ହାଇଦ୍ରାବାଦ: 2007ରେ ରିଲିଜ ହୋଇଥିବା ବଲିଉଡ ଡେବ୍ୟୁ ଫିଲ୍ମ 'ତାରେ ଜମିନ ପର୍' ଦର୍ଶିଲ ସଫାରିଙ୍କୁ ଦେଇଥିଲା ଏକ ନୂଆ ପରିଚୟ । ଏହି ଫିଲ୍ମରେ ସେ ଷ୍ଟାର କିଡ୍ସ ଇଶାନ ଅବସ୍ତି ଭୂମିକାରେ ନଜର ଆସିଥିବା ବେଳେ ତାଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଇଥିଲା । ଏବଂ ଏହି ଡେବ୍ୟୁ ଫିଲ୍ମ ତାଙ୍କୁ ସେ ରାତାରାତି ଷ୍ଟାର କରିଥିଲା । ଏହି ଫିଲ୍ମରେ ତାଙ୍କ ସହ ବଲିଉଡ୍ ଅଭିନେତା ଅମୀର ଖାନ ନଜର ଆସିଥିବା ବେଳେ ସେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ତେବେ ବର୍ତ୍ତମାନ ୧୬ ବର୍ଷ ପରେ ଦର୍ଶିଲ ଏକ ସାକ୍ଷାତକାରରେ ନିଜ କ୍ୟାରିଅର ଏବଂ ଅମୀର ଖାନଙ୍କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।
ଏକ ସାକ୍ଷାତକାରରେ ଦର୍ଶିଲ ସଫାରୀଙ୍କୁ ପଚାଗଲା, "ତାରେ ଜମିନ ପର ପରେ କଣ ଆମୀର ଖାନ୍ ତାଙ୍କ କ୍ୟାରିଅରକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିଛନ୍ତି କି ? ଏହାର ଉତ୍ତରରେ ସେ କହିଛନ୍ତି, ନା, ମୁଁ ବହୁତ ଲାଜୁଆ । ଏମିତି ଜିନିଷକୁ ନେଇ ମୁଁ ବହୁତ ଅସହଜ ମନେ କରେ । ମୋତେ ବହୁତ ଥର ବହୁତ ଜଣ କହିଛନ୍ତି କି, ତୁମେ ଅମୀରଙ୍କ ସହ ସମ୍ପର୍କରେ ଅଛି । ତେବେ ତାଙ୍କୁ କଲ କର, ମେସେଜ କର । କିନ୍ତୁ ମୋତେ ଏହା ଭଲ ଲାଗେ ନାହିଁ । ମୁଁ କେବେ ବି ଆମୀରଙ୍କୁ କଲ କରି କାମ ମାଗିନି । ମୁଁ ଚାହୁଁଛି ଏହା ଆପେ ଆପେ ହୋଇଯାଏ ।"
ସେ ଆହୁରି କହିଛନ୍ତି, "ତୁମ ଉପରେ କାହାର ହାତ ଅଛି ଏହି କଥା ମୋତେ କେବେ ବି ବୁଝାପଡେନି । ଏବଂ ମୁଁ ଏହା କେବେ ଆଶା ବି କରିନାହିଁ । ତାରେ ଜମିନ ପରେ ମୁଁ ଯେଉଁ ଯେଉଁ ପ୍ରୋଜେକ୍ଟରେ କାମ କରିଛି, ମୁଁ ଏହା କରୁଛି ବୋଲି ଆମୀର ସାରଙ୍କୁ ଜଣାଇଛି । କିନ୍ତୁ ମୁଁ ଏହା କେବଳ ତାଙ୍କ ଆଶୀର୍ବାଦ ଏବଂ ଶୁଭକାମନା ପାଇବା ପାଇଁ । ମୋତ ଲାଜ ଲାଗୁଛି କଲ କରି କାମ ମାଗିବାକୁ ।"
ଏହା ମଧ୍ୟ ପଢନ୍ତୁ: ଆସୁଛି ଅମିର ଖାନଙ୍କ ଫିଲ୍ମ 'ସୀତାରେ ଜମିନ ପର୍', ବକ୍ସ ଅଫିସରେ ‘ଓ୍ୱେଲକମ୍ 3’ ସହ ହେବ ଟକ୍କର
ସୂଚନା ଥାଉ କି, ୨୦୦୭ରେ ରିଲିଜ୍ ଫିଲ୍ମ ତାରେ ଜମିନ ପରକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଅମୀର ଖାନଙ୍କ ଏହି ଫିଲ୍ମ ୯୪.୪୮ କୋଟି ଆୟ କରି ବେଶ ସଫଳତା ଏବଂ ଲୋକପ୍ରିୟତା ହାସଲ କରିଥିଲା । ଦର୍ଶିଲ ସଫାରୀ ଏହି ଫିଲ୍ମ ଶିଶୁ କଳାକାର ଭାବେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହା ତାଙ୍କର ପ୍ରଥମ ଫିଲ୍ମ ହୋଇଥିବା ବେଳେ ଏହା ତାଙ୍କୁ ବେଶ ସଫଳତା ସହ ଅଭିନେତାର ପରିଚୟ ଦେଇଥିଲା । ଏହାପରେ ସେ ଶିଶୁ ଅଭିନେତା ଭାବେ ବମ୍ ବମ୍ ଭୋଲେ, ଜୋକୋମେନ୍ ଏବଂ ମିଡ୍ ନାଇଟ ଚିଲ୍ଡ୍ରେନ୍ ଭଳି ଫିଲ୍ମରେ କାମ କରିଛନ୍ତି । ଏଥିସହ ସେ କିଛି ରିଆଲିଟି ଶୋ'ରେ ମଧ୍ୟ କାମ କରିଛନ୍ତି ।