ETV Bharat / entertainment

ଧନୁଷଙ୍କୁ ଆଶ୍ବସ୍ତି, ଧୂମ୍ରପାନ ପୋଷ୍ଟ ବିରୋଧରେ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

author img

By ETV Bharat Odisha Team

Published : Jan 17, 2024, 8:15 PM IST

Case Against Actor Dhanush: ଧନୁଷଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ବସ୍ତି । ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଦାୟର ହୋଇଥିବା ଆବେଦନକୁ ଖାରଜ କଲେ ସର୍ବୋଚ୍ଚ ନ୍ୟାୟାଳୟ । ୨୦୧୪ରେ ତାମିଲ ଫିଲ୍ମ 'ବେଲେଇଲ୍ଲା ପଟ୍ଟାଥାରୀ'ର ପୋଷ୍ଟର ପାଇଁ ଧନୁଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ପୁରା ମାମଲା କ'ଣ? ଜାଣନ୍ତୁ,

ଧନୁଷଙ୍କୁ ଆଶ୍ବସ୍ତି, ଧୂମ୍ରପାନ ପୋଷ୍ଟ ବିରୋଧରେ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ଧନୁଷଙ୍କୁ ଆଶ୍ବସ୍ତି, ଧୂମ୍ରପାନ ପୋଷ୍ଟ ବିରୋଧରେ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ତାମିଲ ଚଳଚ୍ଚିତ୍ର 'ବେଲେଇଲ୍ଲା ପଟ୍ଟାଥାରୀ'ର ପୋଷ୍ଟର ବିବାଦ ମାମଲା । ସାଉଥ ସୁପରଷ୍ଟାର ଧନୁଷଙ୍କୁ ଆଶ୍ବସ୍ତି । ମଙ୍ଗଳବାର ସୁପ୍ରିମକୋର୍ଟ ଅଭିନେତାଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ୨୦୧୪ ତାମିଲ ଚଳଚ୍ଚିତ୍ର 'ବେଲେଇଲ୍ଲା ପଟ୍ଟାଥାରୀ'ର ପୋଷ୍ଟର ପାଇଁ ଅଭିନେତା ଧନୁଷ ଏବଂ ଅନ୍ୟମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା । ଯାହାକୁ ମାଡ୍ରାସ ହାଇକୋର୍ଟ ଶୁଣାଣି କରି ରଦ୍ଦ କରିଥିଲେ । ପରେ ଅଭିଯୋଗକାରୀ ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ ହୋଇଥିଲା । ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟ ଏହି ଆବେଦନକୁ ଖାରଜ କରିଛନ୍ତି ।

'ବେଲେଇଲ୍ଲା ପଟ୍ଟାଥାରୀ' ପୋଷ୍ଟରରେ ଅଭିନେତାଙ୍କୁ ସିଗାରେଟ ଟାଣୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଏକ ବ୍ୟକ୍ତିଗତ ଅଭିଯୋଗ ଦାଖଲ କରାଯାଇଥିଲା । ଯେଉଁଥିରେ ଦାବି କରାଯାଇଥିଲା ଯେ, ବିଜ୍ଞାପନରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସିଗାରେଟର ବ୍ୟବହାର କିମ୍ବା ବ୍ୟବହାରକୁ ପରାମର୍ଶ ଦେଇଛି କିମ୍ବା ପ୍ରୋତ୍ସାହିତ କରାଯାଉଛି । ଗତ ବର୍ଷ ଜୁଲାଇ ୧୦ରେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ଏହି ଆବେଦନ ଜଷ୍ଟିସ୍ ଏସ୍ ଓକା ଏବଂ ଉଜ୍ବଳ ଭୁୟାଁଙ୍କ ଏକ ବେଞ୍ଚ ସମ୍ମୁଖରେ ଶୁଣାଣି ପାଇଁ ଆସିଥିଲା । ବର୍ତ୍ତମାନ (ଜାନୁଆରୀ ୧୬)ଏହାର ଶୁଣାଣି କରି ବେଞ୍ଚ ଏହି ଆବେଦନକୁ ଖାରଜ କରିଛନ୍ତି ।

ବେଞ୍ଚ କହିଛନ୍ତି ଯେ, 'ବିଜ୍ଞାପନର କପି ଅଧ୍ୟୟନ କରିବା ପରେ, ଆମେ ବିଚାର କଲୁ ଯେ, ସିଗାରେଟ ଏବଂ ଅନ୍ୟାନ୍ୟ ତମ୍ବାଖୁ ଉତ୍ପାଦ ଅଧିନିୟମ ୨୦୦୩ ର ଧାରା ୫ର ଉପଧାରା(1) ଏହି କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ । ତେଣୁ ଏହି ଆବେଦନ ଖାରଜ କରାଯାଇଛି । ବେଞ୍ଚ ଆହୁରି କହିଛନ୍ତି ଯେ, ଏଥିପାଇଁ କୋର୍ଟ ଭାବନା ଏବଂ ଲୋକପ୍ରିୟ ବିଶ୍ବାସ ଦ୍ବାରା ପ୍ରଭାବିତ ହୋଇପାରିବ ନାହିଁ ଏବଂ କୋର୍ଟର ବ୍ୟବସ୍ଥାକୁ କଠୋର ବ୍ୟାଖ୍ୟା କରିବାକୁ ପଡ଼ିବ ଏବଂ ମାମଲାର ସତ୍ୟତା ଏକ ଅପରାଧ ସୃଷ୍ଟି କରେ କି ନାହିଁ ତାହା ଦେଖିବା ଆବଶ୍ୟକ।

ଏହା ମଧ୍ୟ ପଢନ୍ତୁ: ପ୍ରଖ୍ୟାତ ସଙ୍ଗୀତଜ୍ଞ ଇସାଇଗାଲି ଇଲାୟାରାଜାଙ୍କ ବାୟୋପିକରେ ନଜର ଆସିବା ଧନୁଷ

ସୂଚନା ଥାଉ କି, ଅଭିଯୋଗକାରୀ ଅଭିଯୋଗ କରିଥିଲେ ଯେ, ଫିଲ୍ମର ନିର୍ମାତା ଏବଂ ବିତରକମାନେ ବ୍ୟାନର / ପୋଷ୍ଟର ଲଗାଇବାରେ ନିୟୋଜିତ ଥିଲେ, ଯେଉଁଥିରେ ମୁଖ୍ୟ ଅଭିନେତା ଧୂମ୍ରପାନ କରିଥିଲେ, ଏହା (COTPA) ଅଧିନିୟମ, ୨୦୦୩ ଅନୁଯାୟୀ ଏକ ଅପରାଧ ଅଟେ । ଏହାର ଆଦେଶରେ ହାଇକୋର୍ଟ କହିଥିଲେ ଯେ ଦଣ୍ଡବିଧାନ ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବା ଉଚିତ । କାରଣ ଏହି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ କିମ୍ବା ବ୍ୟକ୍ତିଗତ ସ୍ବାଧୀନତା ଉପରେ ପଡିବ । ହାଇକୋର୍ଟ ଆହୁରି କହିଥିଲେ ଯେ, ଯଦି ତଥ୍ୟ ଏକ ଅପରାଧ ଗଠନ କରେ ନାହିଁ, ତେବେ ତମାଖୁ କିମ୍ବା ତମାଖୁ ଦ୍ରବ୍ୟର ସମାଜ ତଥା ବିଶେଷ ଭାବରେ ଯୁବ ପୀଢି ଉପରେ ହେଉଥିବା ପ୍ରତିକୂଳ ପ୍ରଭାବକୁ ବିଚାର କରି କୋର୍ଟ ଏହି ବ୍ୟବସ୍ଥାର ପରିସର ବିସ୍ତାର କରିବାକୁ ଚେଷ୍ଟା କରିପାରିବେ ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.