ETV Bharat / entertainment

ଡିସେମ୍ବରରେ ପଡିବ ସିଦ୍ଧାର୍ଥ-କିଆରାଙ୍କ ହାତଗଣ୍ଠି !

author img

By

Published : Nov 3, 2022, 5:31 PM IST

Updated : Nov 3, 2022, 10:44 PM IST

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ (Sidharth Malhotra Kiara Advani) ଖୁବ୍ ଶୀଘ୍ର ବିବାହ ପାରନ୍ତି । ସମ୍ପ୍ରତି ଏହା ଚର୍ଚ୍ଚା ହେଉଛି ଯେ, ଏହି ଦମ୍ପତି ଚଣ୍ଡିଗଡ଼ରେ ଏକ ବିବାହ ସ୍ଥାନ ଖୋଜୁଛନ୍ତି। ଅଧିକ ପଢନ୍ତୁ

ଡିସେମ୍ବରରେ ପଡିବ ସିଦ୍ଧାର୍ଥ-କିଆରାଙ୍କ ହାତଗଣ୍ଠି ! ଏହି ସ୍ଥାନରେ ନେବେ ସାତ ଫେରା

ହାଇଦ୍ରାବାଦ: ସିଦ୍ଧାର୍ଥ ମଲହୋତ୍ରା(Sidharth Malhotra )ଏବଂ କିଆରା ଆଡଭାନୀ (Kiara Advani)ବର୍ତ୍ତମାନ ସମୟରେ ବଲିଉଡର ସବୁଠାରୁ ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ । ଯଦିଓ ସିଦ୍ଧାର୍ଥ ଏବଂ କିଆରା ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କରେ ଆନୁଷ୍ଠାନିକ ଭାବେ ମୋହର ଲଗାଇନାହାଁନ୍ତି, କିନ୍ତୁ ସେମାନଙ୍କ ବିବାହକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । 'କଫି ୱିଥ୍ କରଣ'ରେ ବନ୍ଧୁତ୍ୱ ଅପେକ୍ଷା ସେମାନଙ୍କ ସମ୍ପର୍କକୁ ବର୍ଣ୍ଣନା କରିଥିବା ସିଦ୍ଧାର୍ଥ ଏବଂ କିଆରା ପ୍ରାୟତଃ ଗୁପ୍ତରେ ପରସ୍ପର ସହିତ କ୍ବାଲିଟି ଟାଇମ ବିତାଉଥିବାର ଦେଖାଯାଏ । ଖବର ଅନୁଯାୟୀ, ସିଦ୍ଧାର୍ଥ ଏବଂ କିଆରା ସେମାନଙ୍କର ଦୀର୍ଘ ଦିନର ସମ୍ପର୍କକୁ ବିବାହରେ ବଦଳାଇବାକୁ ଯାଉଛନ୍ତି । ଏସବୁ ମଧ୍ୟରେ ଉଭୟଙ୍କ ବିବାହକୁ ନେଇ ଏକ ନୂଆ ରିପୋର୍ଟ ଆସିଛି, ଯେଉଁଥିରେ ଲଭବାର୍ଡଙ୍କ ବିବାହ ସ୍ଥାନର ଖୁଲାସା କରାଯାଇଛି ।

ଦୀର୍ଘ ଦିନ ଧରି ସିଦ୍ଧାର୍ଥ ଏବଂ କିଆରା ସେମାନଙ୍କ ବିବାହ ଖବର ହେତୁ ଲାଇମ୍ ଲାଇଟରେ ଥିଲେ । ପୂର୍ବର ସମସ୍ତ ରିପୋର୍ଟରେ ଦାବି କରାଯାଇଛି ଯେ ଖୁବ୍ ଶୀଘ୍ର ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ। ଏକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଚଳିତ ବର୍ଷ ଡିସେମ୍ବର ମାସରେ ଉଭୟ ତାରକା ସାତ ଫେରା ନେବେ । ଏହି ସମୟରେ, ବିବାହ ବିଷୟରେ ଆଉ ଏକ ନୂଆ ଅପଡେଟ ଆସିଛି । ଏକ ମିଡିଆ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଉଛି ଯେ ଉଭୟ ବର୍ତ୍ତମାନ ବିବାହ ପାଇଁ ଲୋକେସନ୍‌ ବାଛୁଛନ୍ତି ।

ଏକ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ନିକଟତମ ସୂତ୍ର ସେମାନଙ୍କ ବିବାହର ଏହି ବଡ ଅପଡେଟକୁ ସେୟାର କରିଛନ୍ତି । ଏହି ରିପୋର୍ଟ ଅନୁଯାୟୀ, ଉଭୟ ଏକ ମାସ ଧରି ନିଜ ବିବାହ ପାଇଁ ସ୍ଥାନ ଖୋଜୁଛନ୍ତି । କେବଳ ଏତିକି ନୁହେଁ, ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ରେ ସିଦ୍ଧାର୍ଥ ଏବଂ କିଆରା ସାତ ଫେରା ନେବାକୁ ଯୋଜନା କରୁଛନ୍ତି, ଯେଉଁଥିପାଇଁ ସେମାନେ ସେଠାରେ ବିଳାସପୂର୍ଣ୍ଣ ସ୍ଥାନ ଖୋଜୁଛନ୍ତି । ବିବାହ ପାଇଁ ଚଣ୍ଡିଗଡ଼ର ଦ ଓବରୋଇ ସୁଖବିଳାସ୍ ସ୍ପା ଏବଂ ରିସୋର୍ଟ ଦେଖାଯାଇଛି । ଉଲ୍ଲେଖନୀୟ ବିଷୟ ହେଉଛି, ଯେଉଁ ସ୍ଥାନକୁ ସିଦ୍ଧାର୍ଥ ଏବଂ କିଆରାଙ୍କ ବଛାଯାଇଛି, ସେଠାରେ ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ବିବାହ ହୋଇଥିଲା ।

ଏହା ବି ପଢନ୍ତୁ: Koffee with Karan 7ରେ ଖୋଲିଲା ସିଦ୍ଧାର୍ଥ ଓ କିଆରାଙ୍କ ଗୁମର

ସୂତ୍ର ଏହା ମଧ୍ୟ କହିଛି ଯେ, ଏହା ପୂର୍ବରୁ ଉଭୟ ଗୋଆରେ ବିବାହ କରିବାକୁ ଯୋଜନା କରୁଥିଲେ, କିନ୍ତୁ ସିଦ୍ଧାର୍ଥଙ୍କର ଏକ ବଡ଼ ପଞ୍ଜାବୀ ପରିବାର ଅଛି ଏବଂ ଏହି କାରଣରୁ ସେ ଗୋଆ ପାଇଁ ରାଜି ହୋଇନଥିଲେ । ଉଲ୍ଲେଖନୀୟ ଯେ, ଅତୀତରେ ସିଦ୍ଧାର୍ଥ ଏବଂ କିଆରାଙ୍କ ବିବାହକୁ ନେଇ ଆଉ ଏକ ରିପୋର୍ଟ ଆସିଥିଲା ​​ଯେଉଁଥିରେ ସିଦ୍ଧାର୍ଥ ଏବଂ କିଆରା ଆସନ୍ତା ବର୍ଷ ବିବାହ କରିବେ ବୋଲି ଦାବି କରାଯାଇଥିଲା । ଏହି ରିପୋର୍ଟରେ କୁହାଯାଇଥିଲା ଯେ ସିଦ୍ଧାର୍ଥ ଏବଂ କିଆରା ୨୦୨୩ ଏପ୍ରିଲ୍ ମାସରେ ବିବାହ କରିବେ । କିନ୍ତୁ ବର୍ତ୍ତମାନ ଉଭୟ ଡିସେମ୍ବରରେ ବିବାହ କରିବେ ବୋଲି କୁହାଯାଉଛି, ଯାହା ଶୁଣିବା ପରେ ସେମାନଙ୍କ ପ୍ରଶଂସକମାନେ ଅତ୍ୟଧିକ ଆନନ୍ଦିତ ହୋଇଯାଇଛନ୍ତି ।

Last Updated : Nov 3, 2022, 10:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.