ETV Bharat / entertainment

ସିଏମ ଯୋଗୀଙ୍କୁ 'ବଲିଉଡ ବୟକଟ୍ ଟ୍ରେଣ୍ଡ' ଶେଷର ଶ୍ରେୟ ଦେଲେ ସୁନୀଲ ଶେଟ୍ଟୀ - ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Suniel Shetty On Bollywood Boycott Trend: ଏକ ସାକ୍ଷାତକାରରେ ସୁନୀଲ ଶେଟ୍ଟୀ 'ବଲିଉଡ୍ ବୟକଟ୍' ଟ୍ରେଣ୍ଡ୍‌ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଏହାକୁ ଶେଷ କରିବାର ଶ୍ରେୟ ଅଭିନେତା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ସିଏମ ଯୋଗୀଙ୍କୁ 'ବଲିଉଡ ବୟକଟ୍ ଟ୍ରେଣ୍ଡ' ଶେଷର ଶ୍ରେୟ ଦେଲେ ସୁନୀଲ ଶେଟ୍ଟୀ, କହିଲେ- 'ତାହା ଖରାପ ସମୟ ଥିଲା'

author img

By ETV Bharat Odisha Team

Published : Dec 14, 2023, 1:48 PM IST

ହାଇଦ୍ରାବାଦ: ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ସମୟ ଥିଲା ଯେତେବେଳେ ସୋସିଆଲ ମିଡିଆରେ ଟ୍ରୋଲର୍ସ ବଲିଉଡ ରିଲିଜକୁ ବୟକଟ କରିବାକୁ କହିଥିଲେ। ସେହି ସମୟରେ 'ବଲିଉଡ ବଏକଟ୍' ଟ୍ରେଣ୍ଡ କରୁଥିଲା । 2022 ମସିହାରେ ଆରମ୍ଭ ହୋଇଥିବା ଏହି ଘଟଣା ଉପରେ ଗୁରୁତ୍ୱ ଦେଇ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ଏକ ସାକ୍ଷାତକାରରେ ପ୍ରତିକ୍ରିୟା ଦେଇଛନ୍ତି । ଏହାକୁ ଏକ ଖରାପ ପର୍ଯ୍ୟାୟ ବୋଲି କହିବା ସହ ଏହାକୁ ସମାପ୍ତ କରିବାର ଶ୍ରେୟ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଇଛନ୍ତି ।

ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତି ଏବଂ୨୦୨୨ ସୋସିଆଲ ମିଡିଆ ୟୁଜର୍ସ 'ବ୍ରହ୍ମାସ୍ତ୍ର', 'ଲାଲ ସିଂ ଚଡ୍ଡା' ପରି ବଡ ବଜେଟ୍ ଚଳଚ୍ଚିତ୍ର ରିଲିଜ୍ ସମୟରେ ବଲିଉଡ ବୟକଟ୍ ଟ୍ରେଣ୍ଡ ଆରମ୍ଭ କରିଥିଲା । ଏହି କାରଣରୁ ଅନେକ ଚଳଚ୍ଚିତ୍ର ବେଶ ପ୍ରଭାବିତ ହେବା ସହ କ୍ଷତି ସହିଥିଲା । ବର୍ତ୍ତମାନ ସୁନୀଲ ଶେଟ୍ଟୀ ଏହି ଟ୍ରେଣ୍ଡ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଏକ ସାକ୍ଷାତକାରରେ ସୁନୀଲ କହିଛନ୍ତି, 'ମୁଁ ଭାବୁଛି ଏହା କେବଳ ଏକ ପର୍ଯ୍ୟାୟ, ଏକ ଆନ୍ଦୋଳନ ଯାହା ଆସିଥିଲା ଏବଂ ଚାଲିଗଲା। ବଲିଉଡ ସହ ଅନେକ ଘଟଣା ଘଟୁଥିଲା ଏବଂ 'ବୟକଟବଲିଉଡ' ଏକ ଭାଇରାଲ ଟ୍ରେଣ୍ଡ ଥିଲା, ଏକ ବଡ ଆନ୍ଦୋଳନ ଯାହା ସେହି ସମୟରେ ଆମ ଇଣ୍ଡଷ୍ଟ୍ରିରେ ପୂର୍ବରୁ ଘଟୁଥିବା ଘଟଣାରେ ଅଧିକ କ୍ଷତି ଘଟାଉଥିଲା । "

କିନ୍ତୁ ଯେତେବେଳେ ମୁଁ ମୁଁ ଯୋଗୀ ଆଦିତ୍ୟନାଥଙ୍କ ସହ କଥାବାର୍ତ୍ତା କଲି, ସେତେବେଳେ ମୁଁ ସଚ୍ଚୋଟ ଥିଲି । ମୁଁ ତାଙ୍କୁ ପ୍ରଥମେ କହିଥିଲି, 'ଭଗବାନଙ୍କୁ ମଧ୍ୟ ସମାଲୋଚନା କରାଯାଉଛି, ଆମେ କେବଳ ମଣିଷ ଅଟୁ।' ସେ ଏହାକୁ ବହୁତ ସକାରାତ୍ମକ ଭାବେ ଗ୍ରହଣ କରିଥିଲେ।' ଅଭିନେତା ଆହୁରି କହିଛନ୍ତି, ବର୍ତ୍ତମାନ ଏହି ସବୁ ଟ୍ରୋଲ କେଉଁଠାରେ ଅଛି? ହ୍ୟାସଟ୍ୟାଗଗୁଡ଼ିକ ଆଉ ଅଛି କି? ମାତ୍ର ୧୦ ଜଣ ଲୋକ ଏଟାରେ-ସେଠାରେ ଅଛନ୍ତି । ସୋସିଆଲ ମିଡିଆରେ ବଲିଉଡ ବୟକଟ ପୋଷ୍ଟ ସେୟାର କରିବାର ଏବେ କୌଣସି ଅର୍ଥ ନାହିଁ । ପ୍ରଥମେ ମଧ୍ୟ ଯେତେବେଳେ ଏହା ଏକ ଭାଇରାଲ୍ ଟ୍ରେଣ୍ଡରେ ପରିଣତ ହେଲା ସେତେବେଳେ ଏହାର କୌଣସି ଅର୍ଥ ହୋଇନଥିଲା । ମୁଁ ବିଶ୍ୱାସ କରେ ଏହା କେବଳ ଏକ ପର୍ଯ୍ୟାୟ ଯାହା ଆମେ ଦେଇ ଗତି କରିଛୁ ।

ୟୁପି ସିଏମ୍ ସହ ହୋଇଥିବା ବାର୍ତ୍ତାଳାପକୁ ମନେ ପକାଇ ସୁନୀଲ ଶେଟ୍ଟୀ କହିଛନ୍ତି, 'ମୁଁ ତାଙ୍କୁ କହିଥିଲି, ତୁମର ସାହାଯ୍ୟରେ ବଲିଉଡ ବୟକଟ ଟ୍ରେଣ୍ଡ୍ ବନ୍ଦ ହୋଇପାରିବ । ଏହା କହିବା ଜରୁରୀ ଥିଲା ଯେ ଆମେ ଭଲ କାମ କରିଛୁ । ଗୋଟିଏ ଖରାପ ସେଓ ଥାଇପାରେ, କିନ୍ତୁ ଆମର ୯୯ ପ୍ରତିଶତ ଲୋକ କୌଣସି ଭୁଲରେ ଜଡିତ ନୁହଁନ୍ତି। ଆମକୁ ଏହି ଧାରଣାକୁ ପରିବର୍ତ୍ତନ କରିବାକୁ ପଡିବ । ମୁଁ ତାଙ୍କୁ କହିଲି, ଯଦି ତୁମେ ଆଗକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୁଅ, ତେବେ ଏହା କିଛି ପରିବର୍ତ୍ତନ ହୋଇପାରିବ । ମୁଁ କେବଳ ଏତିକି କହିଥିଲି, ସାର୍, ଆପଣ ଚାହୁଁଛନ୍ତି କି ଆମେ ସେଠାକୁ ଆସିବୁ (ଉତ୍ତରପ୍ରଦେଶରେ ଫିଲ୍ମର ସୁଟିଂ କରିବାକୁ) କିନ୍ତୁ ସେଠାରେ ନିଷେଧାଦେଶ ଅଛି, ଆମେ କେଉଁଠାକୁ ଯିବୁ? ଆମକୁ କେବଳ ସମ୍ମାନର ଆବଶ୍ୟକତା ଅଛି । ବର୍ତ୍ତମାନ ଜିନିଷ ବଦଳି ଯାଇଛି ।

ଏହା ମଧ୍ୟ ପଢନ୍ତୁ: ଓଡିଶା ଆସୁଛନ୍ତି ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ, ଜୟଦେବ ଗୌରବ ସମ୍ମାନରେ ହେବେ ସାମିଲ

ସୁନୀଲ ଶେଟ୍ଟୀଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ ସୁନୀଲ ଶେଟ୍ଟୀଙ୍କ ପାଖରେ ଅନେକ ରୋମାଞ୍ଚକର ପ୍ରୋଜେକ୍ଟ ଅଛି । ନିର୍ଦ୍ଦେଶକ ସ୍ବରୂପ ରାଜ ମୈଦାରାର ଆଗାମୀ ପାରିବାରିକ ନାଟକ 'ଉଜ ଜା ନନେ ଦିଲ'ରେ ସେ ଗୌରବ କାମ୍ବଲେ ଏବଂ ସୁରେନ୍ଦ୍ର ପାଲଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ । ଏହା ବ୍ୟତୀତ ତାଙ୍କୁ ଆଗାମୀ ଆକ୍ସନ୍ ଫିଲ୍ମ କୋଡ୍ ଏଆଇରେ ମଧ୍ୟ ଦେଖିବାକୁ ମିଳିବ। 'ହେରା ଫେରି' ,'ଆୱାରା ପାଗଲ ଦୀୱାନା ୨','ୱେଲକମ ଟୁ ଜଙ୍ଗଲ','ସୁଟଆଉଟ୍ ଏଟ ବାୟକୁଲା'ଭଳି ଫିଲ୍ମରେ ସେ ନଜର ଆସିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.