ETV Bharat / entertainment

Siddharth Kiara Wedding: ବିବାହ ଚର୍ଚ୍ଚା ଭିତରେ ଜୈସଲମେରରେ ପହଞ୍ଚିଲେ କିଆରା-ସିଦ୍ଧାର୍ଥ

author img

By

Published : Feb 4, 2023, 9:13 PM IST

Updated : Feb 4, 2023, 9:27 PM IST

ସିଦ୍ଧାର୍ଥ ଓ କିଆରାଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ରାଜସ୍ଥାନ ଜୈସଲମେରରେ ପହଞ୍ଚିଛନ୍ତି କିଆରା । ସାଥୀରେ ଲୋକପ୍ରିୟ ଡିଜାଇନର ମନୀଷ ମଲହୋତ୍ରାଙ୍କ ସମେତ କିଆରାଙ୍କ ପିତାମାତା ମଧ୍ୟ ନଜର ଆସିଛନ୍ତି । ଅଧିକ ପଢନ୍ତୁ

Siddharth Kiara Wedding
Siddharth Kiara Wedding

ଜୟପୁର: ଆସନ୍ତା ଫେବୃଆରୀ ୬ ତାରିଖରେ ବଲିଉଡର ରୁମର୍ଡ୍ ଲଭବାର୍ଡ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଉଭୟ ରାଜସ୍ଥାନର ଜୈସଲମେରରେ ଏକ ବିଳାସପୂର୍ଣ୍ଣ ହୋଟେଲରେ ବିବାହ କରିବେ ବୋଲି କୁହାଯାଉଛି । ବିବାହକୁ ନେଇ ଚର୍ଚ୍ଚା ହେଉଥିବା ବେଳେ କିଆରା ଲୋକପ୍ରିୟ ଡିଜାଇନର ମନୀଷ ମଲହୋତ୍ରାଙ୍କ ସହିତ ଜୈସଲମେର ବିମାନବନ୍ଦରରେ ନଜର ଆସିଛନ୍ତି । ସେପଟେ ଜୈସଲମେର ଜିଲ୍ଲା ସ୍ଥିତ ହୋଟେଲ ସୂର୍ଯ୍ୟଗଢ ସେମାନଙ୍କ ବିବାହକୁ ନେଇ ସ୍ପଷ୍ଟତା ଦେଇଛି । ତେବେ ପରେ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ଜୈସଲମେର ବିମାନବନ୍ଦର ପହଞ୍ଚିଛନ୍ତି ।

Siddharth Kiara Wedding
ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ପୋଷ୍ଟ

ଉଭୟ ୬ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବେ । ବିବାହ ଲାଗି କିଆରା ଆଡଭାନୀ ଜୈସଲମେରଠାରେ ପହଞ୍ଚି ସାରିଥିବା ବେଳେ ଖୁବଶୀଘ୍ର ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ପହଞ୍ଚିବେ । ଜୈସଲମେରଠାରେ କିଆରା ପହଞ୍ଚିବା ପରେ ବିମାନବନ୍ଦନଠାରେ ଫ୍ୟାନ୍ସମାନେ ତାଙ୍କ ସେଲ୍ଫି ନେଇଥିବା ବେଳେ ବିବାହ ପାଇଁ ମଧ୍ୟ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି । କିଆରାଙ୍କ ସହିତ ପିତା ଜଗଦୀପ ଆଡଭାନୀ ଓ ମାଆ ଜୈନୱିଜ ଜାଫରୀ ମଧ୍ୟ ସାଥୀରେ ନଜର ଆସିଛନ୍ତି । ଜୈସଲମେର ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଅତିଥି ଜୈସଲମେରର ସୂର୍ଯ୍ୟଗଢ ହୋଟେଲ ଅଭିମୁଖେ ବାହାରିଛନ୍ତି ।

ଏହା ବି ପଢନ୍ତୁ-Sid-Kiara wedding: ସାମ୍ନାକୁ ଆସିଲା ଅତିଥି ତାଲିକା, ଭିକ୍ୟାଟଙ୍କ ସହ 150 ଅତିଥିଙ୍କୁ ମିଳିଛି ନିମନ୍ତ୍ରଣ

ଅତିଥିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା:- ବିବାହରେ ସାମିଲ ହେବାକୁ ଥିବା ଅତିଥିମାନଙ୍କ ଲାଗି ଖାସ୍‌ ବ୍ୟବସ୍ଥା କରାଯାଇଛି । ଜୈସଲମେରଠାରେ ହେଉଥିବା ଏହି ବିବାହ ଉତ୍ସବରେ ଅନେକ ଅତିଥି ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ଏହି ଲୋକପ୍ରିୟ ବଲିଉଡ କପଲ୍‌ ବିବାହରେ ସାମିଲ ହେବାକୁ ଥିବା ଅତିଥିମାନଙ୍କ ଲାଗି ଡେସର୍ଟ ସଫାରୀ ଟୁର୍‌ ଓ ଫୁଡ ଷ୍ଟଲ୍‌ର ବ୍ୟବସ୍ଥା କରିଛନ୍ତି । ହୋଟେଲ ସୂର୍ଯ୍ୟଗଢଠାରେ ହେବାକୁ ଥିବା ବିବାହର ସଙ୍ଗୀତ କାର୍ଯ୍ୟକ୍ରମ ଲାଗି ସମସ୍ତ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

କିଆରା-ସିଦ୍ଧାର୍ଥଙ୍କୁ ନେଇ କଙ୍ଗନାଙ୍କ ପୋଷ୍ଟ:- ସିଦ୍ଧାର୍ଥ ଓ କିଆରାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସାମନାକୁ ଆସିଛି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପୋଷ୍ଟ । କିଆରା ଓ ସିଦ୍ଧାର୍ଥ ଗଣମାଧ୍ୟମ ସାମ୍ନାରେ ନିଜ ରିଲେସନସିପକୁ ନେଇ କେବେ ହେଲେ ସ୍ପଷ୍ଟ କରିନାହାନ୍ତି । ମାତ୍ର କଙ୍ଗନା ଉଭୟଙ୍କ ରିଲେସନସିପକୁ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି । ଉଭୟ ସାଥୀରେ ଖୁବ ସୁନ୍ଦର ଲାଗୁଛନ୍ତି ବୋଲି ସେ କହିଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ କିଆରା ଓ ସିଦ୍ଧାର୍ଥଙ୍କ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, "ବଲିଉଡ ଜଗତରେ ଏପରି ପ୍ରେମ ବିରଳ । ଉଭୟ ସାଥୀରେ ଖୁବ ସୁନ୍ଦର ଲାଗୁଛନ୍ତି ।"

ମୁମ୍ବାଇରେ ହେବ ରିସେପସନ:- ସିଦ୍ଧାର୍ଥ ଓ କିଆରା ରାଜସ୍ଥାନର ସ୍ବର୍ଣ୍ଣନଗରୀ ଜୈସଲମେରର ହୋଟେଲ ସୂର୍ଯ୍ୟଗଢରେ ବିବାହ ବନ୍ଧନରେ ଆବଦ୍ଧ ହେବେ । ବଲିଉଡ ଜଗତ ଓ ନିଜ ବନ୍ଧୁଙ୍କ ଲାଗି ମୁମ୍ବାଇରେ ଭୋଜିର ଆୟୋଜନ ହେବ । ମୁମ୍ବାଇରେ ହେବାକୁ ଥିବା ରିସେପସନରେ ଉଭୟ କଳାକାରଙ୍କ ଅନେକ ବଲିଉଡ ବନ୍ଧୁ ଯୋଗଦେବେ । ବିବାହକୁ ନେଇ ଉଭୟଙ୍କ ଫ୍ୟାନ୍ସ ବେଶ ଉତ୍ସାହିତ ରହିଛନ୍ତି ।

Last Updated : Feb 4, 2023, 9:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.