ETV Bharat / entertainment

International Transgender Day of Visibility: କିନ୍ନରଙ୍କୁ ଉତ୍ସାହିତ କଲେ ସୁସ୍ମିତା

author img

By

Published : Mar 31, 2023, 2:08 PM IST

ବଲିଉଡର ସୁନ୍ଦର ଅଭିନେତ୍ରୀ ସୁସ୍ମିତା ସେନ୍ 'ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଡେ ଅଫ୍ ଭିଜିବିଲିଟି'ରେ କିନ୍ନର ମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ସଚେତନ ବାର୍ତ୍ତା ଦେଇଛନ୍ତି । ଜାଣନ୍ତୁ କଣ କହିଛନ୍ତି ଅଭିନେତ୍ରୀ

କିନ୍ନରମାନଙ୍କୁ ଉତ୍ସାହିତ କଲେ ମିସ ୟୁନିର୍ଭସ ସୁସ୍ମିତା ସେନ୍

ହାଇଦ୍ରାବାଦ: ଆଜିକାଲି ଚର୍ଚ୍ଚାରେ ରହିଆସିଛନ୍ତି ମିସ ୟୁନିର୍ଭସ ତଥା ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ସୁସ୍ମିତା ସେନ୍ । କେତେବେଳେ ଅଭିନେତ୍ରୀ ତାଙ୍କ ସ୍ୱାସ୍ଥ୍ୟ ପାଇଁ ତ ଆଉ କେତେବେଳେ ତାଙ୍କ ଫିଲ୍ମ 'ତାଲି' ପାଇଁ ଚର୍ଚ୍ଚାରେ ରହିଛନ୍ତି । ଏହାରି ମଧ୍ୟରେ ଆଜି ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦିବସରେ ସୋସିଆଲ ମିଡିଆରେ ସେ ଏକ ସାମାଜିକ ସଚେତନତା ବାର୍ତ୍ତା ଦେଇଥିବା ଦେଖିବାକୁ ମିଳିଛି । ସେ ତାଙ୍କ ଆଗାମୀ ଫିଲ୍ମ 'ତାଲି' ସହ ଜଡିତ ଏକ ଭିଡିଓ ସେୟାର କରି ସେ କିନ୍ନରଙ୍କ ପ୍ରତି ଏକ ସାମାଜିକ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି । ଯାହାକୁ ଫ୍ୟାନ୍ସ ବହୁ ପସନ୍ଦ କରିତିବା ଦେଖିବାକୁ ମିଳିଛି ।

ଅଭିନେତ୍ରୀ ସୁସ୍ମିତା ସେନ୍ 'ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଡେ ଅଫ ଭିଜିବିଲିଟି' ଅବସରରେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ସେ କିନ୍ନର ମାନଙ୍କୁ ଉତ୍ସାହିତ କରି କହିଛନ୍ତି ଏବେ ତାଳି ବାଜିବନି ତାଳି ବଜାଯିବ । ତେବେ ଏହି ଭିଡିଓରେ ସେ ସାମାଜିକ କର୍ମୀ ତଥା ଟ୍ରାନ୍ସଜେଣ୍ଡର ଶ୍ରୀ ଗୌରୀ ସାୱନ୍ତଙ୍କ ସହ ନଜର ଆସିଛନ୍ତି । ଯିଏ ଟ୍ରାନ୍ସଜେଣ୍ଡର ଅଧିକାର ପାଇଁ ଲଢିଛନ୍ତି । ଭିଡିଓ ଆରମ୍ଭରେ, ଗୌରୀ କରତାଳି ଦେଇଥିବାର ଦେଖାଯାଉଛି । ଏବଂ ସେ କହୁଛନ୍ତି 'କ୍ୟୁଁ ବଜତି ହେ ତାଲି? (କାହିଁକି ବାଜୁଛି ତାଳି), କେବଳ କିଛି ଟଙ୍କା ମାଗିବାକୁ ? ତୁମର ଧ୍ୟାନ ପାଇବାକୁ ? ତୁମର କ୍ରୋଧ ପ୍ରକାଶ କରିବାକୁ ? ଏଥିପାଇଁ ତାଳି ବାଜୁଥିବ କି ?

ଏହି ସମୟରେ ଅଭିନେତ୍ରୀ ସୁସ୍ମିତା ସେନ୍ ଭିଡିଓରେ ଏଣ୍ଟ୍ରି କରି ଏକ ବଡ ବାର୍ତ୍ତା ଦେଉଥିବାର ନଜର ଆସିଛନ୍ତି । ସେ ଗୌରୀଙ୍କ ଏହି ପ୍ରଶ୍ନରେ ଉତ୍ତର ଦେଇ ସୁସ୍ମିତା କହିଛନ୍ତି...ନା....ଉତ୍ସାହିତ କରିବାକୁ, ଏକ ନୂତନ ପରିଚୟ ଦେବା, ଗୁଞ୍ଜରେ ଆକାଶରୁ ଉଡିବା ପାଇଁ, କେବଳ ହାତ ନୁହେଁ, ଦୁଇ ହୃଦୟ ମିଶାଇବା ପାଇଁ ମଧ୍ୟ ବର୍ତ୍ତମାନ ତାଳି ବାଜିବ । ତେବେ ଏହି ବିଶ୍ୱ ଟ୍ରାନ୍ସଜେଣ୍ଡର ଦିବସରେ ଯେଉଁମାନେ ତାଳିମାରୁଥିଲେ ସେମାନେ ଏବେ ତାଳି ବଜାଇବେ । ବର୍ତ୍ତମାନ ପ୍ରେମ, ଶାନ୍ତି, ସୁଖ ଯାହା ବିଶ୍ବ ଆବଶ୍ୟକ କରେ । ଏହି ପୋଷ୍ଟ ସେୟାର ହେବା ମାତ୍ରେ ପ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରିଛନ୍ତି ।

ତେବେ ଏହିପରି ଆଜିର ଦିନରେ କିନ୍ନରଙ୍କୁ ଉତ୍ସାହିତ କରିବା ସହ ସମାଜକୁ ସଚେତନ ବାର୍ତ୍ତା ଦେଇଛନ୍ତି ଅଭିନେତ୍ରୀ ସୁସ୍ମିତା । ଫିଲ୍ମ 'ତାଲି'ରେ ଟ୍ରାନ୍ସଜେଣ୍ଡର ଗୌରୀ ସାୱନ୍ତଙ୍କ ଭୂମିକାରେ ନଜର ଆସିବେ ସୁସ୍ମିତା । ଏହି ଫିଲ୍ମକୁ ପ୍ରସିଦ୍ଧ ମରାଠି ନିର୍ଦ୍ଦେଶକ ରବି ଯାଦବ ନିର୍ଦ୍ଦେଶନା ଦେଇଛନ୍ତି ।

ସୂଚନା ଥାଉ କି, ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦିବସ ଦୃଶ୍ୟ ପ୍ରତିବର୍ଷ ମାର୍ଚ୍ଚ 31ରେ ପାଳନ କରାଯାଏ । ଏହି ବିଶେଷ ଦିନରେ କିନ୍ନରଙ୍କ ଅଧିକାର ଏବଂ ସେମାନଙ୍କ ସମ୍ମୁଖୀନ ହେଉଥିବା ଅନ୍ୟାୟ ଏବଂ ଭେଦଭାବ ଉପରେ ଆଲୋଚନା କରାଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.