ETV Bharat / entertainment

Thomas Cup Badminton: ବୟଫ୍ରେଣ୍ଡ ମାଥିଆସଙ୍କୁ ପ୍ରଶଂସାରେ ପୋତିଲେ ତାପସୀ

author img

By

Published : May 16, 2022, 1:18 PM IST

ପ୍ରଥମ ଥର ପାଇଁ ବେଡ୍‌ମିଣ୍ଟନ୍‌ରେ ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ ଥୋମାସ କପ୍(Thomas Cup 2022) ଜିତିଛି ଭାରତୀୟ ବେଡମିଣ୍ଟନ ଟିମ୍। ଟିମ୍‌ ଇଣ୍ଡିଆର ଏହି ସଫଳତା ପାଇଁ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ବୟଫ୍ରେଣ୍ଡ ମାଥିଆସ୍‌ ବଇଙ୍କୁ ବି ଶୁଭେଚ୍ଛା ଜଣାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ। ଅଧିକ ପଢନ୍ତୁ

ବୟଫ୍ରେଣ୍ଡ ମାଥିଆସ୍‌ ବଇଙ୍କୁ ପ୍ରଶଂସାରେ ପୋତିଲେ ତାପସୀ ପନ୍ନୁ

ହାଇଦ୍ରାବାଦ: ଇତିହାସ ରଚିଲେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି । ଗତକାଲି (ମେ 15) ଦିନ ପ୍ରଥମ ଥର ପାଇଁ ବେଡ୍‌ମିଣ୍ଟନ୍‌ରେ ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ ଥୋମାସ କପ୍ ଜିତିଛି ଭାରତୀୟ ବେଡମିଣ୍ଟନ ଟିମ୍ । ଫାଇନାଲ ମ୍ୟାଚରେ 14 ଥର ଚାମ୍ପିୟନ ଇଣ୍ଡୋନେସିଆ ଦଳକୁ 3-0ରେ ପରାସ୍ତ କରି ଭାରତର ସ୍ୱପ୍ନକୁ ସାକାର କରିଛି । ଏହି ବିଜୟ ସହିତ ଭାରତ ପୁରୁଷ ବେଡ୍‌ମିଣ୍ଟନ ଟିମର ଡବଲ କୋଚ ମାଥିଆସ୍ ବଇ ଚର୍ଚ୍ଚାକୁ ଆସିଯାଇଛନ୍ତି । ଭାରତୀୟ ଟିମ୍‌ର ଏହି ସଫଳତା ପାଇଁ ବିଜେତା ଟିମ୍‌ ପାଇଁ ଏକ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି କେନ୍ଦ୍ର କୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । ତେବେ କହି ରଖୁଛୁ ଯେ, ମାଥିଆସ୍ ବଇ ଜଣେ ପ୍ରଶିକ୍ଷକ ତଥା ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ପ୍ରେମିକ । ତେବେ ଟିମ୍‌ ଇଣ୍ଡିଆର ଏହି ଐତିହାସିକ ବିଜୟ ପାଇଁ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ବୟଫ୍ରେଣ୍ଡ ମାଥିଆସ୍‌ ବଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ ।

ତାପସୀ ପନ୍ନୁ ଟିମ୍ ଇଣ୍ଡିଆର ବିଜୟ ପାଇଁ ତାଙ୍କ ବୟଫ୍ରେଣ୍ଡ ମାଥିଆସ ବାଇଙ୍କୁ ପ୍ରଶଂସା କରି ସୋସିଆଲ୍ ମିଡିଆରେ ଏକ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି ''ମିଷ୍ଟର କୋଚ୍ ତୁମେ ଆମକୁ ଗର୍ବିତ କଲ ।'' ତାପସୀ ଆରମ୍ଭରୁ ଟୁର୍ନାମେଣ୍ଟ ଫଲୋ କରୁଥିଲେ ଏବଂ ଖେଳ ସମ୍ପର୍କରେ ଅପଡେଟ ସେୟାର କରୁଥିଲେ । ତାପସୀ ଟ୍ୱିଟରରେ ଭାରତର ବିଜୟ ଉପରେ ଏକ ଛୋଟ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ତାଙ୍କ ଘରର କୁହାଯାଉଥିଲା, ଯେତେବେଳେ ମ୍ୟାଚ୍ ଟିଭିରେ ଚାଲିଥିଲା ​​ଏବଂ ଭାରତୀୟ ଦଳ ଉତ୍ସବ ପାଳନ କରୁଥିଲେ ।

ତାପସୀ ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି, 'ଇତିହାସ ରଚିଲା ଭାରତ, ଭାରତ ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିବା ପରେ ଥୋମାସ କପ୍ ଜିତିଛି, ସାବାସ୍‌ ବୟ' । ମାଥିଆସ୍ ତାପସୀଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ପତାକା ସମେତ ଅନେକ ଇମୋଜି ସେୟାର କରିଛନ୍ତି । ଏହା ପରେ ତାପସୀ ମାଥିଆସଙ୍କୁ ଟ୍ୟାଗ୍ କରି ଲେଖିଥିଲେ, 'ମିଷ୍ଟର କୋଚ୍ ତୁମେ ବେଷ୍ଟ' । ଉଲ୍ଲେଖନୀୟ ଯେ, ତାପସୀ ଏବଂ ମାଥିଆସ୍ ଅନେକ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଛନ୍ତି । ଏକ ଖେଳ ସମୟରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା । ତାପସୀ କହିଥିଲେ ଯେ ସେ ଇଣ୍ଡଷ୍ଟ୍ରିର କାହାକୁ ଡେଟ୍‌ କରିବାକୁ ଚାହୁଁନାହାଁନ୍ତି । ସେ ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ଅଲଗା ରଖିବାକୁ ଚାହାଁନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.