ମୁମ୍ବାଇ: ବଲିଉଡରେ ଜାରି ରହିଛି ବିବାହ ଋତୁ । ଗଣମାଧ୍ୟମ ଠାରୁ ଦୂରରେ ରହି ବିବାହ କରୁଛନ୍ତି ବଲିଉଡ ଷ୍ଟାର । ନିକଟରେ ସିଦ୍ଧାର୍ଥ କିଆରାଙ୍କ ବିବାହ ହୋଇଥିବା ବେଳେ ସିକ୍ରେଟ ମ୍ୟାରେଜ କରିଛନ୍ତି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର । ସେ ବିବାହ କରିଥିବା ନେଇ ଗତକାଲି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଥିଲେ । ଗତ ଜାନୁଆରୀ 6 ତାରିଖରେ କୋର୍ଟରେ ସମାଜବାଦୀ ପାର୍ଟିର ନେତା ଫହାଦ ଅହମ୍ମଦଙ୍କୁ ପ୍ରେମ ବିବାହ କରିଥିବା ନେଇ ସ୍ବରା ସୂଚନା ଦେଇଥିଲେ । ତେବେ ଫହାଦ ଅହମ୍ମଦଙ୍କ ପ୍ରେମରେ କେବେ ପ଼ଡିଥିଲେ ସ୍ବରା ଓ ଏହାପରେ କେଉଁ ପରିସ୍ଥିତିରେ ବିବାହ କରିବାକୁ ନିଷ୍ପତ୍ତି ନେଲେ ତା ଉପରେ ନଜର ପକାନ୍ତୁ ।


ଫ୍ୟାନ୍ସକୁ ବିବାହ ଖବର ଦେଇ ଚମକାଇ ଦେଇଛନ୍ତି ସ୍ବରା: ଗୁରୁବାର ସ୍ବରା ସୋସିଆଲ ମିଡିଆରେ ସ୍ବାମୀଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସ୍ବାମୀଙ୍କ ପ୍ରଥମ ସାକ୍ଷାତରୁ ବିବାହ ପର୍ଯ୍ୟନ୍ତ ପ୍ରତିଟି ମୁହୁର୍ତ୍ତ ଦେଖିବାକୁ ମିଳିଛି । ଯାହା ଦେଖି ସ୍ବରାଙ୍କ ପ୍ରଶଂସକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।


କେବେ ହୋଇଥିଲା ସ୍ବରା ଓ ଫହାଦଙ୍କ ପ୍ରଥମ ସାକ୍ଷାତ: 2019ରେ ଏକ ରାଲିରେ ସାମିଲ ହୋଇ ଭାଷଣ ଦେଉଥିଲେ ସ୍ବରା । ଏହି ସମୟରେ ସେ ବିରୋଧ କରିବା ଆମର ଅଧିକାର ବୋଲି କହିଥିଲେ । ଏହାପରେ 2020 ମସିହାରେ ସ୍ବରା ପୁଣି ଏକ ରାଲିରେ ସାମିଲ ହୋଇଥିଲେ, ଯେଉଁଠାରେ ଫହାଦ ଏକ ହଳଦିଆ ରଙ୍ଗର ସାର୍ଟ ପିନ୍ଧିଥିଲେ । ଏହି ରାଲିରେ ସେ ସ୍ବରାଙ୍କୁ ପ୍ରେମଭରା ନଜରେ ଦେଖିଥିଲେ।


ସ୍ବରା ଓ ଫହାଦଙ୍କ ପ୍ରଥମ ସେଲଫି: ସ୍ବରାଙ୍କ ରାଜନୀତି ଓ ପ୍ରେମ ଜୀବନକୁ ନେଇ ଥିବା ଭିଡିଓକୁ ଦେଖିବା ପରେ ଏଥିରେ ଉଭୟଙ୍କ ପ୍ରଥମ ସେଲଫି ଥିବା ଦେଖିବାକୁ ମିଳିଥିଲା । । ଯାହା ଏକ ରାଲିରେ କ୍ଲିକ କରାଯାଇଥିଲା । ଏହା ଉଭୟଙ୍କ ପ୍ରଥମ ଫଟୋ ବୋଲି କୁହାଯାଉଛି।

କେବେ ସ୍ବରାଙ୍କୁ ଘରକୁ ଡାକିଥିଲେ ଫହାଦ: ମାର୍ଚ୍ଚ 2020ରେ ଫହାଦ ସ୍ବରାଙ୍କୁ ହ୍ବାଟ୍ସଆପରେ ଘରକୁ ଆସିବାକୁ ନିମନ୍ତ୍ରଣ କରିଥିଲେ । 8 ଏପ୍ରିଲରେ ଫହାଦଙ୍କ ଉଭଣୀଙ୍କ ବିବାହରେ ସାମିଲ ହେବାକୁ ସେ ସ୍ବରାଙ୍କୁ କହିଥିଲେ । ଏହାର ଉତ୍ତରରେ ସ୍ବରା କହିଥିଲେ ଯେ, ୟାର ମଜବୁର ହୁଁ, ସୁଟିଂରେ ବ୍ୟସ୍ତ ରହିଛି । ଏଥର ମୋତେ କ୍ଷମା କର, କିନ୍ତୁ ରାଣ ପକାଉଛି ତମ ବାହାଘରରେ ନିଶ୍ଚୟ ଆସିବି ।

ଏହି ପଶୁ ହେତୁ ସ୍ୱରା-ଫହାଦ ନିକଟତର ହୋଇଥିଲେ: ସ୍ୱରା କହିଛନ୍ତି ଯେ ଏକ ବିଲେଇ ଯୋଗୁଁ ଆମେ ପରସ୍ପରର ନିକଟତର ହୋଇଥିଲୁ । ଧିରେ ସମ୍ପର୍କ ମଜଭୁତ ହେବାରେ ଲାଗିଲା । ଏହା ପରେ ଭିଡିଓରେ ସ୍ୱରା ଏବଂ ଫହାଦଙ୍କର କିଛି କ୍ଲୋଜ ଅପ୍ ଏବଂ ସେଲଫି ଭିଡିଓରେ ଦେଖିବାକୁ ମିଳିଛି । ଯାହା ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ସ୍ପଷ୍ଟ କରୁଛି ।


ବିବାହ ପାଇଁ କେବେ କରିଥିଲେ ଯୋଜନା: ସ୍ବରା କହିଛନ୍ତି ଯେ, ଆମେ ଧିରେ ଧିରେ ପରସ୍ପରକୁ ଜାଣିବା ପରେ ଆଉ ଅପେକ୍ଷା ନକରିବାକୁ ନିଷ୍ପତ୍ତି ନେଇଥିଲୁ । ଏହାପରେ 2023 ଜାନୁଆରୀ 6 ତାରିଖରେ କୋର୍ଟରେ ବିବାହ କରିଥିଲୁ । ବିବାହ ସମୟରେ ସ୍ବରାଙ୍କ ବାପା ମାଆ ଏବଂ ଫହାଦଙ୍କ ପରିବାର ଲୋକେ ସାମିଲ ହୋଇଥିଲେ।