ETV Bharat / entertainment

Emergency: ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଶ୍ରେୟସ ତଲପଡେ

author img

By

Published : Jul 27, 2022, 12:12 PM IST

ଚଳଚ୍ଚିତ୍ର ଏମରଜେନ୍ସିରେ ଅଭିନେତା ଶ୍ରେୟସ ତଲପଡେ ଏଣ୍ଟ୍ରି କରିଛନ୍ତି । ଶ୍ରେୟସ ତଲପଡେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ । ଅଧିକ ପଢନ୍ତୁ

ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଶ୍ରେୟାସ ତଲପଡେ, ଫାଷ୍ଟ ଲୁକ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ 'ଏମରଜେନ୍ସି' (Emergency) ଚଳଚ୍ଚିତ୍ରରେ ଅଭିନେତା ଶ୍ରେୟସ ତଲପଡେ ଏଣ୍ଟ୍ରି ମାରିଛନ୍ତି । ମରାଠୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଶ୍ରେୟାସ ତଲପଡେ (Shreyas Talpade) 'ଏମରଜେନ୍ସି'ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରୁଥିବା ନଜର ଆସିବେ । 'ଏମରଜେନ୍ସି'ରୁ ଶ୍ରେୟସ ତଲପଡେଙ୍କ ଫାଷ୍ଟ ଲୁକ୍ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଛି, ଯାହାକୁ ନିଜେ କଙ୍ଗନା ରଣାଓ୍ବତ ସେୟାର କରିଛନ୍ତି । ଏହାପୂର୍ବରୁ ଜୟପ୍ରକାଶ ନାରାୟଣଙ୍କ ଭୂମିକାରେ ଅନୁପମ ଖେର ଏବଂ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କଙ୍ଗନା ରଣାୱତଙ୍କ ଫାଷ୍ଟ ଲୁକ ରିଲିଜ୍‌ ହୋଇସାରିଛି ।

ଅଫିସିଆଲ୍ ଇନଷ୍ଟାଗ୍ରାମରେ ଶ୍ରେୟସ୍ ତଲପଡେଙ୍କ ଲୁକ୍‌ ସେୟାର କରି କଙ୍ଗନା ରଣାଓ୍ବତ ଲେଖିଛନ୍ତି ଯେ, ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ 'ଏମରଜେନ୍ସି'ରୁ ଶ୍ରେୟସ୍ ତଲପଡେଙ୍କ ଲୁକ୍ ଉପସ୍ଥାପନ କରୁଛି । ଜଣେ ପ୍ରକୃତ ଜାତୀୟତାବାଦୀ, ଯାହାର ଦେଶ ପ୍ରତି ପ୍ରେମ ଏବଂ ଗର୍ବ ଅତୁଳନୀୟ ଥିଲା ଏବଂ ଜରୁରୀକାଳୀନ ପରିସ୍ଥିତିରେ ସେ ଜଣେ ଯୁବ ନେତା ଭାବରେ କାର୍ଯ୍ୟ କରିଆସୁଥିଲେ ।

ଏହି ଲୁକ୍ ଦେଖି ପ୍ରଶଂସକମାନେ କମେଣ୍ଟ ବକ୍ସରେ କମେଣ୍ଟ ଦେଉଛନ୍ତି । ଜଣେ ପ୍ରଶଂସକ କହିଛନ୍ତି ଯେ, ଏହି ଲୁକ୍ ପାଇଁ ଶ୍ରେୟସ୍ (Shreyas Talpade First Look) ସର୍ବୋତ୍ତମ ପସନ୍ଦ ହୋଇଥିବାବେଳେ କିଛି ୟୁଜର୍ସ ଏଥିରେ ସହମତ ନୁହଁନ୍ତି । ଜଣେ ୟୁଜର ଲେଖିଛନ୍ତି, ବର୍ତ୍ତମାନ ସମୟରେ ଏହା କୌଣସି ପ୍ରକାରେ ଅଟଳ ଜୀଙ୍କ ପରି ଦେଖାଯାଉନାହାନ୍ତି, ବାକି ଫିଲ୍ମ ଦେଖିବା ପରେ ହିଁ ଜଣା ପଡିବ ।

କଙ୍ଗନା ରଣାୱତ ଏବଂ ଅନୁପମ ଖେରଙ୍କ ଫିଲ୍ମ 'ଏମରଜେନ୍ସି' 2023 ଜୁନ୍ 25ରେ ମୁକ୍ତିଲାଭ କରିବ । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ସୁଟିଂ ସହିତ ଅନ୍ୟ ପ୍ରସ୍ତୁତି ଚାଲିଛି । କଙ୍ଗନା ରଣାୱତ ତାଙ୍କ ପ୍ରଡକ୍ସନ୍ ହାଉସ୍ ମଣିକର୍ଣ୍ଣିକା ଅଧୀନରେ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ଏହା ଫିଲ୍ମର ନିର୍ଦ୍ଦେଶନା ଖୋଦ୍‌ କଙ୍ଗନା ରଣାଓ୍ବତ ଦେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.