ETV Bharat / entertainment

କାହିଁକି ବିବାହ କରିନାହାନ୍ତି ସୁସ୍ମିତା ? ଖୁଲାସା କଲେ ଅଭିନେତ୍ରୀ

author img

By

Published : Jul 2, 2022, 9:42 AM IST

ବଲିଉଡ ଦିବା ସୁସ୍ମିତା ସେନ୍‌ଙ୍କ ଜୀବନରେ ଅନେକ ବ୍ୟକ୍ତି ଆସିଛନ୍ତି, କିନ୍ତୁ ଅଭିନେତ୍ରୀ କାହିଁକି ଆଜି ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି ? ଏହି ପ୍ରଶ୍ନ ମଧ୍ୟ ଆପଣଙ୍କ ମନରେ ଆସିବାଟା ନିଶ୍ଚିତ । ଯାହାର ଖୁଲାସା ବର୍ତ୍ତମାନ ସୁସ୍ମିତା ସେନ୍ ଖୋଦ୍‌ କରିଛନ୍ତି । ଅଧିକ ପଢନ୍ତୁ

46 ବର୍ଷ ବୟସରେ କାହିଁକି କୁଆଁରୀ ଅଛନ୍ତି ସୁସ୍ମିତା, କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

ହାଇଦ୍ରାବାଦ: ବଲିଉଡ ଦିବା ସୁସ୍ମିତା ସେନ୍‌ଙ୍କ ଜୀବନରେ ଅନେକ ରାଜକୁମାର ଆସିଛନ୍ତି, କିନ୍ତୁ ଅଭିନେତ୍ରୀ କାହିଁକି ଆଜି ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି ? ଏହି ପ୍ରଶ୍ନ ମଧ୍ୟ ଆପଣଙ୍କ ମନରେ ଆସିବାଟା ନିଶ୍ଚିତ । ଯାହାର ଖୁଲାସା ବର୍ତ୍ତମାନ ସୁସ୍ମିତା ସେନ୍ ଖୋଦ୍‌ କରିଛନ୍ତି । ଟ୍ୱିଙ୍କଲ ଖାନ୍ନାଙ୍କ ସୋ’ରେ ସୁସ୍ମିତା ଏହାର ଖୁଲାସା କରିଛନ୍ତି ।

ସୁସ୍ମିତା ସେନଙ୍କ ବଡ ଖୁଲାସା

ସୁସ୍ମିତା ସେନ୍ ସିଙ୍ଗଲ ମଦର ଅଟନ୍ତି, ତାଙ୍କର ଦୁଇ ଝିଅ ଅଛନ୍ତି । ସୁସ୍ମିତା ରେନେ ଏବଂ ଆଲିସାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ଟ୍ୱିଙ୍କଲ ଖାନ୍ନାଙ୍କ ସୋ’ରେ ସୁସ୍ମିତା ସେନ ବିବାହ, ସନ୍ତାନ ଏବଂ ସମ୍ପର୍କ ବିଷୟରେ କହିଥିଲେ । ଅଭିନେତ୍ରୀ କହିଛନ୍ତି ଯେ, ବିବାହ ନକରିବାର କାରଣ କେବେ ବି ତାଙ୍କ ସନ୍ତାନ ନୁହେଁ । ବରଂ ସୁସ୍ମିତାଙ୍କ ଝିଅମାନେ ତାଙ୍କ ଜୀବନରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିଛନ୍ତି । ସେମାନଙ୍କୁ ସମ୍ମାନ ଦେଇଛନ୍ତି । କୌଣସି ବ୍ୟକ୍ତିଙ୍କୁ ସେ ଖରାପ ବ୍ୟବହାର ଦେଖାଇନାହାନ୍ତି । ତେବେ କେଉଁ କାରଣରୁ ସୁସ୍ମିତା ସେନ୍ ଆଜି ବି କୁଆଁରୀ ଅଛନ୍ତି ?

ସମ୍ପର୍କକୁ ନେଇ କ'ଣ କହିଲେ ସୁସ୍ମିତା

ସୁସ୍ମିତା କହିଛନ୍ତି- ଯେତେବେଳେ ମୁଁ ରେନେଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲି, ମୋ ଜୀବନରେ କେହି ବ୍ୟକ୍ତି ନଥିଲେ । ଏହା ପରେ ଯେଉଁମାନେ ମୋ ଜୀବନରେ ଆସିଥିଲେ ସେମାନେ ମୋର ପ୍ରାଥମିକତା ଜାଣିପାରିଲେ ନାହିଁ । ହଁ, ମୁଁ କାହାଠୁ ଏହି ଆଶା ବି କରିନି କି ମୋର ଦାୟିତ୍ବ ମୁଁ ଆଉ କାହାକୁ ବାଣ୍ଟେ । କିନ୍ତୁ ଆପଣ ମୋତେ ଏଥିରୁ ଦୂରରେ ରହିବାକୁ କହିପାରିବେ ନାହିଁ । କିଛି ବୟସ ପର୍ଯ୍ୟନ୍ତ ମୋ ଝିଅମାନଙ୍କୁ ମୋର ଆବଶ୍ୟକତା ରହିଛି । ସୌଭାଗ୍ୟବଶତଃ ମୁଁ ମୋ ଜୀବନରେ ବହୁତ ଲୋକଙ୍କୁ ଭେଟିଛି । ମୁଁ କେବେ ବିବାହ ନକରିବାର କାରଣ କେବଳ ଏହା କି, ସେହି ଲୋକମାନେ ନିରାଶ ଥିଲେ । ଏହାର ମୋର ପିଲାମାନଙ୍କ ସହ କୌଣସି ସମ୍ପର୍କ ନାହିଁ ।

ପିଲାମାନେ ମୋ ପାଇଁ କେବେ ଅସୁବିଧା ହୋଇ ଠିଆ ହୋଇନାହାନ୍ତି । ମୋ ବିବାହ ତିନିଥର ହଉ ହଉ ଅଟକିଛି । ବୋଧହୁଏ ଭଗବାନ ମୋତେ ରକ୍ଷା କରିଦେଇଛନ୍ତି । ମୁଁ କହିପାରିବି ନାହିଁ କ’ଣ ଘଟିଥିଲା, କିନ୍ତୁ ମୁଁ କେବଳ ଏତିକି କହିପାରିବି ଯେ ଭଗବାନ ମୋତେ ଏବଂ ମୋର ପିଲାମାନଙ୍କୁ ଉଦ୍ଧାର କରିଛନ୍ତି । ସୁସ୍ମିତା ସେନଙ୍କ ପ୍ରେମ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଗତ ବର୍ଷ ସୁସ୍ମିତା ତାଙ୍କ ପ୍ରେମିକ ରୋହମାନ ଶଲଙ୍କ ସହ ବ୍ରେକଅପ୍ କରିଥିଲେ । ଯଦିଓ ସମ୍ପର୍କ ଭାଙ୍ଗିବା ପରେ ମଧ୍ୟ ସେମାନେ ଭଲ ବନ୍ଧୁ ହୋଇ ଅଛନ୍ତି । 2018ରେ ସୁସ୍ମିତା ଏବଂ ରୋହମାନଙ୍କ ବନ୍ଧୁତା ଆରମ୍ଭ ଥିଲା । ରୋହମାନ ସୁସ୍ମିତା ସେନଙ୍କ ଝିଅଙ୍କ ସହ ମଧ୍ୟ ଅତି ନିକଟତର ଥିଲେ । ଦିନେ ସୁସ୍ମିତାଙ୍କ ନାମ ରଣଦୀପ ହୁଡା, ବଣ୍ଟି ସଜଦେହ, ସଞ୍ଜୟ ନାରଙ୍ଗ, ବିକ୍ରମ ଭଟ୍ଟ, ମୁଦସର ଅଜିଜ, ୱସିମ ଅକରମଙ୍କ ସହ ଯୋଡି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.