ETV Bharat / entertainment

'ଦ ଆର୍ଚିସ' ସ୍ବତନ୍ତ୍ର ସ୍କ୍ରିନିଂ; ଶାହାରୁଖ-ଅମିତାଭଙ୍କ ପରିବାର ସହ ନଜର ଆସିଲେ ଏହି ସେଲିବ୍ରିଟି

ଜୋୟା ଅଖତରଙ୍କ ଫିଲ୍ମ 'ଦ ଆର୍ଚିସ' ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ପ୍ରସ୍ତୁତ ରହିଛି । ଏହାପୂର୍ବରୁ ନିର୍ମାତାମାନେ ଏହି ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ଆୟୋଜନ କରିଥିଲେ । ଯେଉଁଥିରେ ଖୁସୀ ନିଜ ସ୍ବର୍ଗତା ମା' ଶ୍ରୀଦେବୀଙ୍କ ଗାଉନରେ ନଜର ଆସିଥିବା ବେଳେ ସୁହାନା ଏବଂ ଅଗସ୍ତ୍ୟା ନିଜ ପରିବାର ସଦସ୍ୟଙ୍କ ସହ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ,

'ଦ ଆର୍ଚିସ' ସ୍ବତନ୍ତ୍ର ସ୍କ୍ରିନିଂ; ଶାହାରୁଖ-ଅମିତାଭଙ୍କ ଫ୍ୟାମିଲି ସହ ନଜର ଆସିଲେ ଏହି ସେଲିବ୍ରିଟି

author img

By ETV Bharat Odisha Team

Published : Dec 6, 2023, 11:18 AM IST

ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦା ଏବଂ ସୁପରଷ୍ଟାର ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଓ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ ଝିଅ ତଥା ଜାହ୍ନବୀ କପୁରଙ୍କ ଭଉଣୀ ଖୁସି କପୁର ବର୍ତ୍ତମାନ ଫିଲ୍ମ 'ଦ ଆର୍ଚିସ' ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ଡିସେମ୍ବର ୭ରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ଏହାରି ମଧ୍ୟରେ ନିର୍ମାତା ଫିଲ୍ମର ସ୍ପେଶାଲ ସ୍କ୍ରିନିଂର ଆୟୋଜନ କରିଥିଲେ । ଏହି ସମୟରେ ନିଜ ପିଲାଙ୍କୁ ସମର୍ଥନ କରିବାକୁ କାର୍ଯ୍ୟକ୍ରମରେ ସାମିଲ ହେଲେ ଶାହାରୁଖ ଖାନ ଏବଂ ଅମିତାଭ ବଚ୍ଚନଙ୍କ ପରିବାର ।

ମୁମ୍ବାଇରେ ଆୟୋଜିତ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ କାର୍ଯ୍ୟକ୍ରମରେ ସୁହାନା ଖାନଙ୍କୁ ସମର୍ଥନ କରିବାକୁ ସେଠାରେ ପହଞ୍ଚିଥିଲେ କିଙ୍ଗଖାନଙ୍କ ପୁରା ପରିବାର । ଶାହାରୁଖ ଖାନ, ମା' ଗୌରୀ ଖାନ, ଭାଇ ଆର୍ଯ୍ୟନ ଖାନ, ଅବରାମ ଙ୍କ ପୋଜ ଦେଇଥିଲେ ସୁହାନା । ଗୌରୀଙ୍କ ମା' ସବିତା ଛିବର ବି ଯୋଗ ଦେଇଥିଲେ । ଏହି ସମୟରେ ଶାହାରୁଖ ଖାନଙ୍କ'ଦ ଆର୍ଚିସ' ଟି-ସାର୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତେବେ ପୁରା ପରିବାର ବ୍ଲାକ ଆଉଟଫିଟ୍‌ରେ ନଜର ଆସିଥିବା ବେଳେ ସୁହାନାଙ୍କୁ ଲାଲ ରଙ୍ଗର ଫ୍ରକରେ ଦେଖିବାକୁ ମିଳିଥିଲା ।

ସେହିପରି ଏହି କାର୍ଯ୍ୟକ୍ରମରେ ଅଗସ୍ତ୍ୟାଙ୍କୁ ସମର୍ଥନ କରିବା ପାଇଁ ଅମିତାଭ ବଚ୍ଚନଙ୍କ ପୁରା ପରିବାର ସାମିଲ ହୋଇଥିଲା । ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଝିଅ ଆରାଧ୍ୟାଙ୍କୁ ବ୍ଲାକ ଡ୍ରେସ କୋଡରେ ଦେଖିବାକୁ ମିଳିଥିବା ବେଳେ ଜୟା ବଚ୍ଚନ ଏବଂ ଶ୍ୱେତାଙ୍କୁ ଗୋଲ୍ଡେନ ଆଉଟଫିଟ ଏବଂ ନାତୁଣୀ ନବ୍ୟାଙ୍କୁ ଲାଲ ରଙ୍ଗର ପୋଷାକରେ ଦେଖିବାକୁ ମିଳିଥିଲା । ଟିନା ଅମ୍ବାନୀ ମଧ୍ୟ ପରିବାର ସହ ପୋଜ୍ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ପୁରା ପରିବାର ମିଶି ଏକାଠି ପୋଜ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଷ୍ଟେଜ୍‌ ପରଫରମାନ୍ସ ନେଇ ଟ୍ରୋଲ୍‌ ହେଲେ ରୁମର କପଲ ଅଗସ୍ତ୍ୟା-ସୁହାନା

ସେପଟେ ଖୁସୀ କପୁର ନିଜ ସ୍ବର୍ଗତା ମା' ଶ୍ରୀଦେବୀଙ୍କ ଗାଉନ ପିନ୍ଧି ସ୍ପେଶାଲ ସ୍କ୍ରିନିଂରେ ଯୋଗ ଦେଇଥିଲେ । ସୂଚନା ଥାଉ କି, ଶ୍ରୀଦେବୀ ୨୦୧୩ ମସିହାରେ IIFA ରେଡ୍ କାର୍ପେଟରେ ଏହି ଗାଉନ୍ ପିନ୍ଧିଥିଲେ । ଖୁସୀଙ୍କୁ ସମର୍ଥନ କରିବା ପାଇଁ ଭଉଣୀ ଜାହ୍ନବୀ କପୁର ଷ୍ଟାଇଲିସ ଲୁକ୍‌ରେ ସାମିଲ ହୋଇଥିଲେ । ଏଥିସହ ଅନେକ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଚାର୍‌ ଚାନ୍ଦ୍ ଲଗାଇଥିଲେ । ବଳିଉଡ ଅଭିନେତ୍ରୀ ରେଖା, କ୍ୟାଟ୍ରିନା କୈଫ, ମଲାଇକା ଆରୋରା ଏବଂ ଅଭିନେତା ରଣବୀର ସିଂ, ରଣବୀର କପୁର, ଅଭିନେତ୍ରୀ ନୀତୁ ସିଂ, କରଣ ଜୋହର ସମେତ ଅନେକ ସେଲିବ୍ରିଟି ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.