ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ଜନ୍ମଦିନ ଫ୍ୟାନ୍ସଙ୍କ ପାଇଁ କୌଣସି ପର୍ବ ଠାରୁ କମ ନୁହେଁ । କେବଳ ଏତିକି ନୁହେଁ କିଙ୍ଗ ଖାନଙ୍କ ଜନ୍ମଦିନରେ ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ବି ଜୋରଦାର ଉତ୍ସାହ ଦେଖିବାକୁ ମିଳିଛି । ଫରାହ ଖାନଙ୍କ ଠାରୁ ଆରମ୍ଭ କରି କାଜୋଲ, ଅଜୟ ଦେବଗନ, କରୀନା କପୁର ଖାନ, କିଆରା ଆଡଭାନୀ, ଜୁହି ଚାୱଲା, ଏପରିକି ଜବାନ ନିର୍ଦ୍ଦେଶକ ଅଟଲିଙ୍କ ସମେତ ଅନେକ ସେଲିବ୍ରିଟି ବଲିଉଡ ଆଇକନକୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ସୁପରଷ୍ଟାରଙ୍କ ପାଇଁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି । ଅଜୟ ଦେବଗନ୍, କିଆରା ଆଡଭାନୀ, ସିଦ୍ଧାର୍ଥ ମଲହୋତ୍ରା, ଜୁହି ଚାୱଲା, ସୋନୁ ସୁଦ, ରାଜ କୁନ୍ଦ୍ରା, ଏବଂ ଜୱାନ ନିର୍ଦ୍ଦେଶକ ଅଟଲିଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ସମସ୍ତେ ସୁପରଷ୍ଟାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଜୟ ଦେବଗନ ଇନଷ୍ଟାଗ୍ରାମ ଷ୍ଟୋରୀରେ ଶାହରୁଖ ଖାନଙ୍କ ଚଳଚ୍ଚିତ୍ର "ଜବାନ"ର ଏକ ଫଟୋ ସେୟାର କରିଛନ୍ତି । ଅଜୟ ତାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, "ଏଠାରେ ଜବାନ ହେବାର ଆଉ ଏକ ଚମତ୍କାର ବର୍ଷ ! ଜନ୍ମଦିନର ଶୁଭେଚ୍ଛା ଶାହାରୁଖ।" ସେହିପରି କାଜୋଲ ମଧ୍ୟ ଲେଖିଛନ୍ତି, "Wish u a Supercalifrangilistic yearr । ମୁଁ ଜାଣେ ଏହି ବର୍ଷ ଆପଣଙ୍କ ପାଇଁ ଭଲ ହେବ ।"
ଫରାହ ଖାନ ଇନଷ୍ଟାଗ୍ରାମ ଷ୍ଟୋରୀରେ ଶାହାରୁଖଙ୍କ ମନ୍ନତର ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଶାହାରୁଖଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ଫ୍ୟାନ୍ସ ମଧ୍ୟରାତ୍ରରେ ମନ୍ନତ ଆଗରେ ଭିଡ ଜମାଇଥିଲେ । ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି, ଘରର ସର୍ବୋତ୍ତମ ସ୍ଥାନରୁ ତାଙ୍କର ପାଗଳାମି ଦେଖନ୍ତୁ । ଜନ୍ମଦିନର ଶୁଭେଚ୍ଛା ଏସଆରକେ । କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ଶାହରୁଖ ଖାନଙ୍କ ସହ ଏକ ଫଟୋ ପୋଷ୍ଟ କରି ଟ୍ୱିଟ କରି କହିଛନ୍ତି, "ଜନ୍ମଦିନର ଶୁଭେଚ୍ଛା କିଙ୍ଗ ଖାନ । ଏବଂ କରୀନା କପୁର ଖାନ ମଧ୍ୟ କିଙ୍ଗ ଖାନଙ୍କ ପ୍ରତି ଶୁଭକାମନା ଜଣାଇଛନ୍ତି ।
ଜୁହି ଚାୱଲା, ଶାହରୁଖ ଖାନଙ୍କୁ ଖାସ ଅନ୍ଦାଜରେ ବର୍ଥ ଡେ ୱିସ କରିଛନ୍ତି । ଶାହାରୁଖ ଖାନଙ୍କ ସହ ସେ ନିଜର "ରାଜୁ ବାନ୍ ଗୟା ଜେଣ୍ଟେଲମ୍ୟାନ" ଚଳଚ୍ଚିତ୍ର ର ପୁରୁଣା ଫଟୋ ସେୟାର କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି, ବନ୍ଧୁତା ପାଇଁ ୫୦୦ ଗଛ । ଯାହା ଶଦ୍ଦ ଏବଂ ସମୟରୁ ବାହାରେ । ହସିବା ଇମୋଜି ସହ ଏପରିକି ମୋ ବୁଝିବାରୁ ବି ବାହାରେ । ଜନ୍ମଦିନ ଶୁଭେଚ୍ଛା ଶାହାରୁଖ ।
ଏହା ମଧ୍ୟ ପଢନ୍ତୁ: ଜନ୍ମଦିନରେ ଫ୍ୟାନ୍ସଙ୍କୁ କିଙ୍ଗ୍ଖାନ୍ଙ୍କ ଭେଟି, ରିଲିଜ ହେଲା ଡଙ୍କିର ଟିଜର
ଫିଲ୍ମ ଜବାନରେ ଶାହରୁଖ ଖାନଙ୍କ ସହ କାମ କରିଥିବା ନିର୍ଦ୍ଦେଶକ ଅଟଲି ମଧ୍ୟ ଅଭିନେତାଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ ମୋର ପ୍ରିୟ ଶାହାରୁଖ ସାର । ଲଭ୍ ୟୁ । ଜନ୍ମଦିନର ଶୁଭେଚ୍ଛା । ଏହି ଫିଲ୍ମର ସହ ଅଭିନେତ୍ରୀ ରିଧି ଡୋଗ୍ରା ମଧ୍ୟ ସେମାନଙ୍କ ଫଟୋ ପୋଷ୍ଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ରାଜ କୁନ୍ଦ୍ରା, ସୋନୁ ସୁଦଙ୍କ ସମେତ ଅନ୍ୟ ତାରକା ମଧ୍ୟ କିଙ୍ଗଖାନଙ୍କୁ ଶୁଭକାମନା ଜଣାଇଛନ୍ତି ।