ETV Bharat / entertainment

ଜେଲ ଭିତରୁ ଜ୍ୟାକଲିନଙ୍କୁ ଧମକ ଦେଉଛି ମହାଠକ ସୁକେଶ, ‘ଖୋଲିଦେବି ସବୁ ରାଜ୍‌’ - ମନିଂ ଲଣ୍ଡରିଂ ମାମଲା

Sukesh Threats Jacqueline: ମନି ଲଣ୍ଡରିଂ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ବର୍ତ୍ତମାନ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସମସ୍ତ ଗୁପ୍ତ ରହସ୍ୟ ଖୋଲି ଦେବାକୁ ଧମକ ଦେଇଛି । ଜ୍ୟାକଲିନଙ୍କ ସହ ବାର୍ତ୍ତାଳାପ, କଲ ରେକର୍ଡିଂ, ଆର୍ଥିକ ବିବରଣୀ ଏବଂ ସ୍କ୍ରିନ ସଟ ରିଲିଜ କରିବାକୁ ସୁକେଶ ଧମକ ଦେଇଛି । ଅଧିକ ପଢନ୍ତୁ,

ଜ୍ୟାକଲିନଙ୍କୁ ମହାଠକ ସୁକେଶର ଧମକ! କହିଲା- 'ଖୋଲିଦେବି ସବୁ ରାଜ୍'

author img

By ETV Bharat Odisha Team

Published : Dec 22, 2023, 4:54 PM IST

ହାଇଦ୍ରାବାଦ: ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ମୁଖ୍ୟ ଅଭିଯୁକ୍ତ ଠକ ସୁକେଶ ଚନ୍ଦ୍ରଶେଖର ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଧମକ ଦେଇଛି । ସେ ଅଭିନେତ୍ରୀଙ୍କ ସମସ୍ତ ଗୁପ୍ତ ରହସ୍ୟ ଖୋଲି ଦେବାକୁ ଧମକ ଦେଇଛି । ସୂଚନା ଅନୁସାରେ, ନିକଟରେ ଜ୍ୟାକଲିନ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଥ୍ୟା ବୋଲି କହି ଏଫଆଇଆର ରଦ୍ଦ କରିବାକୁ ସେ ଅନୁରୋଧ କରିଥିଲେ । ଏଥିସହ ସୁକେଶ ପଠାଉଥିବା ଚିଠିକୁ ନେଇ ମଧ୍ୟକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହା ଉପରେ ରାଗିଯାଇ ବର୍ତ୍ତମାନ ଏକ ଚିଠି ଲେଖି ସମସ୍ତ ରାଜ ଖୋଲିବା ନେଇ ଧମକ ଦେଇଛି । ସୁକେଶ ଜ୍ୟାକଲିନଙ୍କ ସହ ବାର୍ତ୍ତାଳାପ, କଲ ରେକର୍ଡିଂ, ଆର୍ଥିକ ବିବରଣୀ ଏବଂ ସ୍କ୍ରିନ ସଟ ରିଲିଜ କରିବାକୁ ଧମକ ଦେଇଛି ।

ରିପୋର୍ଟ ଅନୁସାରେ, ଜ୍ୟାକଲିନଙ୍କ ନାମ ନନେଇ ସୁକେଶ ନିକଟରେ ଏକ ଚିଠିରେ କହିଛି ଯେ, ଦୁନିଆକୁ ସତ ଜାଣିବାର ଆବଶ୍ୟକତା ରହିଛି । ସେ ଚିଠିରେ ଲେଖିଛି, ସେହି ବ୍ୟକ୍ତିର ବାସ୍ତବତା ଏବଂ ଚାଟ୍, ସ୍କ୍ରିନସଟ୍, ରେକର୍ଡିଂ ଇତ୍ୟାଦି ସମସ୍ତ ଲୁଚି ରହିଥିବା ରହସ୍ୟକୁ ପ୍ରକାଶ କରିବ । ସୁକେଶ ଆହୁରି କହିଛି ଯେ ‘ସେହି ବ୍ୟକ୍ତି’ ତାଙ୍କୁ ସୈତାନରେ ପରିଣତ କରିଛି । ତେଣୁ ତାଙ୍କର ବାସ୍ତବତାକୁ ପ୍ରକାଶ କରିବା ବ୍ୟତୀତ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ ।

ସୁକେଶ ଏହା ମଧ୍ୟ କହିଛି ଯେ, ସେ ସେହି ଅର୍ଥର ସମସ୍ତ ବିଦେଶୀ କାରବାର ଏବଂ ପୁଞ୍ଜି ବିନିଯୋଗ ବିଷୟରେ ପ୍ରକାଶ କରିବେ, ଯାହାକୁ ସେ 'ଏହି ବ୍ୟକ୍ତିଙ୍କ ସୁରକ୍ଷା' ପାଇଁ ଏପର୍ଯ୍ୟନ୍ତ ଗୁପ୍ତ ରଖିଛନ୍ତି । ଜ୍ୟାକଲିନଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବଞ୍ଚାଇବା ପାଇଁ ସୁକେଶ ତାଙ୍କର ଜଣେ ପ୍ରମୁଖ ପ୍ରତିଯୋଗୀଙ୍କୁ ଅତିକ୍ରମ କରିବାକୁ ଅନେକ ମିଲିୟନ୍ ଡଲାର୍ ଦେଇଥିବା ଅଭିଯୋଗ ହୋଇଛି । ସୁକେଶ ତାଙ୍କ ଚିଠିରେ କହିଛନ୍ତି ଯେ ଆଇନ ଅନୁଯାୟୀ ପ୍ରତ୍ୟେକ ସତ୍ୟତାର ଖୁଲାସା କରିବା ପାଇଁ ସେ ବର୍ତ୍ତମାନ ସମସ୍ତ ପ୍ରକାର ଉଦ୍ୟମ କରିବେ ।

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀ ହାଇକୋର୍ଟ ଗଲେ ଜ୍ୟାକଲିନ, ମନି ଲଣ୍ଡ୍ରିଂ ମାମାଲା ରଦ୍ଦ କରିବାକୁ କଲେ ଆବେଦନ

ସୂଚନା ଥାଉ କି, ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ବିରୋଧରେ ଇଡି ଦ୍ୱାରା ଦାଖଲ ହୋଇଥିବା ଏଫଆଇଆର ଏବଂ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌କୁ ରଦ୍ଦ କରିବାକୁ ଦାବି ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏଥିସହ ଜ୍ୟାକଲିନ ସୁକେଶଙ୍କୁ ତାଙ୍କ ବିଷୟରେ କୌଣସି ଚିଠି, ବିବୃତ୍ତି କିମ୍ବା ବାର୍ତ୍ତା ପ୍ରଦାନ ନକରିବାକୁ ସେ ଦିଲ୍ଲୀ ପୋଲିସର ମାଣ୍ଡୋଲି ଜେଲ ଏବଂ ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW)କୁ ନିର୍ଦ୍ଦେଶ ମାଗିଥିଲେ । ଏହି ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ବର୍ତ୍ତମାନ ଇଡିକୁ ନୋଟିସ୍ ଜାରି କରି ଜବାବ ମାଗିଥିବା ଜଣାପଡିଛି । ଏହି ମାମଲାର ଆଗାମୀ ଶୁଣାଣି ଆସନ୍ତା ମାସ ଜାନୁଆରୀ ୨୯ରେ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.