ETV Bharat / entertainment

କିଛି ଘଟିଛି କି କାର୍ତ୍ତିକ ଆର୍ଯ୍ୟନଙ୍କ ସହ, କ୍ରିପ୍ଟିକ ପୋଷ୍ଟ ବଢାଇଲା ସସପେନ୍ସ

author img

By ETV Bharat Odisha Team

Published : Sep 22, 2023, 6:30 PM IST

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ପ୍ରତିଦିନ ତାଙ୍କ ଜୀବନ ସହ ଜଡିତ ଅପଡେଟ ସେୟାର କରିଥାନ୍ତି । ନିକଟରେ ସେ ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ଚକିତ କରିଛନ୍ତି । ଅଧିକ ପଢନ୍ତୁ

କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଦୁର୍ଘଟଣା, କ୍ରିପ୍ଟିକ ପୋଷ୍ଟ ସେୟାର କରି ଦେଲେ ସୂଚନା

ହାଇଦ୍ରାବାଦ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଆଜି ବି-ଟାଉନର ସଫଳ ତାରକାମାନଙ୍କ ମଧ୍ୟରୁ ଅନ୍ୟତମ । ଇଣ୍ଡଷ୍ଟ୍ରିରେ ଖୁବ କମ ସମୟ ମଧ୍ୟରେ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଚଳଚ୍ଚିତ୍ର ଜଗତ ବ୍ୟତୀତ କାର୍ତ୍ତିକ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଅଟନ୍ତି । ସର୍ବଦା ସେ ନିଜ ଅପଡେଟ ସେୟାର କରୁଥିବା ବେଳେ ବର୍ତ୍ତମାନ ସେ ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ଚକିତ କରିଛନ୍ତି ।

କାର୍ତ୍ତିକ ଆର୍ଯ୍ୟନ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇଛନ୍ତି । କାର୍ତ୍ତିକ ପୋଷ୍ଟରେ ଲେଖିଛନ୍ତି, "ଆଜି କିଛି ଭିନ୍ନ ଦୁର୍ଘଟଣା ଘଟିଛି । ତଥାପି ଏହାକୁ ଅତିକ୍ରମ କରିଚାଲିଛି । କଣ ଘଟିଛି ଆସନ୍ତାକାଲି ମୁଁ କହି ପାରିବି।" କାର୍ତ୍ତିକ ଏହି ନୋଟ୍ ସହ ଏକ ଦୁଃଖଦ ଇମୋଜି ମଧ୍ୟ ସେୟାର କରିଛନ୍ତି । ଏହି ପୋଷ୍ଟ ସହ କାର୍ତ୍ତିକ କ୍ୟାପସନରେ ଲେଖିଛନ୍ତି, 'ଆସନ୍ତାକାଲି।'

କାର୍ତ୍ତିକ ଆର୍ଯ୍ୟନ୍ ଏହି ପୋଷ୍ଟ ସେୟାର କରିବା ମାତ୍ରେ ଫ୍ୟାନ୍ସମାନେ ଚିନ୍ତିତ ହୋଇଛନ୍ତି । ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଜଣେ ଫ୍ୟାନ ଲେଖିଛନ୍ତି, 'ମୁଁ ଭାବି ରାତିସାରା ଶୋଇପାରିବି ନାହିଁ । ଅନ୍ୟ ଜଣେ କହିଲା, ତୁମର ଯତ୍ନ ନିଅ । ଆଉ ଜଣେ ଲେଖିଛନ୍ତି, ସାର୍, ଆପଣ ସସପେନ୍ସ ସୃଷ୍ଟି କରି ଛାଡିଦେଲେ । ଅନ୍ୟ ଜଣେ ପଚାରିଛନ୍ତି, 'ସବୁ ଠିକ ଅଛି ତ ?'ଅନେକ କେତେକ ଏହା କେବଳ କାର୍ତ୍ତିକ ଆର୍ଯ୍ୟଙ୍କ ମାର୍କେଟିଂ ଷ୍ଟ୍ରାଟେଜି ବୋଲି କହିଛନ୍ତି । ଆସନ୍ତାକାଲି କାର୍ତ୍ତିକ କଣ କହିବାକୁ ଯାଉଛନ୍ତି ତାହାକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମିଶିଲାଣି କାର୍ତ୍ତିକ-ସାରାଙ୍କ ମନ ! ରୁହ୍‌ ବାବାଙ୍କ ଘରେ ଗଣେଶ ପୂଜା ପାଳିଲେ ଅଭିନେତ୍ରୀ

କାର୍ତ୍ତିକ ଆର୍ଯ୍ୟନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଅଭିନେତା ଫିଲ୍ମ କବୀର ଖାନ୍‌ଙ୍କ ଫିଲ୍ମ ଚନ୍ଦୁ ଚମ୍ପିଆନରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଏକ କ୍ରୀଡା ଡ୍ରାମା ଜଣେ କ୍ରୀଡ଼ାବିତଙ୍କ ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ । ଯିଏ କେବେ ବି ତାଙ୍କ ଜୀବନରେ ହାର ମାନିନାହାନ୍ତି । ଏହି ଚଳଚ୍ଚିତ୍ରଟି ଭାରତର ପ୍ରଥମ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମୁର୍ଲିକାନ୍ତ ପେଟକରଙ୍କ ବାୟୋପିକ୍ ବୋଲି କୁହାଯାଉଛି । ଏହି ଫିଲ୍ମ 14 ଜୁନ୍ 2024 ରେ ମୁକ୍ତିଲାଭ କରିବ । ଏହାବ୍ୟତୀତ ସେ ଆଶିକି 3 ଏବଂ ନିର୍ଦ୍ଦେଶକ ହଂସଲ ମେହେତ୍ତାଙ୍କ ଫିଲ୍ମ କ୍ୟାପଟେନ ଇଣ୍ଡିଆରେ ମଧ୍ୟ ନଜର ଆସିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.