ETV Bharat / entertainment

'ବିଗ୍ ବସ୍' ବିଜେତା ଏଲଭିଶ ଯାଦବଙ୍କୁ ମିଳିନି 25 ଲକ୍ଷ ଟଙ୍କାର ପୁରସ୍କାର ରାଶି ! ଅଭିନେତା କଲେ ଖୁଲାସା - elvish yadav reveals makers of bigg boss

ବିଗ୍ ବସ୍ OTT 2 ଜିତିଥିବା ଏଲଭିଶ ଯାଦବ ସଲମାନ ଖାନଙ୍କ ସୋ’ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ଶେହନାଜ ଗିଲଙ୍କ ସହ ବାର୍ତ୍ତାଳାପ ସମୟରେ ଏଲଭିଶ କହିଛନ୍ତି ଯେ, ସେ ଏହି ସୋ’ ଜିତିଛନ୍ତି, କିନ୍ତୁ ଏହା ପରେ ବି ତାଙ୍କୁ 25 ଲକ୍ଷ ଟଙ୍କା (ପୁରସ୍କାର ରାଶି) ମିଳିନାହିଁ । ଅଧିକ ପଢନ୍ତୁ

ଏଲଭିଶ ଯାଦବ
ଏଲଭିଶ ଯାଦବ
author img

By ETV Bharat Odisha Team

Published : Sep 23, 2023, 8:32 AM IST

ହାଇଦ୍ରାବାଦ: 'ବିଗ୍ ବସ୍' OTT 2ର ବିଜେତା ଏଲଭିଶ ଯାଦବ ଏବେ ସବୁଠି ଚର୍ଚ୍ଚାରେ । ବିଗ୍ ବସ୍ ଜିତିବା ପରେ କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି । 'ବିଗ୍ ବସ୍' ବିଜେତା ଘୋଷଣା ପରେ ହରିୟାଣା ସରକାର ଏଲଭିଶଙ୍କୁ ମଧ୍ୟ ସମ୍ମାନିତ କରିଥିଲେ। ଏଲଭିଶ 'ବିଗ୍ ବସ୍' ସୋ'ରେ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବରେ ପ୍ରବେଶ କରିଥିଲେ ଏବଂ ଏହି ସିଜିନରେ ବିଜେତା ହୋଇ ସେ ଇତିହାସ ରଚିଥିଲେ। କିନ୍ତୁ ବର୍ତ୍ତମାନ ଏଲଭିଶ ଏକ ବଡ଼ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ଏଲଭିଶଙ୍କ କହିବା ଅନୁଯାୟୀ, ସେ ଏପର୍ଯ୍ୟନ୍ତ 'ବିଗ୍ ବସ୍'ର ବିଜେତା ଟଙ୍କା ବା ପୁରସ୍କାର ରାଶି ପାଇନାହାଁନ୍ତି । ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବରେ ଆସିଥିବା ଏଲଭିଶ ଯାଦବ 'ବିଗ୍ ବସ୍'ରେ ପ୍ରବେଶ କରିବା ପରେ ବିବାଦୀୟ ବିବୃତ୍ତି ହେତୁ ଅନେକ ସମୟରେ ଚର୍ଚ୍ଚାରେ ରହିଆସୁଥିଲେ । ନିକଟରେ ଏକ ସାକ୍ଷାତକାରରେ ସେ ଦାବି କରିଛନ୍ତି ଯେ ତାଙ୍କୁ 25 ଲକ୍ଷ ଟଙ୍କା ନଗଦ ପୁରସ୍କାର ମିଳିନାହିଁ ।

  • हरियाणवियों का दबदबा हर क्षेत्र में जारी है...

    बिग बॉस ओटीटी-2 के विजेता @ElvishYadav से आज संत कबीर कुटीर (मुख्यमंत्री आवास) पर भेंट की।

    उन्हें इस शो को जीतने पर हार्दिक बधाई एवं उज्ज्वल भविष्य के लिए शुभकामनाएं दीं। pic.twitter.com/1UG4jwIf1q

    — Manohar Lal (@mlkhattar) August 18, 2023 " class="align-text-top noRightClick twitterSection" data=" ">

ଏଲଭିଶ ଏବେ ବି ତାଙ୍କ ଜିତିବା ଟଙ୍କାକୁ ଅପେକ୍ଷା କରିଛନ୍ତି

'ବିଗ୍ ବସ୍ OTT 2' ର ଫାଇନାଲ୍ ସମୟରେ ସେ ଦର୍ଶକଙ୍କ ଲାଇଭ୍ ଭୋଟିଂରେ ରେକର୍ଡ ଭାଙ୍ଗି ବିଗ୍ ବସ୍ ବିଜେତା ଆଖ୍ୟା ଅର୍ଜନ କରିଥିଲେ । କହି ରଖୁଛୁ, ଏଲଭିଶଙ୍କୁ ପ୍ରାୟ 280 ନିୟୁତ ଭୋଟ୍ ମିଳିଥିଲା ​​। ବିଜେତା ଭାବରେ ଏଲଭିଶଙ୍କୁ ଟ୍ରଫି ଏବଂ 25 ଲକ୍ଷ ଟଙ୍କା ନଗଦ ପୁରସ୍କାର ମିଳିବାର ଥିଲା । ବର୍ତ୍ତମାନ ଟ୍ରଫି ଗ୍ରହଣ କରିସାରିଛନ୍ତି କିନ୍ତୁ ନଗଦ ପୁରସ୍କାର ଏବେ ବି ବିଚାରାଧୀନ ଅଛି ।

  • " class="align-text-top noRightClick twitterSection" data="">

ସୋ' ‘ଦେଶୀ ଭିବ୍ସ’ରେ ଶେହନାଜ ଗିଲଙ୍କ ସହ ବାର୍ତ୍ତାଳାପରେ ସେ ଥଟ୍ଟା କରି ଏଲଭିଶଙ୍କୁ ପଚାରିଥିଲେ ଯେ ବର୍ତ୍ତମାନ ତାଙ୍କର ଦୁଇଟି ଫୋନ୍ ଅଛି, ତେଣୁ ସେ ତୃତୀୟ ଫୋନ୍ ପାଇବାକୁ ଚିନ୍ତା କରୁଛନ୍ତି କି ? ଏହାର ଉତ୍ତରରେ ଏଲଭିଶ ତାଙ୍କୁ କହିଥିଲେ ଯେ ତାଙ୍କ ପାଖରେ ତିନୋଟି ଫୋନ୍ ଅଛି। ତା’ପରେ ଶେହନାଜ ପଚାରିଲେ, ତୁମେ ଚତୁର୍ଥଟି କେବେ କିଣୁଛ ? ଏଲଭିଶ ଉତ୍ତର ଦେଇଛନ୍ତି, ଯେତେବେଳେ ବିଗ୍ ବସ୍ ମେକର୍ସ 25 ଲକ୍ଷ ଟଙ୍କା ପଠାଇବେ ସେତେବେଳେ ମୁଁ ଚତୁର୍ଥଟି କିଣିବି । ଶେହନାଜ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଯେ ୟୁଟ୍ୟୁବର୍ ଏ ପର୍ଯ୍ୟନ୍ତ ତାଙ୍କର ବିଜୟ ରାଶି ପାଇନାହାନ୍ତି ଏବଂ ଏହା ଭୁଲ୍ ବୋଲି ଶେହନାଜ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Bigg Boss OTT 2: ଟ୍ରଫି ହାତେଇଲେ ୟୁଟ୍ୟୁବର ଏଲଭିସ ଯାଦବ

ଏଲଭିଶଙ୍କୁ ବିଗ୍ ବସ୍‌ର ନିୟମ ଉପରେ ଭରୋସା ନଥିଲା

ଆମେ ଆପଣଙ୍କୁ କହିବୁ ଯେ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ହୋଇଥିଲେ ମଧ୍ୟ ଏଲଭିଶ ଏହି ସୋ’ ଜିତିଥିଲେ । 'ବିଗ୍ ବସ୍' ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଥିଲା ​​। ଶେହାନାଜ ଗିଲଙ୍କ ସହ ବାର୍ତ୍ତାଳାପ ସମୟରେ ଏଲଭିଶ ଯାଦବ ପ୍ରକାଶ କରିଛନ୍ତି ଯେ, ସେ ସୋ’ ନିର୍ମାତାମାନଙ୍କ ସହିତ ୱାଇଲ୍ଡ କାର୍ଡ ପ୍ରବେଶ ନିୟମକୁ ଅତି କମରେ 100 ଥର ନିଶ୍ଚିତ କରିଥିବେ । ଏଲଭିଶ ଅନେକ ଥର ପଚାରିଥିଲେ, 'ଭାଇ, ଏହା କେବଳ ଭୋଟ୍ ପାଇଁ ତ?' ଏହାର ଅର୍ଥ ବିଜେତା ଭୋଟରୁ ହିଁ ଫାଇନାଲ ହେବ, ଠିକ୍ ତ? ଏଲଭିଶ ଅନୁଭବ କରିଥିଲେ ଯେ ଭୋଟ୍ ପାଇବା ପରେ ମଧ୍ୟ ୱାଇଲ୍ଡ କାର୍ଡ ଜିତିପାରିବେ ନାହିଁ । ଅବଶ୍ୟ, ଏହି ସନ୍ଦେହ ହେବନି ବା କାହିଁକି, କାରଣ ଆଜି ପର୍ଯ୍ୟନ୍ତ କୌଣସି ୱାଇଲ୍ଡ କାର୍ଡ ଏହି ସୋ’ ଜିତି ନଥିଲେ । କିନ୍ତୁ ଏଲଭିଶ ଇତିହାସ ସୃଷ୍ଟି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.