ETV Bharat / entertainment

Diwali Party: ସୁସ୍ମିତା ସେନ-ରୋହମନ ଶୋଲଙ୍କ ପ୍ୟାଚ୍‌ଅପ୍ ! ଦିୱାଲୀ ପାର୍ଟିରେ ଏକାଠି ଆସିଲେ ନଜର

author img

By ETV Bharat Odisha Team

Published : Nov 8, 2023, 10:14 AM IST

ଫିଲ୍ମ ପ୍ରଡ୍ୟୁସର ବିଶାଲ ଗୁରନାନିଙ୍କ ଦ୍ବାରା ଆୟୋଜିତ ଦିୱାଲୀ ପାର୍ଟିରେ ସାମିଲ ହେଲେ ସୁସ୍ମିତା ସେନ । ଏହି ସମୟରେ ତାଙ୍କ ସହ ବୟଫ୍ରେଣ୍ଡ ରୋହମନ ଶୋଲ ମଧ୍ୟ ନଜର ଆସିଛନ୍ତି । ଉଭୟଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢ଼ନ୍ତୁ

ସୁସ୍ମିତା ସେନ-ରୋହମନ ଶୋଲଙ୍କ ପେଚଅପ୍, ଦିୱାଲୀ ପାର୍ଟିରେ ଏକାଠି ଆସିଲେ ନଜର

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍‌ ବୃତ୍ତିଗତ ଜୀବନୀ ସମେତ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ଏହାରି ମଧ୍ୟରେ ସୁସ୍ମିତା ସେନ୍‌ ବର୍ତ୍ତମାନ ଫିଲ୍ମ ପ୍ରଡ୍ୟୁସର ବିଶାଲ ଗୁରନାନିଙ୍କ ଦ୍ବାରା ଆୟୋଜିତ ଦିୱାଲୀ ପାର୍ଟିରେ ସାମିଲ ହୋଇଛନ୍ତି । ଏହି ସମୟରେ ତାଙ୍କ ସହ ପ୍ରେମିକ ରୋହମନ ଶୋଲଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଉଭୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ପୂର୍ବରୁ ଉଭୟଙ୍କ ବ୍ରେକଅପ ହୋଇଥିବା ବେଳେ ଏବେ ଉଭୟ ପେଚଅପ କରିଥିବା କୁହାଯାଉଛି ।

ମଙ୍ଗଳବାର ସନ୍ଧ୍ୟାରେ ସୁସ୍ମିତା ଏବଂ ରୋହମନ ନିର୍ମାତା ବିଶାଲ ଗୁରନାନି ଏବଂ ଜୁହି ପାରେଖ ମେହେତାଙ୍କ ଦିୱାଲୀ ପାର୍ଟିରେ ଏକାଠି ନଜର ଆସିଛନ୍ତି । ରୋହମନ ଏକ ହ୍ବାଇଟ୍‌ ପାରମ୍ପରିକ ସୁଟ୍ ଏବଂ ବ୍ଲେଜରରେ ସୁନ୍ଦର ଦେଖାଯାଉଥିବାବେଳେ ସୁସ୍ମିତା ତାଙ୍କ ବ୍ଲାକ ଏବଂ ଫିଙ୍କ୍‌ ରଙ୍ଗର ଶାଢ଼ୀରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉଭୟଙ୍କ ଏହି ଭିଡିଓକୁ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଜଣେ ପାପାରାଜି ସେୟାର କରିଛନ୍ତି ।

ଭିଡିଓରେ ରୋହମନ ସୁସ୍ମିତାଙ୍କ ଯତ୍ନ ସହ ହାତ ଧରି ବାହାରକୁ ଆଣୁଥିବାର ନଜର ଆସିଛନ୍ତି । ଏଥିସହ ପାପରାଜିଙ୍କ ଆଗରେ ଉଭୟ ରୋମାଣ୍ଟିକ୍ ପୋଜ୍ ମଧ୍ୟ ଦେଇଥିଲେ । ତେବେ ଏହି ଭିଡିଓ ଭାଇରାଲ ପରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ କମେଣ୍ଟ ବର୍ଷା କରିଛନ୍ତି । ଅନେକ ଉଭୟଙ୍କ ଯୋଡିକୁ ନେଇ ପ୍ରଶଂସା କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, 'ସେମାନଙ୍କୁ ପୁଣି ଏକାଠି ଦେଖି ଭଲ ଲାଗିଲା ।' ଏହି ସମୟରେ ଆଉ ଜଣେ ପଚାରିଛନ୍ତି, ଲଲିତ ମୋଦୀ କେଉଁଠାରେ ଅଛନ୍ତି ? ଅନ୍ୟ ୟୁଜର୍ସମାନେ ଲାଲ ହାର୍ଟ ଇମୋଜି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସୁସ୍ମିତାଙ୍କ ପ୍ରେମରେ ପଡିଲେ ଲଳିତ ମୋଦି, ସେୟାର କଲେ ରୋମାଣ୍ଟିକ୍‌ ଫଟୋ

ସୂଚନା ଥାଉ କି, ସୁସ୍ମିତା ସେନ୍ ଏବଂ ରୋହମନ ଶୋଲ୍ ଡିସେମ୍ବର ୨୦୨୧ରେ ସେମାନଙ୍କର ବ୍ରେକଅପ୍ ଘୋଷଣା କରିଥିଲେ । ହେଲେ କିନ୍ତୁ ଉଭୟ ଘନିଷ୍ଠ ବନ୍ଧୁ ହୋଇ ରହିଆସୁଥିଲେ । ଏହା ପରେ ସୁସ୍ମିତାଙ୍କ ନାମ ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଲିତ୍‌ ମୋଦୀଙ୍କ ସହ ଯୋଡ଼ା ଯାଇଥିଲା । ଲଲିତ ମୋଦୀ ସୁସ୍ମିତାଙ୍କ ସହ ଫଟୋ ସେୟାର କରି ସେମାନଙ୍କ ବିବାହ ବିଷୟରେ ସୂଚନା ଦେଇଥିଲେ । କିନ୍ତୁ ଏହାପରେ ସୁସ୍ମିତା ପ୍ରତିକ୍ରିୟା ଦେଇ ସ୍ପଷ୍ଟ କରିଥିଲେ ଯେ ସେ କାହା ସହିତ ଡେଟ କରୁନାହାଁନ୍ତି । ରୋହମାନଙ୍କୁ ନେଇ କହିଥିଲେ ଯେ ସେ ଏବଂ ରୋହମାନ କେବଳ ବନ୍ଧୁ । ତେବେ ବର୍ତ୍ତମାନ ଦିୱାଲୀ ପାର୍ଟିରେ ଉଭୟଙ୍କୁ ଏକାଠି ଦେଖି ଉଭୟ ପ୍ୟାଚ୍‌ଅପ୍ କରି ପୁଣି ଏକ ହେବା ନେଇ ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.