ETV Bharat / entertainment

ବେବିମୁନରୁ ଫେରି ଭିଡିଓ ସେୟାର କଲେ ସୋନମ କପୁର

ସୋନମ କପୁର ସ୍ୱାମୀ ଆନନ୍ଦ ଅହୁଜାଙ୍କ ସହ ବେବିମୁନରେ ଯାଇଥିଲେ ଏବଂ ବର୍ତ୍ତମାନ ଅଭିନେତ୍ରୀ ଫେରି ଆସିଛନ୍ତି । ବେବିମୁନରୁ ଫେରିବା ପରେ ସୋନମ କପୁର କିଛି ଭିଡିଓ ସେୟାର କରିଛନ୍ତି। ଅଧିକ ପଢନ୍ତୁ

author img

By

Published : Jun 8, 2022, 1:40 PM IST

ବେବିମୁନରୁ ଫେରି ଭିଡିଓ ସେୟାର କଲେ ସୋନମ କପୁର
ବେବିମୁନରୁ ଫେରି ଭିଡିଓ ସେୟାର କଲେ ସୋନମ କପୁର

ହାଇଦ୍ରାବାଦ: ବଲିଉଡ ଅଭିନେତା ଅନିଲ କପୁରଙ୍କ ଝିଅ ତଥା ଅଭିନେତ୍ରୀ ସୋନମ କପୁର ଖୁବ୍ ଶୀଘ୍ର ପ୍ରଶଂସକଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି। ଆଜିକାଲି ସୋନମ ତାଙ୍କ ସ୍ୱାମୀଙ୍କ ସହିତ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି । ନିକଟରେ ସୋନମ କପୁର ସ୍ୱାମୀ ଆନନ୍ଦ ଅହୁଜାଙ୍କ ସହ ବେବିମୁନରେ ଯାଇଥିଲେ ଏବଂ ବର୍ତ୍ତମାନ ଅଭିନେତ୍ରୀ ଫେରି ଆସିଛନ୍ତି । ବେବିମୁନରୁ ଫେରିବା ପରେ ସୋନମ କପୁର କିଛି ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସୋନମ କପୁରଙ୍କ ପ୍ରେଗ୍ନେସୀ ଗ୍ଲୋ ସ୍ପଷ୍ଟ ଭାବେ ନଜର ଆସୁଛି ।

ଆସନ୍ତାକାଲି ଅର୍ଥାତ ଜୁନ୍ 9 ତାରିଖରେ ସୋନମ କପୁରଙ୍କ ଜନ୍ମଦିନ । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ସେୟାର କରି ବେବିମୁନରୁ ଫେରି ସୋନମ କପୁର କହିଛନ୍ତି ଯେ, ବର୍ତ୍ତମାନ ଜନ୍ମଦିନ ସପ୍ତାହ ଆରମ୍ଭ ହୋଇଛି । ବର୍ତ୍ତମାନ ସୋନମ କପୁରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅଭିନେତ୍ରୀଙ୍କୁ ଏକ ସ୍ପୋର୍ଟସ ଆଉଟଫିଟରେ ଦେଖିବାକୁ ମିଳିଛି । ଏହି ଭିଡିଓ ସେୟାର କରି ସୋନମ କପୁର କ୍ୟାପସନରେ ଲେଖିଛନ୍ତି, 'ଘରକୁ ଫେରିସାରିଛୁ... ଜନ୍ମଦିନ ସପ୍ତାହ ଆରମ୍ଭ ହୋଇସାରିଛି' ।

ସୋନମ କପୁରଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ପୋଷ୍ଟକୁ ବହୁତ ପସନ୍ଦ କରିଛନ୍ତି ଏବଂ ଏପର୍ଯ୍ୟନ୍ତ ଏହି ଭିଡିଓରେ 1 ଲକ୍ଷ 86 ହଜାରରୁ ଅଧିକ ଲାଇକ୍ ଆସିସାରିଛି । ସୋନମ ତାଙ୍କର ଅନେକ ମାତୃତ୍ୱ ଫଟୋସୁଟ ମଧ୍ୟ ସେୟାର କରିଛନ୍ତି । ଏହା ବ୍ୟତୀତ ସେ ନିଜ କାର୍ଯ୍ୟକଳାପର ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.