ETV Bharat / entertainment

ସ୍ବାଧୀନତା ଦିବସରେ ଫ୍ୟାନ୍ସଙ୍କୁ ସର୍‌ପ୍ରାଇଜ ଦେବେ ହ୍ରିତିକ, ଫାଇଟରକୁ ନେଇ ଦେଇପାରନ୍ତି ଅପଡେଟ୍

author img

By

Published : Aug 14, 2023, 4:46 PM IST

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ହ୍ରିତିକ ରୋଶନ ଆଗାମୀ ଫିଲ୍ମ ଫାଇଟର ସହ ଧମାକା କରିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ବର୍ତ୍ତମାନ ସ୍ବାଧୀନତା ଦିବସରେ ଫିଲ୍ମକୁ ନେଇ ବଡ଼ ଅପଡେଟ ସେୟାର କରିବେ ବୋଲି ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ସ୍ବାଧୀନତା ଦିବସରେ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେବେ ହ୍ରିତିକ, ଫାଇଟରକୁ ନେଇ ଦେଇପାରନ୍ତି ଅପଡେଟ୍

ହାଇଦ୍ରାବାଦ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଖୁବଶୀଘ୍ର ଫିଲ୍ମ 'ଫାଇଟର'ରେ ନଜର ଆସିବାକୁ ଯାଉଛନ୍ତି । ପୂର୍ବରୁ ଫିଲ୍ମରୁ ହ୍ରିତିକଙ୍କ ପ୍ରଥମ ଲୁକ୍‌ ରିଲିଜ ହୋଇଥିଲା । ତେବେ ବର୍ତ୍ତମାନ ଫିଲ୍ମକୁ ନେଇ ବଡ ଅପଡେଟ ଦେଇପାରନ୍ତି । ସୋସିଆଲ ମିଡିଆରେ ଏନେଇ ହିଣ୍ଟ ଦେବା ସହ ଆସନ୍ତାକାଲି ଅର୍ଥାତ୍ ସ୍ବାଧୀନତା ଦିବସରେ ଫିଲ୍ମକୁ ନେଇ ସେୟାର କରିବେ ବଡ଼ ଅପଡେଟ ।

ହ୍ରିତିକ ରୋଶନ ନିଜ ଟ୍ବିଟରରେ ଏକ ପୋଷ୍ଟର ସେୟାର କରି ଫିଲ୍ମର ଟିଜର ରିଲିଜର ତାରିଖ ଘୋଷଣା କରିଛନ୍ତି । ଏଥିସହ ସମୟ ମଧ୍ୟ କହିଛନ୍ତି । ସେୟାର ହୋଇଥିବା ପୋଷ୍ଟରରେ ତ୍ରିରଙ୍ଗା ରଙ୍ଗରେ ଫିଲ୍ମର ନାଁ 'Sprit Of Fighter This Independence day' ଲେଖାହୋଇଥିବା ବେଳେ କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି, 'ସ୍ପିରିଟ୍‌ ଅଫ୍‌ ଫାଇଟର' ଆସନ୍ତାକାଲି ସକାଳ 10ଟାରେ । ଏହା ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ୍‌ କରିବା ସହ ଏନେଇ ବେଶ ଉତ୍ସାହିତ ଥିବା ଜଣାପଡ଼ିଛି ।

ତେବେ ଏହି ଚଳଚ୍ଚିତ୍ରଟି ପଠାନ ଫେମ୍‌ ନିର୍ମାତା ସିଦ୍ଧାର୍ଥ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ର ସହ ନିର୍ମାତା ସିଦ୍ଧାର୍ଥ ହ୍ରିତିକଙ୍କ ସହ ତୃତୀୟ ଥର ଏକାଠି କାମ କରିଛନ୍ତି । ଏହି ଫିଲ୍ମରେ ହ୍ରିତିକଙ୍କ ସହ ଦୀପିକା ପାଦୁକୋନ୍ ଏବଂ ଅନିଲ କପୁର ପ୍ରମୁଖ ଭୂମିକାରେ ନଜର ଆସିବେ । ଦୀପିକାଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ହ୍ରିତିକ। ଏହି ଚଳଚ୍ଚିତ୍ରଟି ଜାନୁଆରୀ 25, 2024ରେ ହଲ୍‌ରେ ରିଲିଜ ହେବ।

ଏହା ମଧ୍ୟ ପଢନ୍ତୁ: ହ୍ରିତିକଙ୍କ ଫିଲ୍ମ 'ଫାଇଟର୍'ର ପୋଷ୍ଟର ଆଉଟ୍; ଏହି ଦିନ ହେବ ରିଲିଜ

ସେପଟେ ହ୍ରିତିକ 'ୱାର 2'ରେ ମଧ୍ୟ ନଜର ଆସିବେ । ୟଶରାଜ ସ୍ପାଏ ୟୁନିଭର୍ସ ଫିଲ୍ମ 'ପଠାନ'ରୁ 1000 କୋଟିରୁ ଅଧିକ ସଂଗ୍ରହ କରିବା ପରେ ବର୍ତ୍ତମାନ ଫିଲ୍ମ'ୱାର-୨ 'ପାଇଁ ପ୍ରସ୍ତୁତ ହେଉଛି । ଏହି ସିକ୍ୱେଲର ନିର୍ଦ୍ଦେଶନା ଦେବେ ଆୟାନ ମୁଖାର୍ଜୀ । ଏହି ଫିଲ୍ମରେ ଏକାଠି ନଜର ଆସିବେ ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ସହ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଷ୍ଟାର୍‌ ଜୁନିଅର ଏନଟିଆର । ହ୍ରିତିକ ଏବଂ ଜୁନିଅର ଏନଟିଆର୍‌ଙ୍କ ବ୍ୟତୀତ ଅନେକ ବଲିଉଡ ତାରକା ନଜର ଆସିବେ ବୋଲି କୁହାଯାଉଛି । ସଲମାନ ଖାନ, ଶାହାରୁଖ ଖାନ, କ୍ୟାଟ୍ରିନା କୈଫ, ଟାଇଗର ଶ୍ରଫ, ଦୀପିକା ପାଦୁକୋନ, ଜନ୍ ଅବ୍ରହାମ ଏବଂ ଇମ୍ରାନ ହାଶମୀ ମଧ୍ୟ ଫିଲ୍ମରେ ନଜର ଆସିବା ନେଇ ଆଲୋଚନା ହେଉଛି । ୟଶରାଜ ବ୍ୟାନରର ସ୍ପାଏ ୟୁନିଭର୍ସର ଏହି ଫିଲ୍ମ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଫିଲ୍ମର ଅଫିସିଆଲ୍ ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.