ETV Bharat / entertainment

Kashmir in Earthquake: ସୁରକ୍ଷିତ ଅଛନ୍ତି ସାଉଥ ଅଭିନେତା ବିଜୟଙ୍କ ସହ 'ଲିଓ' ଟିମ

ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଆଜିକାଲି କାଶ୍ମୀରରେ ତାଙ୍କ ଆଗାମୀ ଫିଲ୍ମ 'ଲିଓ'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ ମଙ୍ଗଳବାର ଆଫଗାନିସ୍ତାନ, କାଶ୍ମୀର ଏବଂ ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ବର୍ତ୍ତମାନ କାଶ୍ମୀରରେ ଲିଓର ସୁଟିଂ ଜାରି ରହିଛି । ଅଧିକ ପଢ଼ନ୍ତୁ

ସାଉଥ ଅଭିନେତା ବିଜୟଙ୍କ ସହ 'ଲିଓ' ଟିମ ସୁରକ୍ଷିତ ଥିବା କହିଲେ ମେକର୍ସ

author img

By

Published : Mar 22, 2023, 3:26 PM IST

ହାଇଦ୍ରାବାଦ: ଗତ କିଛି ସପ୍ତାହ ଧରି କାଶ୍ମୀରରେ ଟଲିଉଡ ସୁପରଷ୍ଟାର ଥାଲାପତି ବିଜୟ ନିଜ ଆଗାମୀ ତାମିଲ ଆକ୍ସନ୍-ଥ୍ରୀଲର ଫିଲ୍ମ 'ଲିଓ'ର ସୁଟିଂ କରୁଛନ୍ତି। ମଙ୍ଗଳବାର ଦିନ ଆଫଗାନିସ୍ତାନରେ ଏକ ଭୂମିକମ୍ପ ହୋଇଥିଲା । ଏହାର ପ୍ରଭାବରେ ଜାମ୍ମୁ-କାଶ୍ମୀର, ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତର କିଛି ଅଂଶରେ ମଧ୍ୟ ଅନୁଭୂତ ହୋଇଥିଲା । ସୁଟିଂ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥିରୁ 'ଲିଓ'ର ଟିମ୍‌ ସୁରକ୍ଷିତ ଥିବା ନେଇ ସୂଚନା ଦେଇଛନ୍ତି ଫିଲ୍ମ ମେକର୍ସ।

ଭୁମିକମ୍ପ ସମୟରେ, କାଶ୍ମୀରରେ 'ଲିଓ' ଟିମର ସୁଟିଂ ଚାଲୁ ରହିଥିଲା । ଏନେଇ ଫିଲ୍ମ ନିର୍ମାତାମାନେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, 'ଲିଓ' ଫିଲ୍ମର ସୁଟିଂ ଜାରି ରହିଛି, ଟିମ୍‌ର ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି । ଏହି ଖବର ଶୁଣି ଫ୍ୟାନ୍ସ ଚିନ୍ତା ପ୍ରକଟ କରିବା ସହ ଆଶ୍ବସ୍ତି ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଜାମ୍ମୁ-କାଶ୍ମୀର ଏବଂ ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଛି । ଲିଓ ମେକର୍ସ ନିଜ ସେଭେନ ସ୍କ୍ରିନ ଷ୍ଟୁଡିଓର ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲରେ ତାମିଲ ଫିଲ୍ମ ଚନ୍ଦ୍ରାମୁଖୀର ଏକ ଭାଡିଭେଲୁଙ୍କ ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଆମେ ସୁରକ୍ଷିତ ଅଛୁ, ଟିମ୍ ଲିଓ । ତେବେ ଥାଲା ବିଜୟ ଏବଂ ନିର୍ଦ୍ଦେଶକ ଲୋକେଶ କନଗରାଜ 'ଲିଓ'ରେ ଏକାଠି କାମ କରୁଛନ୍ତି ।

ସୂଚନା ଥାଉ କି, ଫିଲ୍ମର ସୁଟିଂ ପାଇଁ ଥାଲାପତି ବିଜୟ ବର୍ତ୍ତମାନ ଟଲିଉଡ ଅଭିନେତ୍ରୀ ତୃଷା କୃଷ୍ଣନ, ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ ସହ କାଶ୍ମୀରରେ ଅଛନ୍ତି । ଟିମ୍‌ ଏପ୍ରିଲ ସୁଦ୍ଧା କାଶ୍ମୀରରେ ସୁଟିଂ ଶେଷ କରି ଅଳ୍ପ ସମୟ ପାଇଁ ଚେନ୍ନାଇକୁ ଫେରିବ ବୋଲି ଆଶା କରାଯାଉଛି । ପରବର୍ତ୍ତୀ ସୁଟିଂ ପାଇଁ ହାଇଦ୍ରାବାଦରେ ଏକ ବିଶାଳ ବିମାନବନ୍ଦର ସେଟ୍ ନିର୍ମାଣ କରାଯାଉଛି ।

ଏହି ଫିଲ୍ମରେ ବଲିଉଡର 'ମୁନ୍ନା ଭାଇ' ସଞ୍ଜୟ ଦତ୍ତ, ଗୌତମ ବାସୁଦେବ ମେନନ୍, ମିସ୍କିନ୍, ଅର୍ଜୁନ ଏବଂ ପ୍ରିୟା ଆନନ୍ଦଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଗତ ସପ୍ତାହରେ ବଲିଉଡ ତାରକା ସଞ୍ଜୟ ଦତ୍ତ ଏବଂ ଅଭିନେତା-ନିର୍ଦ୍ଦେଶକ ଗୌତମ ବାସୁଦେବ ମେନନ ନିଜର ସୁଟିଂ ଶେଷ କରିଥିଲେ । ତେବେ ଲିଓ ଫିଲ୍ମ ଚଳିତ ବର୍ଷ ଅକ୍ଟୋବର 19ରେ ସିନେମା ହଲରେ ରିଲିଜ ହେବାକୁ ଯାଉଛି।

1984ରେ ଥାଲପତି ବିଜୟ 10 ବର୍ଷ ବୟସରେ ଶିଶୁ କଳାକାର ଭାବେ ଭେତ୍ରୀ ତାମିଲ ଫିଲ୍ମରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ପରେ କୁଡୁମବମ(1984), ବସନ୍ଥା ରାଗମ(1986), ସତମ ଅରୁ ଭିଲାଆଟୁ(1987), ଇଥୁ ଏଙ୍ଗଲ ନେଥି(1988) ଫିଲ୍ମରେ ମଧ୍ୟ ନଜର ଆସିଥିଲେ । ନାନ ସିଗାପୁ ମନିତାନ(1985)ରେ ରଜନୀକାନ୍ତଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ବିଜୟ । ସେ ନିଜର ଅଭିନୟ ଯାଦୁରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.