ETV Bharat / entertainment

Shehnaaz Gill Video: କାହାର ବଧୂ ସାଜିଲେ ଶେହନାଜ ?

ଶେହନାଜ ଗିଲଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କନିଆ ବେଶରେ ନଜର ଆସିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

କନିଆ ବେଶରେ ନଜର ଆସିଲେ ଶେହନାଜ ଗିଲ
କନିଆ ବେଶରେ ନଜର ଆସିଲେ ଶେହନାଜ ଗିଲ
author img

By

Published : Jun 20, 2022, 12:13 PM IST

ହାଇଦ୍ରାବାଦ: ଗତ ବର୍ଷ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ସମଗ୍ର ଦେଶକୁ ସ୍ତବ୍ଧ ଦେଇଥିଲା । ଅଭିନେତାଙ୍କ ମୃତ୍ୟୁରେ ଶେହନାଜ ଗିଲ ମଧ୍ୟ ଚକିତ ହୋଇଯାଇଥିଲେ । କିନ୍ତୁ ବର୍ତ୍ତମାନ ଶେହନାଜ ଧୀରେ ଧୀରେ ସାଧାରଣ ଜୀବନକୁ ଫେରୁଛନ୍ତି । ଆଜିକାଲି ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି ଶେହନାଜ ଗିଲ। ବର୍ତ୍ତମାନ ଶେହନାଜ ଗିଲଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କନିଆ ବେଶରେ ନଜର ଆସିଛନ୍ତି ।

ଶେହନାଜ ମଥାରେ ଟିକିଲି ନାଇଥିବା ବେଳେ ଲାଲ୍ ଯୋଡା ତାଙ୍କୁ ଖୁବ୍‌ ମାନୁଥିଲା । ଶେହନାଜଙ୍କ ଏହି ରୂପକୁ ଯିଏ ଦେଖିବ ତାର ନଜର ହଟିବନି । ତେବେ ଶେହନାଜଙ୍କ ଏହି କନିଆ ବେଶ ତାଙ୍କ ରାମ୍ପ ଓ୍ବାକ୍‌ ପାଇଁ ଥିଲା । ଖବର ମୁତାବିକ, ଟାଇମ୍ସ ଫ୍ୟାଶନ ଓ୍ବିକ୍‌ରେ ଶେହନାଜ ଗିଲ ଭାଗ ନେଇଥିଲେ। ଏହି ସୋ’ରେ ଶେହନାଜ ଫ୍ୟାଶନ୍ ଡିଜାଇନର୍ ସାମନ୍ତ ଚୌହାନଙ୍କ କଲେକ୍ସର ସୋ-ଷ୍ଟପର୍ ହୋଇଥିଲେ ।

ଶେହନାଜ ଗିଲ ରାମ୍ପ ୱାକର ଏହି ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓରେ ଆପଣ ଦେଖିପାରିବେ ଶେହନାଜ କନିଆ ବେଶରେ କେତେ ସୁନ୍ଦର ଦିଶୁଛନ୍ତି । ଯେତେବେଳେ ଶେହନାଜ କନିଆ ବେଶରେ ମଞ୍ଚରେ ଏଣ୍ଟ୍ରି କରିଥିଲେ, ସେତେବେଳେ ସେ ପ୍ରଥମେ ଲେହେଙ୍ଗା ପିନ୍ଧି ରାମ୍ପ ଓ୍ବାକ୍‌ କରିଥିଲେ ଏବଂ ତା’ପରେ ଟିକେ ଲାଜେଇ ଯାଇଥିଲେ । ପରେ ଯେତେବେଳେ ସେ ଡିଜାଇନର୍ ସହିତ ପୁନଃ ଏଣ୍ଟ୍ରି କରିଥିଲେ, ତା’ର ଲୁକ୍ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସେ ଏହି ଲାଲ୍ ଯୋଡାରେ ଡ୍ୟାନ୍ସ ମଧ୍ୟ କରିଥିଲେ, ଡିଜାଇନରଙ୍କ ହାତରେ ଚୁମ୍ବନ ଦେଇଥିଲେ । କହିବାକୁ ଗଲେ, ଶେହନାଜଙ୍କ ସ୍ୱପ୍ନ ସାକାର ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.