ETV Bharat / entertainment

10 ବର୍ଷ ବୟସରେ ବ୍ୟବସାୟୀ ବନିଲେ ଶିଳ୍ପା ଶେଟ୍ଟୀଙ୍କ ପୁଅ - ବ୍ୟବସାୟୀ ବନିଲେ ଶିଳ୍ପା ଶେଟ୍ଟୀଙ୍କ ପୁଅ ଭିଆନ୍

ଶିଳ୍ପାଙ୍କ ପୁଅ ଭିଆନ୍ ମାତ୍ର 10 ବର୍ଷ ବୟସରେ ଏକ ନିଆରା ବ୍ୟବସାୟ ଆରମ୍ଭ କରିଛନ୍ତି । ପୁଅର ଏକ ଭିଡିଓ ସେୟାର କରି ଶିଳ୍ପା ଶେଟ୍ଟୀ ତାଙ୍କ ଷ୍ଟାର୍ଟଅପ୍ ବିଷୟରେ କହିଛନ୍ତି । ଅଧିକ ପଢନ୍ତୁ

10 ବର୍ଷ ବୟସରେ ବ୍ୟବସାୟୀ ବନିଲେ ଶିଳ୍ପା ଶେଟ୍ଟୀଙ୍କ ପୁଅ ଭିଆନ୍

author img

By

Published : Aug 29, 2022, 9:47 PM IST

ହାଇଦ୍ରାବାଦ: ଆଜିକାଲି ଶିଳ୍ପା ଶେଟ୍ଟୀ ବହୁତ ଉତ୍ସାହିତ ଅଛନ୍ତି । ଶିଳ୍ପାଙ୍କ ପୁଅ ଭିଆନ୍ ମାତ୍ର 10 ବର୍ଷ ବୟସରେ ଏକ ନିଆରା ବ୍ୟବସାୟ ଆରମ୍ଭ କରିଛନ୍ତି । ପୁଅର ଏକ ଭିଡିଓ ସେୟାର କରି ଶିଳ୍ପା ଶେଟ୍ଟୀ ତାଙ୍କ ଷ୍ଟାର୍ଟଅପ୍ ବିଷୟରେ କହିଛନ୍ତି। ଭିଡିଓରେ ଶିଳ୍ପା ଏବଂ ରାଜ କୁନ୍ଦ୍ରାଙ୍କ ପୁଅ କଷ୍ଟୋମାଇଜ୍ ଜୋତା ଫ୍ଲଣ୍ଟ୍‌ କରୁଛନ୍ତି, ଯାହା ସେ ତାଙ୍କ ମାଆଙ୍କ ପାଇଁ ଡିଜାଇନ୍ କରିଛନ୍ତି । କହିବାକୁ ଗଲେ, ଏବେ ଶିଳ୍ପା ଏବଂ କରଣଙ୍କ ପୁଅ ଖୁବ୍ କମ୍ ବୟସରେ ବ୍ୟବସାୟୀ ହୋଇପାରିଛନ୍ତି ।

ଭିଆନ୍‌ଙ୍କ ଜୋତା ମୂଲ୍ୟ 4999 ରୁ ଆରମ୍ଭ ହେଉଛି । ଜଣେ ଗର୍ବିତ ମାଆଙ୍କ ପରି, ଶିଳ୍ପା ତାଙ୍କ ଲିଟିଲ୍ ପ୍ରିନ୍ସ ଉଦ୍ୟମର ଭିଡିଓ ସେୟାର କରି ଲେଖିଛନ୍ତି - 'ମୋ ପୁଅ ଭିଆନ୍ ରାଜଙ୍କ ପ୍ରଥମ ଏବଂ ଅନନ୍ୟ ବ୍ୟବସାୟ ଉଦ୍ୟମ, ଯିଏକି କଷ୍ଟୋମାଇଜ୍ ସ୍ନେକର୍ ଜୋତା ତିଆରି କରେ । ଛୋଟ ପିଲା ଏବଂ ସେମାନଙ୍କର ବଡ଼ ସ୍ୱପ୍ନ ସବୁବେଳେ ଉତ୍ସାହିତ ହେବା ଉଚିତ୍ । ଆଶ୍ଚର୍ଯ୍ୟଜନକ ଯେ ଏତେ କମ ବୟସରେ ସେ କିଛି ଅଂଶ ଦାନ କରିବାକୁ ପ୍ରତିଜ୍ଞା କରିଛନ୍ତି, All the best, my son. ଏହି ପିଢି ପ୍ରକୃତରେ ଆଶ୍ଚର୍ଯ୍ୟଜନକ ବୋଲି ଶିଳ୍ପା ଶେଟ୍ଟୀ କହିଛନ୍ତିିିି।

ଶିଳ୍ପାଙ୍କ ଏହି ଭିଡିଓରେ ପ୍ରଶଂସକ ଏବଂ ସେଲିବ୍ରିଟିଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସୁଛି । ସମସ୍ତେ ଭିଆନ୍ ପାଇଁ ଖୁସି ବ୍ୟକ୍ତ କରୁଛନ୍ତି ଏବଂ ସେଲିବ୍ରିଟିମାନେ ମଧ୍ୟ ତାଙ୍କର ପ୍ରଶଂସା କରୁଛନ୍ତି । ଏଥିସହିତ ଫରାହ ଖାନ ମଧ୍ୟ ଭିଆନଙ୍କ ଏହି ପ୍ରତିଭାକୁ ପ୍ରଶଂସା କରିଛନ୍ତି । ଏହା ବ୍ୟତୀତ ଶମିତା ଶେଟ୍ଟୀ ମଧ୍ୟ କମେଣ୍ଟ ଦେଇ ଗର୍ବିତ ମାଉସୀ ଲେଖିଥିଲେ । ଏହା ବ୍ୟତୀତ ଅନେକ ପ୍ରଶଂସକ ମଧ୍ୟ ଭିଆନଙ୍କ ଆତ୍ମବିଶ୍ୱାସ ସ୍ତରକୁ ପ୍ରଶଂସା କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.