ETV Bharat / entertainment

HBD Sunny Deol: ୬୬ବର୍ଷରେ ସନ୍ନି ଦେଓଲ, ଧମେନ୍ଦ୍ରଙ୍କଠାରୁ ରାଜବୀର ପରିବାର ସଦସ୍ୟ ଜଣାଇଲେ ଶୁଭେଚ୍ଛା

author img

By ETV Bharat Odisha Team

Published : Oct 19, 2023, 2:10 PM IST

'ଗଦର 2' ତାରକା ସନ୍ନି ଦେଓଲଙ୍କ ଆଜି ୬୬ତମ ଜନ୍ମଦିନ । ଏହି ଅବସରରେ ବାପା ଧର୍ମେନ୍ଦ୍ରଙ୍କଠାରୁ ଆରମ୍ଭ କରି ସମସ୍ତ ପରିବାର ସଦସ୍ୟ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ,

୬୬ବର୍ଷରେ ସନ୍ନି ଦେଓଲ, ଧମେନ୍ଦ୍ରଙ୍କ ଠାରୁ ରାଜବୀର ପରିବାର ସଦସ୍ୟ ଜଣାଇଲେ ଶୁଭେଚ୍ଛା

ହାଇଦ୍ରାବାଦ: ବଲିଉଡ ଅଭିନେତା ସନ୍ନି ଦେଓଲ ଆଜି ତାଙ୍କର 66ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅଭିନେତାଙ୍କ ସମସ୍ତ ପରିବାର ସଦସ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସନ୍ନି ଦେଓଲଙ୍କ ବାପା ଧର୍ମେନ୍ଦ୍ର, ଭାଇ ବବି ଦେଓଲ, ଭଉଣୀ ଇଶା ଦେଓଲ ଏବଂ ପୁଅ କରଣ ଦେଓଲ ଏବଂ ରାଜଭୀର ଦେଓଲ ସମସ୍ତେ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆରେ ସନ୍ନିଙ୍କ ସହ ଫଟୋ ସେୟାର କରି ପରିବାର ସଦସ୍ୟ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

ସନ୍ନି ଦେଓଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଇଶା ଦେଓଲ

ଧର୍ମେନ୍ଦ୍ର ତାଙ୍କ ଇନଷ୍ଟାଗ୍ରାମରେ ସନ୍ନି ଦେଓଲଙ୍କ ଏକ ଭିଡିଓ ସେୟାର କରି କିଛି ପୁରୁଣା ସ୍ମୃତିକୁ ତାଜା କରିଛନ୍ତି । ସେ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ କିଛି ରିଲ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ସନ୍ନି ଦେଓଲଙ୍କୁ ଜନ୍ମଦିନ ଶୁଭକାମନା ଜଣାଉଥିବା ଦେଖିବାକୁ ମିଳିଛି । ଭିଡିଓରେ ସନ୍ନି ଦେଓଲଙ୍କ ପିଲାଦିନରୁ ବଡ଼ ହେବା ସମୟ ଦେଖିବାକୁ ମିଳିଛି । ଏଥିରେ ଧର୍ମେନ୍ଦ୍ରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଭିଡିଓର ପୃଷ୍ଠଭୂମିରେ ତାଙ୍କ ଫିଲ୍ମର ଗୀତ ଅପନେର ଗୀତ ବାଜୁଛି । ଭିଡିଓ ସେୟାର କରି ଧର୍ମେନ୍ଦ୍ର ସନ୍ନିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

କରଣ ଦେଓଲ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ପିତାଙ୍କ ସହ କିଛି ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା ବାପା । ତୁମର ପ୍ରତିଭା ଏବଂ ଭଲପାଇବା ମୋତେ ପ୍ରତିଦିନ ପ୍ରେରଣା ଦିଏ । ଏହି ବର୍ଷ ଆପଣଙ୍କୁ ଆହୁରି ଅଧିକ ସଫଳତା ଏବଂ ସୁଖରେ ପରିପୂର୍ଣ୍ଣ ହେଉ । ପୋଷ୍ଟର ପ୍ରଥମ ଫଟୋରେ କରଣ ବିବାହିତ ଥିବାବେଳେ ଦ୍ୱିତୀୟ ଫଟୋରେ ସନ୍ନି ଦେଓଲ ତାଙ୍କ ପୁଅକୁ ହଗ୍ କରୁଥିବା ଦେଖିବାକୁ ମିଳିଛି । ଏହି ଫଟୋଗୁଡ଼ିକରେ ଉଭୟଙ୍କର ଭଲ ବଣ୍ଡିଂ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ରାମାୟଣରେ ସନ୍ନି ଦେଓଲଙ୍କ ଏଣ୍ଟ୍ରି, ହନୁମାନ ଭୂମିକାରେ ଆସିବେ ନଜର

ଅନ୍ୟପକ୍ଷରେ ରାଜଭୀର ଇନଷ୍ଟାଗ୍ରାମରେ ତାଙ୍କ ପିତାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି ଏବଂ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ କ୍ୟାପ୍‌ସନରେ ଲେଖିଛନ୍ତି, 'ଶୁଭ ଜନ୍ମଦିନ ବାପା । ତୁମର ଜନ୍ମଦିନ ତୁମ ପରି ଦମଦାର ଏବଂ ଅବିଶ୍ୱସନୀୟ ହେଉ । ଆଇ ଲଭ ୟୁ ବାପା । ସେହିପରି ଉଭଣୀ ଇଶା ଦେଓଲ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସନ୍ନିଙ୍କ ସହ ତାଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି, ହାପି ବର୍ଥ ଡେ ଭାଇ । ବବି ଦେଓଲ ମଧ୍ୟ ଭାଇଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି, ଲଭ ୟୁ ଭାଇ । ଜନ୍ମଦିନ ଶୁଭେଚ୍ଛା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.