ETV Bharat / entertainment

ଦୀପାବଳି ପୂର୍ବରୁ ଶେହନାଜ ଗିଲଙ୍କ ବାପାଙ୍କୁ ହତ୍ୟା କରିବାକୁ ମିଳିଲା ଧମକ - ପଞ୍ଜାବୀ ଗାୟିକା ଶେହନାଜ ଗିଲ

ଅଭିନେତ୍ରୀ ତଥା ପଞ୍ଜାବୀ ଗାୟିକା ଶେହନାଜ ଗିଲଙ୍କ ପିତାଙ୍କୁ ମିଳିଛି ଜୀବନରୁ ମାରିଦେବାକୁ ଧମକ । ସନ୍ତୋଖ ସିଂ ସୁଖ ଅମୃତସର ଗ୍ରାମୀଣ ପୋଲିସକୁ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ଶେହନାଜ ଗିଲଙ୍କ ପିତାଙ୍କୁ ମିଳିଲା ଜୀବନରୁ ମାରିଦେବାକୁ ଧମକ

author img

By

Published : Oct 8, 2022, 1:31 PM IST

ହାଇଦ୍ରାବାଦ: ଅଭିନେତ୍ରୀ ତଥା ପଞ୍ଜାବୀ ଗାୟିକା ଶେହନାଜ ଗିଲଙ୍କ ପିତାଙ୍କୁ ମିଳିଛି ଜୀବନରୁ ମାରିଦେବାକୁ ଧମକ । ଶେହନାଜଙ୍କ ପିତା ସନ୍ତୋଖ ସିଂ ସୁଖ ମଧ୍ୟ ଅମୃତସର ଗ୍ରାମୀଣ ପୋଲିସକୁ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । ସୂଚନାନୁସାରେ, ଅମୃତସରରୁ ଜଲନ୍ଧର ଅଭିମୁଖେ ଯିବାବେଳେ ଜଣ୍ଡିଆଲା ନିକଟରେ ସନ୍ତୋଖ ସିଂଙ୍କ ଫୋନରେ ଏକ ବିଦେଶୀ ନମ୍ବରରୁ ଏକ କଲ ଆସିଥିଲା । ଫୋନ୍ ଉଠାଇବା ପରେ କଲର୍ ତାଙ୍କୁ ଦୀପାବଳି ପୂର୍ବରୁ ଘରେ ପ୍ରବେଶ କରି ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ତାଙ୍କୁ ହତ୍ୟା କରିବାର ଧମକ ଦେବା ପୂର୍ବରୁ କଲ୍ କରୁଥିବା ବ୍ୟକ୍ତି ସନ୍ତୋଖଙ୍କୁ ଦୁର୍ବ୍ୟବହାର କରିଥିଲେ ।

ସନ୍ତୋଖ ସିଂଙ୍କୁ ପୂର୍ବରୁ ହୋଇସାରିଛି ଆକ୍ରମଣ

ଶେହନାଜ ଗିଲଙ୍କ ପିତା ସନ୍ତୋଖ ସିଂଙ୍କୁ ଏହା ପୂର୍ବରୁ ମଧ୍ୟ ମୃତ୍ୟୁ ଧମକ ଦିଆଯାଇଛି । ସନ୍ତୋଖ 2021 ମସିହାରେ ବିଜେପିରେ ଯୋଗ ଦେଇଥିଲେ ଏବଂ ଡିସେମ୍ବର 25ରେ ଦୁଇଜଣ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ବାରା ଆକ୍ରମଣ କରାଯାଇଥିଲା । ଉଭୟ ଅଭିଯୁକ୍ତ ସନ୍ତୋଖ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ପୋଲିସର ସୂଚନାନୁସାରେ, ଆକ୍ରମଣକାରୀମାନେ ଅମୃତସରର ବାସିନ୍ଦା ଅଟନ୍ତି । ସନ୍ତୋଖ ଏହି ଆକ୍ରମଣରୁ ବଞ୍ଚି ଯାଇଥିଲେ।

ସନ୍ତୋଖଙ୍କ କାରରେ ଲାଗିଥିଲା ଚାରିଟି ଗୁଳି

ସନ୍ତୋଖ ଅମୃତସରରୁ ବ୍ୟାସ ଅଭିମୁଖେ ଯାଉଥିବା ବେଳେ ଜଣ୍ଡିଆଲା ଗୁରୁ ଅଞ୍ଚଳର ଏକ ଢାବାରେ ଅଟକି ଥିଲେ । ପୋଲିସ ନିକଟରେ ଅଭିଯୋଗ କରିବାବେଳେ ସନ୍ତୋଖ କହିଥିଲେ ଯେ, ତାଙ୍କ ବନ୍ଧୁକଧାରୀମାନେ ୱାଶରୁମକୁ ଯିବାକୁ ଚାହୁଁଛନ୍ତି ଏବଂ ତେଣୁ ଗୁରୁଦାସପୁରିଆ ଢାବା ନିକଟରେ ତାଙ୍କ କାରକୁ ଅଟକାଇଥିଲେ। ଏହି ସମୟରେ ଦୁଇଜଣ ବାଇକ ଆରୋହୀ ତାଙ୍କ କାର ନିକଟରେ ପହଞ୍ଚି ତାଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଖବର ଅନୁଯାୟୀ ତାଙ୍କ କାରରେ ଚାରିଟି ଗୁଳି ବାଜିଥିଲା । ସନ୍ତୋଖଙ୍କ ବନ୍ଧୁକଧାରୀମାନେ ତାଙ୍କୁ ଉଦ୍ଧାର କରିବାକୁ ଦୌଡି ଆସିବାରୁ ଆକ୍ରମଣକାରୀମାନେ ପଳାଇ ଯାଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.