ETV Bharat / entertainment

ସପରିବାର ବରମହାଲକ୍ଷ୍ମୀ ପର୍ବ ପାଳିିଲେ ସୁପରଷ୍ଟାର ୟଶ, ସୋସିଆଲ ମିଡିଆରେ ଫଟୋ ଭାଇରଲ

author img

By ETV Bharat Odisha Team

Published : Aug 27, 2023, 4:01 PM IST

ସୁପରଷ୍ଟାର ୟଶ ତାଙ୍କ ପରିବାର ସହ ବରମହାଲକ୍ଷ୍ମୀ ପୂଜାକଲେ ପାଳନ । ସୋସିଆଲ ମିଡିଆ ସାଇଟରେ ଫଟୋ ଭାଇରାଲ । ଅଧିକ ପଢନ୍ତୁ

super star yash
super star yash

ହାଇଦ୍ରବାଦ: ସାଉଥ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ବା କେଜିଏଫ୍ ଷ୍ଟାର ୟଶ ଓ ତାଙ୍କ ପତ୍ନୀ ରାଧିକା ପଣ୍ଡିତଙ୍କୁ କିଏ ବା ନଜାଣେ । ସାଉଥ୍‌ର ଲୋକପ୍ରିୟ କପଲଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କର ଦୁଇଜଣ କ୍ୟୁଟ୍‌ କ୍ୟୁଟ୍‌ ସନ୍ତାନ ଆୟାରା ଏବଂ ଅର୍ଥବ ନିଜ ସୁଇଟନେସ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାର ଥାଆନ୍ତି । ଏହି କ୍ୟୁଟ୍‌ ଏବଂ ହାପି ଫ୍ୟାମିଲିର କିଛି ଫଟୋ ଏବେ ସୋସିଆଲ ମିଡିଆ ସାଇଟରେ ଭାଇରାଲ ହେବାରେ ଲାଗିଛି । ପୂରା ପରିବାର ବରମହାଲକ୍ଷ୍ମୀ ପୂଜା କରୁଥିବା ଏହି ଫଟୋରେ ଦେଖିବାକୁ ମିଳିଛି । ନିଜ ଘରେ ଏହି ପୂଜା କରୁଥିବାର କିଛି ଫଟୋ ରାଧିକା ଓ ୟଶ ନିଜ ସୋସିଆଲ ମିଡିଆ ସାଇଟରେ ଅପଲୋଡ୍‌ କରିଛନ୍ତି । ଯାହକୁ ଫ୍ୟାନ୍ସଙ୍କ ବେଶ ପସନ୍ଦ କରିଛନ୍ତି ।

ୟଶ ଓ ରାଧିକା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ପୂଜାର କିଛି ଫଟୋ ସେୟାର କରି ନିଜ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଫଟୋରେ ପୁରା ପରିବାର ନିଜ ଲିଭିଙ୍ଗ ରୁମ୍‌ରେ ବସିଥିବା ନଜର ଆସିଛନ୍ତି । ଏହାସହ ସୁନ୍ଦର ଭାବେ ଘରକୁ ସଜା ଯାଇଥିବା ବେଳେ, ବରମହାଲକ୍ଷ୍ମୀଙ୍କ ମୂର୍ତ୍ତି ଓ ପୂଜା ସମାଗ୍ରୀ ଏହି ଫଟୋର ଆକର୍ଷଣକୁ ବଢାଇଛି । ରାଧିକା, ୟଶ ଓ ତାଙ୍କର ଦୁଇଜଣ ସନ୍ତାନ ପାରମ୍ପରିକ ବେଶ ପୋଷାକରେ ନଜର ଆସିଛନ୍ତି ।

ରାଧିକା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲଖିଛନ୍ତି, "ସମସ୍ତଙ୍କୁ ବରମହାଲକ୍ଷ୍ମୀ ପୂଜାର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଆଶା କରୁଛି ଏହି ଦିନରେ ମା ସମସ୍ତଙ୍କ ଉପରେ ନିଜର ଆଶିଷ ଏବଂ କୃପାଦୃଷ୍ଟି ରଖିବେ । ସମସ୍ତଙ୍କ ଘରେ ମା‘ ବିଜେ କରି ସୁଖଶାନ୍ତି ପ୍ରଦାନ କରିବେ ।"

ଅଧିକ ପଢନ୍ତୁ... ଆଓ୍ବାର୍ଡ ଜିତିବା ପରେ ଗଜାନନଙ୍କ ଦର୍ଶନ କଲେ କ୍ରିତି ସାନନ୍‌, ଭିଡିଓ ଭାଇରାଲ

ବରମହାଲକ୍ଷ୍ମୀର ମାହାତ୍ମ୍ୟ: ବରାମହାଲକ୍ଷ୍ମୀ ପୂଜା ହେଉଛି ଧନ ଏବଂ ସମୃଦ୍ଧିର ଦେବୀ ଲକ୍ଷ୍ମୀଙ୍କୁ ସମର୍ପିତ ଏକ ହିନ୍ଦୁ ପର୍ବ । ଏହି ପୂଜା ପ୍ରାୟତଃ ଦକ୍ଷିଣ ଭାରତରେ କରାଯାଏ । ଏହା ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ଏକ ସ୍ବତନ୍ତ୍ର ତିଥିରେ ପାଳନ କରାଯାଏ । ମହିଳା ଏବଂ ଝିଅମାନେ ପରିବାରର ମଙ୍ଗଳମନାଶି ଏହି ପର୍ବ ପାଳନ କରିଥାଆନ୍ତି । ଏହି ପୂଜା କରିବା ଦ୍ବାରା ଘରେକୁ ଧନ ସମ୍ପଦ, ଶାନ୍ତି ,ସମୃଦ୍ଧତା ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.