ETV Bharat / entertainment

Akanksha Dubey Death Case: ପୁରୁଷବନ୍ଧୁ ସମର ସିଂ ଗିରଫ

author img

By

Published : Apr 7, 2023, 11:31 AM IST

Updated : Apr 7, 2023, 2:01 PM IST

ଆକାଂକ୍ଷା ଦୁବେ ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲାରେ ଭୋଜପୁରୀ ଗାୟକ ସମର ସିଂଙ୍କୁ ଗିରଫ କରିଛି ପୋଲିସ । ରାଜନଗର ଏକ୍ସଟେନ୍ସନର ଚାର୍ଲ୍ସ କ୍ରିଷ୍ଟାଲ ସୋସାଇଟିରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ଆକାଂକ୍ଷା ଦୁବେ ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲାରେ ଗାୟକ ସମର ସିଂ ଗିରଫ

ନୂଆଦିଲ୍ଲୀ: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା । ଘଟଣାର 12ଦିନ ପରେ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗାଜିଆବାଦର ରାଜନଗରରରୁ ଗିରଫ କରିବା ପରେ ସମର ସିଂଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଅଭିଯୁକ୍ତକୁ ଟ୍ରାନଜିଟ ରିମାଣ୍ଡରେ ନେଇଛି ପୋଲିସ । ବର୍ତ୍ତମାନ ପୋଲିସ ଅଭିଯୁକ୍ତ ସମର ସିଂଙ୍କୁ ବାରାଣାସୀ ଅଭିମୁଖେ ବାହାରିଛି । ଯେଉଁଠାରେ ପୋଲିସ ତାଙ୍କୁ ଏହି ଘଟଣା ସମ୍ପର୍କରେ ପଚରାଉଚରା କରିବ ।

ଅଭିନେତ୍ରୀଙ୍କ ମୃତ୍ୟୁ ପରେ ଫେରାର ଥିଲା ପୁରୁଷ ବନ୍ଧୁ ତଥା ଗାୟକ ସମର ସିଂ । ପୋଲିସ ତାକୁ ଧରିବା ପାଇଁ ଲୁକ୍ଆଉଟ୍ ନୋଟିସ୍ ଜାରି ମଧ୍ୟ କରିଥିଲା । ​​ବହୁ ଖୋଜାଖୋଜି ପରେ ଶେଷରେ ନନ୍ଦଗ୍ରାମ ପୋଲିସ ଷ୍ଟେସନ ଅଞ୍ଚଳର ରାଜନଗର ଏକ୍ସଟେନ୍ସନର ଚାର୍ଲ୍ସ କ୍ରିଷ୍ଟାଲ ସୋସାଇଟିରୁ ଗାୟକ ତଥା ଅଭିଯୁକ୍ତ ସମର ସିଂଙ୍କୁ ଗିରଫ କରିଛି ।

ଘଟଣା ନେଇ ଡିସିପି ନିପୁଣ ଅଗ୍ରୱାଲଙ୍କ ସୂଚନା ଦେଇ କହିଛନ୍ତି କି, ‘ବାରାଣାସୀ ପୋଲିସ ଗୁରୁବାର ଗାଜିଆବାଦକୁ ଆସି ଆକାଂକ୍ଷା ଦୁବେ ମାମଲାରେ ସେଠାକାର ପୋଲିସର ସହାୟତା ଲୋଡିଥିଲେ । ଏହାପୂର୍ବରୁ ଅଭିଯୁକ୍ତ ସମର ନୋଏଡାରେ ରହୁଥିଲେ ଏବଂ 4 ଦିନ ପୂର୍ବରୁ ଏଠାକୁ ଆସିଥିଲେ । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଗାଜିଆବାଦରେ ସମରଙ୍କୁ ଧରିବାରେ ସଫଳ ହୋଇଛି । କୋର୍ଟରେ ହାଜର ପରେ 24 ଘଣ୍ଟିଆ ଟ୍ରାନଜିଟ ରିମାଣ୍ଟରେ ନେଲା ପୋଲିସ। ବର୍ତ୍ତମାନ ପୋଲିସ ଅଭିଯୁକ୍ତ ସମର ସିଂଙ୍କୁ ବାରାଣାସୀ ନେଇ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରିବ ପୋଲିସ। ଯାହା ପରେ ଜଣାପଡିବ ଅଭିନେତ୍ରୀଙ୍କ ଆତ୍ମହତ୍ୟା ହେବାର କାରଣ କ’ଣ ଥିଲା ?’

ସୂଚନା ଥାଉ କି, ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ପରେ ପୋଲିସ ସମର ସିଂ ଏବଂ ତାଙ୍କ ଭାଇ ସଞ୍ଜୟ ସିଂଙ୍କ ବିରୋଧରେ ଆଇପିସିର ଧାରା 306 ଅନୁଯାୟୀ ମାମଲା ରୁଜୁ କରିଥିଲା । ସମର ସିଂ ତାଙ୍କ ଝିଅଙ୍କୁ ପ୍ରତାରଣା କରିଥିବା ଅଭିଯୋଗ କରିଥିଲେ ଆକାଂକ୍ଷାଙ୍କ ମାଆ । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସମର ସିଂ ଏବଂ ସଞ୍ଜୟ ସିଂଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲା ପୋଲିସ । ଉଭୟେ ଅଭିଯୁକ୍ତ ଥିଲେ ଏବଂ ବିଦେଶ ଖସି ପଳାଇବା ଆଶଙ୍କା କରି ପୋଲିସ ଉଭୟଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଥିଲା ।

ତେବେ ମାର୍ଚ୍ଚ 26ରେ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା । ବାରାଣାସୀର ସାରନାଥ ଅଞ୍ଚଳରେ ଥିବା ଏକ ହୋଟେଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଅଭିନେତ୍ରୀ ଆକାଂକ୍ଷା ଦୁବେ ନିଜ ଆଗାମୀ ପ୍ରୋଜେକ୍ଟର ସୁଟିଂ ପାଇଁ ବାରାଣାସୀ ଆସିଥିଲେ । ଅଭିନେତ୍ରୀଙ୍କ ମୃତ୍ୟୁରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଥିବା ବେଳେ ଫ୍ୟାନ୍ସ, ପରିବାର ମଧ୍ୟ ଏହି ଘଟଣାକୁ ସ୍ବୀକାର କରିପାରୁନାହାନ୍ତି ।

Last Updated : Apr 7, 2023, 2:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.