ETV Bharat / entertainment

FIFA World Cup 2022: ଆର୍ଜେଣ୍ଟିନାର ବିଜୟ ଖୁସିରେ ଗଦ୍‌ଗଦ୍‌ ବଲିଉଡ ସେଲିବ୍ରିଟି - ବଲିଉଡ ସେଲିବ୍ରିଟି ଫିଫା ବିଶ୍ବକପ

ଦୀର୍ଘ 36 ବର୍ଷର ସ୍ବପ୍ନ ସାକାର ହୋଇଛି । ଚଳିତ ଫିଫା ବିଶ୍ବକପ ବିଜୟୀ ହୋଇଛି ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା । ଯେଉଥିପାଇଁ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ଖୁସିରେ ଗଦ୍‌ଗଦ୍‌ ହୋଇଯାଇଥିବା (Celebs Reaction On Argentina Win) ଦେଖାଯାଇଛି । ଅଧିକ ପଢନ୍ତୁ

FIFA World Cup 2022
ଫିଫା ବିଶ୍ବକପ
author img

By

Published : Dec 19, 2022, 2:32 PM IST

ନୂଆଦିଲ୍ଲୀ: ରବିବାର ଦିନ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ଏକ ଜବରଦସ୍ତ ମୁକାବିଲା (FIFA World Cup 2022) ଦେଖିବାକୁ ମିଳିଥିଲା ​​। ସାରା ବିଶ୍ବର ନଜର ଏହି ମ୍ୟାଚ ଉପରେ ଥିଲା। ବଲିଉଡ ଅଭିନେତା ଶାହରୁଖ ଖାନଙ୍କଠୁ ଆରମ୍ଭ କରି ଦୀପିକା ପାଦୁକୋନ, ନୋରା ଫତେହି ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ସମେତ ଅନେକ ତାରକା ଐତିହାସିକ ମ୍ୟାଚର ସାକ୍ଷୀ ହୋଇଥିଲେ । 38 ବର୍ଷ ପରେ ଆର୍ଜେଣ୍ଟିନା ଫିଫା ବିଶ୍ୱକପ ଟ୍ରଫି ଜିତିଛି । ଯେଉଁଥିପାଇଁ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ଖୁସିରେ ଗଦ୍‌ଗଦ୍‌ ହୋଇଯାଇଥିବା (Celebs Reaction On Argentina Win) ଦେଖାଯାଇଛି ।

  • We are living in the time of one of the best World Cup Finals ever. I remember watching WC with my mom on a small tv….now the same excitement with my kids!! And thank u #Messi for making us all believe in talent, hard work & dreams!!

    — Shah Rukh Khan (@iamsrk) December 18, 2022 " class="align-text-top noRightClick twitterSection" data=" ">

'ପଠାନ'କୁ ନେଇ ବିବାଦରେ ଥିବା ଶାହରୁଖ ଖାନ ଫିଫା ବିଶ୍ୱକପର ଅନ୍ତିମ ମ୍ୟାଚ ଦେଖିବାକୁ ଆସିଥିଲେ। ଶାହାରୁଖଙ୍କ ପାଇଁ ଫିଫା ବିଶ୍ୱକପ୍‌ର ଅଂଶ ହେବା ଅତ୍ୟନ୍ତ ମଜାଦାର ଥିଲା। କିଙ୍ଗ ଖାନ ଆର୍ଜେଣ୍ଟିନାର ବିଜୟ ଉପରେ ଟୁଇଟ୍ କରି ଲେଖିଛନ୍ତି, ‘ଆମେ ବର୍ତ୍ତମାନର ସର୍ବଶ୍ରେଷ୍ଠ ବିଶ୍ୱକପ ଫାଇନାଲ ଦେଖିଛୁ । ମୋର ମନେ ଅଛି, ଗୋଟିଏ ଛୋଟ ଟିଭିରେ ମା’ଙ୍କ ସହ ବିଶ୍ୱକପ ଦେଖୁଥିଲି । ମୋ ପିଲାମାନଙ୍କ ଏବେ ବି ସେହି ଉତ୍ସାହ ରହିଛି ଏବଂ ଆମ ସମସ୍ତଙ୍କୁ ପ୍ରତିଭା, କଠିନ ପରିଶ୍ରମ ଏବଂ ସ୍ୱପ୍ନରେ ବିଶ୍ୱାସ ଦେଇଥିବାରୁ ମେସିଙ୍କୁ ଧନ୍ୟବାଦ ।’

  • क्या फाड़ू था ये मैच दोस्तों! इस भाषा के लिए माफ़ी! मगर और कोई शब्द फिट नहीं बैठ रहा था! 😁! #Messi𓃵 का जवाब नहीं। इस मैच के दौरान लग रहा था कि इसमें कुछ भी हो सकता है!! वाह! जय हो!! 👏👏👏❤️ #FIFAWorldCup pic.twitter.com/9j38wPpSLe

    — Anupam Kher (@AnupamPKher) December 18, 2022 " class="align-text-top noRightClick twitterSection" data=" ">
  • 10 all the way 🙌🏼 what a final!!! Unbelievable. What an absolute treat to watch!!! Congratulations #Arg. Well played #FRa. #FIFAWorldCup

    — Dia Mirza (@deespeak) December 18, 2022 " class="align-text-top noRightClick twitterSection" data=" ">

ଶାହରୁଖ ଖାନଙ୍କ ପରେ ରିତେଶ ଦେଶମୁଖ, ରଣଭୀର ସିଂ, ଅନୁପମ ଖେର ଏବଂ ଦିଆ ମିର୍ଜା ମଧ୍ୟ ଆର୍ଜେଣ୍ଟିନା ପାଇଁ ଖୁସି ବ୍ୟକ୍ତ କରିଛନ୍ତି। ମେସିଙ୍କୁ ପ୍ରଶଂସା କରି ଅନୁପମ ଖେର ଲେଖିଛନ୍ତି, ଏହା ଏକ ଅତି ଚମତ୍କାର ମ୍ୟାଚ୍‌ ଥିଲା । ମେସିଙ୍କ ଜବାବ୍‌ ନାହିଁ । ଏହି ମ୍ୟାଚ୍ ସମୟରେ ଲାଗୁଥିଲା ଯେ ଏଥିରେ କିଛି ବି ହୋଇପାରେ । #FIFAWorldCup ପ୍ରକୃତରେ, ମେସିଙ୍କ ପାଇଁ ବୋଧହୁଏ ଏହାଠାରୁ ଭଲ ଫେବରେବଲ୍‌ କିଛି ହୋଇପାରି ନଥାନ୍ତା ।

ରଣଭୀର ସିଂ ଲେଖିଛନ୍ତି, 'ମୁଁ ବର୍ତ୍ତମାନ ଅତି ଚମତ୍କାର ମ୍ୟାଚ୍‌ ଦେଖିଲି ! ଐତିହାସିକ, ଆଇକନିକ୍, ସମ୍ପୂର୍ଣ୍ଣ ମ୍ୟାଜିକ୍, ଫିଫା ବିଶ୍ୱକପ୍ ।'

  • What have I just witnessed ?!?! Historic. Iconic. Pure magic. #FIFAWorldCup

    — Ranveer Singh (@RanveerOfficial) December 18, 2022 " class="align-text-top noRightClick twitterSection" data=" ">

ମେସିଙ୍କ ପାଇଁ ସ୍ୱତନ୍ତ୍ର ଥିଲା ମ୍ୟାଚ୍

ଶେଷ ଥର ପାଇଁ ପ୍ରଶଂସକମାନେ ମେସିଙ୍କୁ ଫିଫା ବିଶ୍ୱକପ ପାଇଁ ଗ୍ରାଉଣ୍ଡରେ ଖେଳୁଥିବା ଦେଖିଛନ୍ତି । ଏହାପରେ ମେସି ଆଉ ବିଶ୍ୱକପ୍‌ର ଅଂଶ ହେବେ ନାହିଁ । ଯେଉଁଥିପାଇଁ ସମସ୍ତେ ଚାହୁଁଥିଲେ ଯେ ମେସି ଜିତନ୍ତୁ । ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ୩୬ ବର୍ଷର ବିଶ୍ବକପ୍‌ ଅପେକ୍ଷାକୁ ସମାପ୍ତ କଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.