ETV Bharat / entertainment

SidKiara Wedding: ନବ ଦମ୍ପତିକୁ ଛୁଟିଲା ଶୁଭେଚ୍ଛା ସୁଅ, ଏକ୍ସ ଗର୍ଲଫ୍ରେଣ୍ଡ ବି ଜଣାଇଲେ ଅଭିନନ୍ଦନ

author img

By

Published : Feb 8, 2023, 11:05 AM IST

ଲଭ୍‌ବାର୍ଡ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହରେ ଭିନ୍ନ ଭିନ୍ନ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ସେଲିବ୍ରେଟି । ଅଧିକ ପଢନ୍ତୁ

SidKiara Wedding
SidKiara Wedding

ଜୟପୁର: ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ଲଭ୍‌ବାର୍ଡ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ । ମଙ୍ଗଳବାର(ଫେବ୍ରୁଆରୀ 7)ରେ ରାଜସ୍ଥାନର ଜୈସଲମେରର ସୁର୍ଯ୍ୟଗଡ ପ୍ୟାଲେସରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସାତ ଜନ୍ମର ସାଥୀ ହୋଇଛନ୍ତି ଏହି ଚର୍ଚ୍ଚିତ ଯୋଡି । ବିବାହ ପରେ ସିଦ୍ଧାର୍ଥ ଓ କିଆରା ସୋସିଆଲ ମିଡିଆରେ ପ୍ରଥମ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କ ଶୁଭେଚ୍ଛା କାମନା କରିଛନ୍ତି । ଏହି ଚର୍ଚ୍ଚିତ ଯୋଡିଙ୍କ ବିବାହ ପୋଷ୍ଟ ହେବା ମାତ୍ରେ ସେମାନଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ବଲିଉଡ୍ ସେଲିବ୍ରେଟିଙ୍କ ସମେତ ଫ୍ୟାନ୍ସ ଜଣାଇଛନ୍ତି ଶୁଭକାମନା ।

ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସିଦ୍ଧାର୍ଥ କ୍ୟାପସନରେ ଲେଖିଛନ୍ତି, "ଅବ୍ ହମାରି ପରମାନେଣ୍ଟ୍ ବୁକିଂ ହୋଗେଇ ହୈ, ଆମର ଆଗାମୀ ଯାତ୍ରା ପାଇଁ ଆମେ ଆପଣଙ୍କର ଆଶୀର୍ବାଦ ଏବଂ କାମନା ଚାହୁଁଛୁ ।" ତେବେ ସିଦ୍ଧାର୍ଥ ଓ କିଆରାଙ୍କ ପୋଷ୍ଟରେ ଶୁଭେଚ୍ଛା ଜଣାଇ କେତେକ ଚର୍ଚ୍ଚିତ ବଲିଉଡ୍ ଷ୍ଟାର୍ କି କି ବାର୍ତ୍ତା ଦେଇଛନ୍ତି, ନଜର ପକାନ୍ତୁ...

Celebraties wish to SidKiara
Celebraties wish to SidKiara

ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏକ ହୃଦୟସ୍ପର୍ଶୀ ନୋଟ୍ ଲେଖି କହିଛନ୍ତି, "ମୁଁ ସିଦ୍ଧାର୍ଥଙ୍କୁ ଦେଢଦଶନ୍ଧି ପୂର୍ବରୁ ଭେଟିଥିଲି ....ସେ ଶାନ୍ତ, ଦୃଢ ଏବଂ ଖୁବ୍ ସେନ୍ସିଟିଭ୍... ମୁଁ କିଆରାଙ୍କୁ ମଧ୍ୟ ବହୁ ବର୍ଷ ପରେ ଭେଟିଥିଲି... ସେ ମଧ୍ୟ ଶାନ୍ତ, ଦୃଢ ଏବଂ ସିଦ୍ଧାର୍ଥଙ୍କ ଭଳି ଖୁବ୍ ସେନ୍ସିଟିଭ୍... ତା’ପରେ ସେମାନେ ପରସ୍ପରକୁ ଭେଟିଲେ ଏବଂ ମୁଁ ସେହି ମୁହୂର୍ତ୍ତରେ ଅନୁଭବ କଲି ଯେ, ଏହି ଦୁଇ ଶକ୍ତି ଏବଂ ସମ୍ମାନର ଏହି ଦୁଇଟି ସ୍ତମ୍ଭ ଏକ ବନ୍ଧନ ସୃଷ୍ଟି କରିପାରେ ଏବଂ ଏକାଠି ହୋଇ ଏକ ଯାଦୁକର ପ୍ରେମ କାହାଣୀ ସୃଷ୍ଟି କରିପାରିବେ... ସେମାନଙ୍କୁ ଏକାଠି ଦେଖି ଖୁବ୍ ସୁନ୍ଦର ଲାଗୁଛି । ମୁଁ ଗର୍ବିତ ଏବଂ ଆନନ୍ଦିତ, ଆଇ ଲଭ୍ ୟୁ ସିଡ୍... ଆଇ ଲଭ୍ ୟୁ କିଆରା... ଆଜି ତୁମର ସବୁଦିନ ପାଇଁ ହୋଇଯାଉ..."

Celebraties wish to SidKiara
Celebraties wish to SidKiara

ସିଦ୍ଧାର୍ଥଙ୍କ ଡେବ୍ୟୁ ମୁଭି "ଷ୍ଟୁଡେଣ୍ଟ ଅଫ୍ ଦ ଇଅର୍"ର କୋ-ଷ୍ଟାର ତଥାକଥିତ ଏକ୍ସଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟ ମଧ୍ୟ ଏହି ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କୁହାଯାଏ, ଷ୍ଟୁଡେଣ୍ଟ ଅଫ୍ ଦ ଇଅର୍ ଫିଲ୍ମ ପରେ ସିଦ୍ଧାର୍ଥ ଓ ଆଲିଆଙ୍କ ମଧ୍ୟରେ ପ୍ରେମସମ୍ପର୍କ ଆରମ୍ଭ ହୋଇଥିଲା । ପରେ ଉଭୟେ ବ୍ରେକଅପ୍‌ କରିଥିବା ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା ।

Celebraties wish to SidKiara
Celebraties wish to SidKiara

ସେହିପରି RRR ଅଭିନେତା ରାମ ଚରଣ, ଏହି ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, "ସ୍ୱର୍ଗରେ ତିଆରି ହୋଇଥିବା ଯୋଡି । ଅଭିନନ୍ଦନ ।" କହି ରଖୁଛୁ ଯେ, କିଆରାଙ୍କ ଆଗାମୀ ଚଳଚ୍ଚିତ୍ର 'ଶଙ୍କର'ରେ ସ୍କ୍ରିନ୍ ସେୟାର୍ କରୁଛନ୍ତି ରାମ ଚରଣ । ଅୟାରି, ମାରଜାଭାନ୍ ଏବଂ ଥ୍ୟାଙ୍କ୍ ଗଡ୍ ଭଳି ଚଳଚ୍ଚିତ୍ରରେ ସିଦ୍ଧାର୍ଥଙ୍କ ସହ କାମ କରିଥିବା ରକୁଲ ପ୍ରୀତ ସିଂ ମଧ୍ୟ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, "ଉଭୟଙ୍କୁ ଅଭିନନ୍ଦନ, ଏହି ଆରମ୍ଭ ସବୁଦିନ ପାଇଁ ରହୁ... ଗଡ୍ ବ୍ଲେସ୍ ।"

Celebraties wish to SidKiara
Celebraties wish to SidKiara
Celebraties wish to SidKiara
Celebraties wish to SidKiara

କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ, ଡିଜାଇନର୍ ମନୀଷ ମଲହୋତ୍ରା, ଅଭିନେତା ପୁଲକିତ ସମ୍ରାଟ, ପରିଣୀତି ଚୋପ୍ରା, ମର୍ଜାଭାନ ନିର୍ଦ୍ଦେଶକ ମିଳାପ ଜାଭେରୀ ଏହି ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଅଭିନେତା ଅଙ୍ଗଦ ବେଦୀ ଶୁଭେଚ୍ଛା ଜଣାଇ, "ସିଡ୍ ବର୍ତ୍ତମାନ ଆପଣ #raatanlambiyaanର ପ୍ରକୃତ ଅର୍ଥ ଜାଣିବେ । ଡିମ୍ପଲ୍ ଏବଂ ଶେରଶାହଙ୍କୁ ଅଭିନନ୍ଦନ" ବୋଲି ଲେଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.