ETV Bharat / entertainment

ଏକତାଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା, କହିଲେ ଯୁବ ପିଢିଙ୍କ ମସ୍ତିଷ୍କକୁ ଦୂଷିତ କରୁଛନ୍ତି ଏକତା - ଏକତା କପୁର ୱେବ୍ ସିରିଜ୍ ଟ୍ରିପଲ୍ ଏକ୍ସ

ଏକତା କପୁର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ, ଯାହାର ଶୁଣାଣି ହୋଇଥିଲା । ଶୁଣାଣି ସମୟରେ ସୁପ୍ରିମକୋର୍ଟ କଡା ଭର୍ତ୍ସନା କରି ଏକତା କପୁରଙ୍କୁ କହିଛନ୍ତି ଯେ, ଆପଣ ଯୁବ ପିଢିଙ୍କ ମସ୍ତିଷ୍କକୁ ଦୂଷିତ କରୁଛନ୍ତି । ଅଧିକ ପଢନ୍ତୁ

ଏକତା କପୁରଙ୍କୁ ସୁପ୍ରିମକୋର୍ଟଙ୍କ କଡା ତାଗିଦ୍‌, କହିଲେ- ଆପଣ ଯୁବ ପିଢିଙ୍କ ମସ୍ତିଷ୍କକୁ ଦୂଷିତ କରୁଛନ୍ତି

author img

By

Published : Oct 15, 2022, 10:48 AM IST

ମୁମ୍ବାଇ: ବିବାଦ ଭିତରେ ଛନ୍ଦି ହୋଇଯାଇଛନ୍ତି ବଲିଉଡ୍ ତଥା ଟିଭି ଜଗତର ଜଣାଶୁଣା ନିର୍ମାତା ଏକତା କପୁର । ତାଙ୍କ ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ୱେବ୍ ସିରିଜ୍ ‘ଟ୍ରିପଲ୍ ଏକ୍ସ’ (XXX) କୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ କଡା ଭର୍ତ୍ସନା କରିଛନ୍ତି । ଏପଟେ ସିରିଜ୍‌କୁ ନେଇ ଅଦାଲତରେ ମାମଲା ଚାଲିଥିବାବେଳେ ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟ ଏକତା କପୁରଙ୍କୁ କଡା ଭର୍ତ୍ସନା କରିଛନ୍ତି । କୋର୍ଟ କହିଛନ୍ତି, ଆପଣ ଦେଶର ଯୁବ ପିଢିଙ୍କ ମସ୍ତିଷ୍କକୁ ଦୂଷିତ କରୁଛନ୍ତି । ଏକତା କପୁରଙ୍କ ତରଫରୁ ଗୋଟିଏ ଯାଚିକା ଦାଖଲ କରାଯାଇଥିଲା । ଏହାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଚେତାଇ ଦେଇଛନ୍ତି କି, ଏମିତି ଯଦି ଆଉ କୌଣସି ଆବେଦନ ତାଙ୍କ ନିକଟକୁ ଆସେ ତେବେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ।

ଏକତା ଓଟିଟି ପ୍ଲାଟଫର୍ମରେ ପ୍ରସାରଣ କରିଥିବା ୱେବ୍‌ ସିରିଜ୍‌ xxxରେ ସୈନିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଥିଲା । ଏହାକୁ ବିରୋଧ କରି ଏକତା ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ । ବିହାରର ବେଗୁସରାୟର ଏକ ଟ୍ରାଏଲ କୋର୍ଟ ଜଣେ ପୂର୍ବତନ ସୈନିକ ଶମ୍ଭୁ କୁମାରଙ୍କ ଅଭିଯୋଗକ୍ରମେ ଏକତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ । ସୈନିକ ଅଭିଯୋଗ କରିଥିଲେ ଯେ, ଓ୍ଵେବ୍‌ ସିରିଜ୍‌ର ଦ୍ଵିତୀୟ ସିଜିନରେ ଜଣେ ସୈନିକଙ୍କ ପତ୍ନୀ ସହିତ ଆପତ୍ତିଜନକ ଦୃଶ୍ୟ ପ୍ରସାରଣ କରାଯାଇଛି ।

ଏହା ବି ପଢନ୍ତୁ: ଏକତା କପୁରଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ

ବେଗୁସରାଇ କୋର୍ଟଙ୍କ ୱାରେଣ୍ଟ ବିରୋଧରେ ଏକତା କପୁର ପ୍ରଥମେ ପାଟନା କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟ ଶୁଣାଣିରେ ବିଳମ୍ବ କରିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସର୍ବୋଚ୍ଚ ଅଦାଲତ ଏକତାଙ୍କ ଆବେଦନ ଉପରେ କୌଣସି ଆଦେଶ ଦେବା ପରିବର୍ତ୍ତେ ମାମଲାକୁ ସ୍ଥଗିତ ରଖିଛନ୍ତି । ହାଇକୋର୍ଟରେ ଶୁଣାଣିର ସ୍ଥିତି ଜାଣିବା ପାଇଁ ସ୍ଥାନୀୟ ଓକିଲଙ୍କ ସହାୟତା ନେବାକୁ ସୁପ୍ରିମକୋର୍ଟ ତାଙ୍କୁ ପରାମର୍ଶ ଦେଇଛନ୍ତି । ଜଷ୍ଟିସ୍ ଅଜୟ ରୋହତଗୀ ଏବଂ ସିଟି ରବି କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା ଉପରେ କହିଛନ୍ତି, ‘‘କିଛି ଗୋଟେ କରିବାକୁ ପଡ଼ିବ । ତୁମେ ଭାରତୀୟ ଯୁବପିଢିଙ୍କୁ ମୁଣ୍ଡ ବିଗାଡୁଛ । ଓଟିଟି କଣ୍ଟେଣ୍ଟ ସମସ୍ତଙ୍କ ପାଇଁ ଉପଲବ୍ଧ’’ । ତୁମେ ଲୋକଙ୍କୁ କିପରି ଜିନିଷ ଦେଖିବାକୁ ଦେଉଛ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲା।

ଏହା ପୂର୍ବରୁ ଏକତାଙ୍କ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ, ‘‘ମାମଲାରେ ପାଟନା ଉଚ୍ଚ ନ୍ୟାୟାଳୟରେ ଏକ ଯାଚିକା ଦାୟର କରାଯାଇଛି । ମାତ୍ର ସେଠାରେ ଶୀଘ୍ର ଶୁଣାଣି ପାଇଁ ସୂଚୀ ହେବାର ଆଶା ନାହିଁ । ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି କି, ‘‘ପାଟନା ଉଚ୍ଚ ନ୍ୟାୟାଳୟରେ ମାମଲାର ଶୁଣାଣିର ସ୍ଥିତି ପରଖିବା ପାଇଁ ଜଣେ ସ୍ଥାନୀୟ ଆଇନଜୀବୀଙ୍କୁ ନିଯୁକ୍ତ କରାଯାଇପାରିବ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.