ETV Bharat / entertainment

Raj Kundra B’day: ରୋମାଣ୍ଟିକ୍‌ ଅନ୍ଦାଜରେ ସ୍ବାମୀଙ୍କୁ ଶୁଭେଚ୍ଛା ଜଣାଇଲେ ଶିଳ୍ପା, ସେୟାର କଲେ ଭିଡିଓ

author img

By ETV Bharat Odisha Team

Published : Sep 9, 2023, 1:04 PM IST

ଆଜି ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଜନ୍ମଦିନ । ଏହି ବିଶେଷ ଅବସରରେ ଅଭିନେତ୍ରୀ ତାଙ୍କୁ ନିଆରା ଢଙ୍ଗରେ ଓ୍ୱିଶ୍‌ କରିଛନ୍ତି । ଅଧିକ ପଢନ୍ତୁ

ରାଜ କୁନ୍ଦ୍ରା ଜନ୍ମଦିନ
ରାଜ କୁନ୍ଦ୍ରା ଜନ୍ମଦିନ

ହାଇଦ୍ରାବାଦ: ଆଜି ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଜନ୍ମଦିନ । ଏହି ବିଶେଷ ଅବସରରେ ଅଭିନେତ୍ରୀ ତାଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । ଉଲ୍ଲେଖନୀୟ ଯେ ଶିଳ୍ପା ଶେଟ୍ଟୀ ଖୁବ ଶୀଘ୍ର ତାଙ୍କ ଆଗାମୀ ଚଳଚ୍ଚିତ୍ର 'ସୁଖୀ' ସହିତ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ବର୍ତ୍ତମାନ ସେ ଏହି ଚଳଚ୍ଚିତ୍ର ପାଇଁ ଚର୍ଚ୍ଚାରେ ଅଛନ୍ତି ।

  • Gifting you a mirror this birthday, so you can see what I see… someone funny, kind, considerate, and loving! A beautiful soul that’s perfect for me ♥️🧿 Happpppyyyyyyy birthdaaaayyyy, my Cookie!😘♥️🧿🌈🥳 Stay protected, happy, and blessed ♥️🧿♥️@TheRajKundra #husbandlovepic.twitter.com/fBAuZSmNV5

    — SHILPA SHETTY KUNDRA (@TheShilpaShetty) September 8, 2023 " class="align-text-top noRightClick twitterSection" data=" ">

ଶିଳ୍ପା ସେୟାର କଲେ ରୋମାଣ୍ଟିକ ଭିଡିଓ

ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ହାତରେ ହାତ ମିଳାଇ ବୁଲୁଥିବାର ନଜର ଆସିଛନ୍ତି । ଭିଡିଓର ବ୍ୟାକଗ୍ରାଉଣ୍ଡରେ 'ୟୁହି କଟ୍‌ ଜାୟେଗା ସଫର ସାଥ୍ ଚଲନେ ସେ' ଗୀତ ଶୁଣିବାକୁ ମିଳୁଛି । ଏହି ଭିଡିଓ ସହିତ ସେ ଏକ ସ୍ନେହପୂର୍ଣ୍ଣ କ୍ୟାପସନ ମଧ୍ୟ ଲେଖିଛନ୍ତି । ଶିଳ୍ପା ଶେଟ୍ଟୀଙ୍କ ଦୁଇଟି ସନ୍ତାନ ଅଛନ୍ତି, ପୁଅ ଭିଆନ୍ ଏବଂ ସାନ ଝିଅ ସମିଶା ।

ଏହା ମଧ୍ୟ ପଢନ୍ତୁ: Sukhee: ଶିଳ୍ପା ସେଟ୍ଟୀଙ୍କ ଆଗାମୀ ଫିଲ୍ମର ପ୍ରଥମ ଲୁକ୍ ଆଉଟ୍, ଏହି ଦିନ ରିଲିଜ ହେବ ଫିଲ୍ମ

ଭିଡିଓ ସହିତ ଶିଳ୍ପା ଏକ ସୁନ୍ଦର କ୍ୟାପସନ ଲେଖିଛନ୍ତି । ସେ ଲେଖିଛନ୍ତି, 'ଏହି ଜନ୍ମଦିନରେ ମୁଁ ତୁମକୁ ଏକ ଦର୍ପଣ ଉପହାର ଦେଉଛି, ଯାହାଫଳରେ ତୁମେ ତାହା ଦେଖି ପାରିବ ଯାହା ମୁଁ ଦେଖୁଛି । ମଜାଳିଆ, ଦୟାଳୁ, ଭାବପ୍ରବଣ ଏବଂ ପ୍ରେମ କରୁଥିବା କେହି ଜଣେ । ଏକ ସୁନ୍ଦର ଆତ୍ମା, ଯିଏ ମୋ ପାଇଁ ଉପଯୁକ୍ତ । ଜନ୍ମଦିନର ଶୁଭେଚ୍ଛା, ମୋର କୁକି । ସୁରକ୍ଷିତ ଏବଂ ଖୁସିରେ ରୁହନ୍ତୁ ।

ପ୍ରଶଂସକମାନେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି

କେବଳ ଶିଳ୍ପା ନୁହଁନ୍ତି ତାଙ୍କ ପ୍ରଶଂସକମାନେ ମଧ୍ୟ ରାଜ କୁନ୍ଦ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଲୋକମାନେ ଶିଳ୍ପାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ରାଜ କୁନ୍ଦ୍ରଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ଏହା ଉପରେ ମନ୍ତବ୍ୟ ଦେଇ ଜଣେ ୟୁଜର ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା ସାର୍'। ଯେତେବେଳେ କି, ଅନ୍ୟ ଜଣେ ଲେଖିଛନ୍ତି, 'ତୁମେ ଦୁହେଁ ବହୁତ ଭଲ ଦେଖାଯାଉଛ, କାହାର ନଜର ନଲାଗୁ' ।

ଖୁବ୍ ଶୀଘ୍ର ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଫିଲ୍ମ 'ସୁଖୀ'ରେ ନଜର ଆସିବେ । ସେ ଏହି ଚଳଚ୍ଚିତ୍ରରେ ଜଣେ ଗୃହିଣୀ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ପଞ୍ଜାବୀ ଗୃହିଣୀ ଅଭିନେତ୍ରୀ ଶିଳ୍ପା ପ୍ରାୟ 20 ବର୍ଷ ପରେ ସ୍କୁଲର ରିୟୁନିଅନ୍‌ରେ ଭାଗ ନେବା ପାଇଁ ଦିଲ୍ଲୀ ଯାଆନ୍ତି ଏବଂ ସେଠାରେ ତାଙ୍କ ବନ୍ଧୁଙ୍କୁ ଭେଟନ୍ତି । ତେବେ ଶିଳ୍ପାଙ୍କ ଏହି ଚଳଚ୍ଚିତ୍ର ସେପ୍ଟେମ୍ବର 22 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.