ETV Bharat / entertainment

Umang 2022: ପ୍ରଥମ ଥର ଲାଇଭ ଇଭେଣ୍ଟରେ ପରଫମାନ୍ସ କଲେ ଶେହନାଜ ଗିଲ, ଭିଡ଼ିଓ ଭାଇରାଲ

author img

By

Published : Jun 28, 2022, 6:53 PM IST

ଶେହନାଜ ଗିଲ ଉମଙ୍ଗ 2022 (Umang 2022)ରେ ଚମତ୍କାର ପ୍ରଦର୍ଶନ କରି ପୁଣି ଥରେ ଚର୍ଚ୍ଚାକୁ ଆସୁଛନ୍ତି । ଅଧିକ ପଢନ୍ତୁ

ପ୍ରଥମ ଥର ଲାଇଭ ଇଭେଣ୍ଟରେ ପରଫମାନ୍ସ କଲେ ଶେହନାଜ ଗିଲ, ଭିଡ଼ିଓ ଭାଇରାଲ

ହାଇଦ୍ରାବାଦ: ଶେହନାଜ ଗିଲ 'ଉମଙ୍ଗ 2022' (Umang 2022)ରେ ଚମତ୍କାର ପ୍ରଦର୍ଶନ କରି ପୁଣି ଥରେ ଚର୍ଚ୍ଚାକୁ ଆସୁଛନ୍ତି । ଶେହନାଜ ଗିଲ ବରୁଣ ଧୱନ-କିଆରା ଆଡଭାନୀଙ୍କ ଅଭିନୀତ ଚଳଚ୍ଚିତ୍ର 'ଜୁଗ୍‌ ଜୁଗ୍‌ ଜିଓ'ର 'ଦ ପଞ୍ଜାବନ' ଗୀତରେ ଡ୍ୟାନ୍ସ କରିଛନ୍ତି । ଶେହନାଜ ତାଙ୍କର ଲୋକପ୍ରିୟ ଗୀତ 'Holi Gidhe Vich Nach Patlo' ଏବଂ 'Kurta Pajama'ରେ ମଧ୍ୟ ଡ୍ୟାନ୍ସ କରିଛନ୍ତି । ଗୋଲାପୀ ରଙ୍ଗର ପୋଷାକରେ ଶେହନାଜ ବହୁତ ସୁନ୍ଦର ଦେଖାଯାଉଥିଲେ । ସେ ନିଜର ସୌନ୍ଦର୍ଯ୍ୟ ଏବଂ ପରଫମାନ୍ସ ସହିତ ଲୋକଙ୍କ ହୃଦୟ ଜିତିନେଇଛନ୍ତି ।

ଉମଙ୍ଗ 2022 (Umang 2022) ମଞ୍ଚରେ ପ୍ରଦର୍ଶନ କରିବା ପୂର୍ବରୁ ଶେହନାଜ ଗିଲ କହିଥିଲେ ଯେ, ସେ ଏହା ପୂର୍ବରୁ ଲାଇଭ୍ ପରଫମାନ୍ସ କରିନାହାଁନ୍ତି । ସେ ପ୍ରଥମ ଥର ପାଇଁ ମଞ୍ଚରେ ପରଫମାନ୍ସ କରିବା ପାଇଁ ବହୁତ ଉତ୍ସାହିତ ଅନୁଭବ କରୁଥିଲେ । ସେ କ୍ୟାଟ୍ରିନା କୈଫଙ୍କ ଲୋକପ୍ରିୟ ଗୀତ 'ଚିକନି ଚମେଲି' ଗୀତରେ ଡ୍ୟାନ୍ସ କରିଥିଲେ। ଶେହନାଜ ଅନିଲ କପୁରଙ୍କ ସହ 'ନାଚ ପଞ୍ଜାବନ' ଗୀତରେ ମଧ୍ୟ ଡ୍ୟାନ୍ସ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶାହାରୁଖ ଖାନ ବିଳମ୍ବରେ ଏଣ୍ଟ୍ରି କରିଥିଲେ। ତେବେ ଦୀର୍ଘ ଦିନର ବ୍ରେକ ପରେ ଶାହାରୁଖ ଖାନ୍‌ ପୁଣି କାମ ଫେରିଛନ୍ତି। ନିକଟରେ ଇନଷ୍ଟା ଲାଇଭରେ ଆସି ଶାହରୁଖ କହିଥିଲେ ଯେ, ସେ ଦିନକୁ 12-14 ଘଣ୍ଟା କାମ କରୁଛନ୍ତି ଏବଂ ସେ ସେଟ୍‌ରେ ରହିବାକୁ ପସନ୍ଦ କରନ୍ତି ।

ପ୍ରତିବର୍ଷ ହୁଏ 'ଉମଙ୍ଗ'

'ଉମଙ୍ଗ' ହେଉଛି ମୁମ୍ବାଇ ପୋଲିସ ଦ୍ୱାରା ଆୟୋଜିତ ବାର୍ଷିକ ଚାରିଟି ସୋ' । ପ୍ରତିବର୍ଷ ପରି, ଚଳିତ ବର୍ଷ ମଧ୍ୟ ବଲିଉଡର ସେଲିବ୍ରିଟିମାନେ ପୋଲିସ୍ ଫୋର୍ସକୁ ମନୋରଞ୍ଜନ କରିବା ପାଇଁ ପରଫମାନ୍ସ କରିଥିଲେ ।ସେମାନଙ୍କର ନିରନ୍ତର ସେବା ପାଇଁ ସେଲିବ୍ରିଟି ମୁମ୍ବାଇ ପୋଲିସକୁ ପ୍ରଶଂସା ଓ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅକ୍ଷୟ କୁମାର, ସୋନାକ୍ଷୀ ସିହ୍ନା, ଫରାହ ଖାନ, ରବୀନା ଟଣ୍ଡନ, ଜାଭେଦ ଅଖତର, ଫରହାନ ଅଖତର ଏବଂ ଅନ୍ୟ ସେଲିବ୍ରିଟି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.