର ଆସିଛନ୍ତି । ଗୋଟିଏ ଫଟୋରେ ସେ ଗୋଲାପୀ ବିକିନିରେ ଏବଂ ଅନ୍ୟ ଫଟୋରେ ସେ ସମୁଦ୍ର କୂଳରେ ପଡ଼ିଥିବାର ନଜର ଆସିଛନ୍ତି । ତୃତୀୟ ଫଟୋରେ, ସେ ଏକ ମାଟିଆ ରଙ୍ଗର ପୋଷାକ ପିନ୍ଧିଛନ୍ତି । ଚତୁର୍ଥ ଫଟୋରେ ତମନ୍ନା ହାତରେ ଏକ କପ୍ ଚା’ ଧରି ବସିଛନ୍ତି । ପଞ୍ଚମ ଫଟୋରେ, ତମନ୍ନା ଟୋପି ପିନ୍ଧିଛନ୍ତି ଏବଂ ଷଷ୍ଠ ତଥା ଶେଷ ଫଟୋରେ ସେ ବିଶ୍ରାମ ନେଉଥିବାର ନଜର ଆସିଛନ୍ତି ।
ଏହା ମଧ୍ୟ ପଢନ୍ତୁ: କାଭାଲା ଗୀତରେ ତମନ୍ନା ଭାଟିଆଙ୍କ ଦମଦାର ଡ୍ୟାନ୍ସ, ବୟଫ୍ରେଣ୍ଡ ବିଜୟ ବର୍ମା କହିଲେ ଏମିତି
ଏହି ଫଟୋ ଗୁଡିକ ସେୟାର କରି, ତମନ୍ନା ତିନୋଟି ଇନ୍ଦ୍ରଧନୁ ଲୋଗୋ ସେୟାର କରିଛନ୍ତି । ବର୍ତ୍ତମାନ ଏହି ଫଟୋ ଗୁଡ଼ିକରେ ତମନ୍ନାଙ୍କ ପ୍ରଶଂସକଙ୍କ ପ୍ରତିକ୍ରିୟା ମଧ୍ୟ ଆସୁଛି । ଅଧିକାଂଶ ପ୍ରଶଂସକ ଅଭିନେତ୍ରୀଙ୍କୁ କେବଳ ଗୋଟିଏ ପ୍ରଶ୍ନ ପଚାରିଛନ୍ତି ଯେ, ବିଜୟ ବର୍ମା ଆପଣଙ୍କ ଫଟୋ କ୍ଲିକ୍ କରୁଛନ୍ତି, କିନ୍ତୁ ତାଙ୍କର ଗୋଟିଏ ବି ଫଟୋ ନାହିଁ । ଏହି ସମୟରେ, ଅନେକ ପ୍ରଶଂସକ ଅଛନ୍ତି ଯେଉଁମାନେ ଅଭିନେତ୍ରୀଙ୍କୁ ବିଜୟ ଭାଇ କେଉଁଠାରେ ଅଛନ୍ତି ବୋଲି ପଚାରୁଛନ୍ତି ? କେବଳ ଏତିକି ନୁହେଁ, ଅନେକ ପ୍ରଶଂସକ ଏମିତି ବି କହୁଛନ୍ତି ଯେ, ତୁମେ ତାଙ୍କୁ ଭଲ ପାଉଛ, କିନ୍ତୁ ତାଙ୍କ ସହିତ ଫଟୋ କାହିଁକି ସେୟାର କରୁନାହଁ । ତମନ୍ନାଙ୍କ ଏହି ଫଟୋ ଗୁଡ଼ିକରେ 4 ଲକ୍ଷରୁ ଅଧିକ ଲାଇକ୍ ଆସିଛି ।
ତମନ୍ନାଙ୍କ ୱାର୍କଫ୍ରଣ୍ଟ୍ କଥା କହିବାକୁ ଗଲେ, ଅଗଷ୍ଟ 10ରେ ରିଲିଜ ହୋଇଥିବା ଫିଲ୍ମ ଜେଲରରେ ରଜନୀକାନ୍ତଙ୍କ ବିପକ୍ଷରେ ନଜର ଆସିଛନ୍ତି ତମନ୍ନା । ପ୍ରଥମ ଦିନରେ 50କୋଟିରୁ ଅଧିକ କଲେକ୍ସନ କରି ସଫଳତା ହାସଲ କରିଛି । ବର୍ତ୍ତମାନ ଏହି ଫିଲ୍ମ 600 କୋଟିରୁ ଅଧିକ ଆୟ କରିିସାରିଲାଣି । ଅନ୍ୟପକ୍ଷରେ ତମନ୍ନା ଆଗାମୀ ପ୍ରୋଜେକ୍ଟ ମାଲାୟାଲମ୍ ଚଳଚ୍ଚିତ୍ର ବାନ୍ଦ୍ରା, ତାମିଲ ଚଳଚ୍ଚିତ୍ର ଅରନମନଇ 4 ଏବଂ ଜନ୍ ଆବ୍ରହାମଙ୍କ ସହ ହିନ୍ଦୀ ଫିଲ୍ମ 'ବେଦା'ରେ ନଜର ଆସିବେ ।