ETV Bharat / entertainment

ବର୍ଷାରେ ଚାଷ କଲେ ଶେହନାଜ, ଭିଡିଓ ଦେଖି ପ୍ରଶଂସାରେ ପୋତିଲେ ୟୁଜର୍ସ - Shehnaaz Kaur Gill

ମୁମ୍ବାଇରେ ପ୍ରବଳ ବର୍ଷାରେ ଶେହନାଜ ଗିଲ ଚାଷ କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଶେହନାଜଙ୍କ ଚାଷ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଅଭିନେତ୍ରୀଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ଅଧିକ ପଢନ୍ତୁ

ବର୍ଷାରେ ଚାଷ କଲେ ଶେହନାଜ ଗିଲ, ଭିଡିଓ ଦେଖି ପ୍ରଶଂସାରେ ପୋତିଲେ ୟୁଜର୍ସ

author img

By

Published : Jul 13, 2022, 7:20 PM IST

ହାଇଦ୍ରାବାଦ: ପଞ୍ଜାବର ’କ୍ୟାଟ୍ରିନା କୈଫ’ ଶେହନାଜ ଗିଲ ତାଙ୍କର ଭିନ୍ନ ଅନ୍ଦାଜ ପାଇଁ ଜଣାଶୁଣା । ଅଭିନେତ୍ରୀଙ୍କ ମୁହଁରେ ସବୁବେଳେ ହସ ଥାଏ ଯାହା ତାଙ୍କ ପ୍ରଶଂସକଙ୍କୁ ଖୁସି କରାଏ । ଶେହନାଜ ପ୍ରତିଟି ମୁହୂର୍ତ୍ତକୁ ଖୁସିରେ ଜୀଇଁବାକୁ ଚାହାଁନ୍ତି । ଏବେ ଅଭିନେତ୍ରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ମୁମ୍ବାଇର ବର୍ଷାରେ ଚାଷକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ଶେହନାଜ ଏହି ଭିଡିଓକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରିଛନ୍ତି ।

  • " class="align-text-top noRightClick twitterSection" data="">

ଭିଡିଓରେ, ଆପଣ ଦେଖିପାରିବେ ଯେ କ୍ଷେତ ମଝିରେ ଶେହନାଜ୍ କେତେ ଖୁସି ନଜର ଆସୁଛନ୍ତି । ଶେହନାଜ ବର୍ଷାକୁ ଅତି ସୁନ୍ଦର ଭାବେ ଉପଭୋଗ କରୁଛନ୍ତି । ଭିଡିଓରେ ଶେହନାଜ ଚାଷୀମାନଙ୍କ ସହ ମିଶି ଧାନ ରୋପଣ କରୁଥିବା ନଜର ଆସିଛନ୍ତି। ଏହି ସମୟରେ, ଶେହନାଜଙ୍କ ଚପଲ କାଦୁଅରେ ପଶି ଯାଇଥିଲା, ଏହାକୁ ଧୋଇବାବେଳେ ଶେହନାଜ କହିଛନ୍ତି ଯେ, ମୋତେ ଘରକୁ ଯିବାକୁ ପଡିବ ଏବଂ ଏଥିପାଇଁ ଚପଲ ଆବଶ୍ୟକ, ମୁଁ ଚପଲ ନେଇଯାଉଛି ନଚେତ୍ ମୋ ମା’ ମୋତେ ମାରିବେ ।

ଶେହନାଜ ଏହା ମଧ୍ୟ କହିଛନ୍ତି ଯେ, ଏହି ଚପଲର ଦାମ୍‌ ଏବେ କୋଟିଏ ଟଙ୍କା ହୋଇଯାଇଛି କାରଣ ଏଥିରେ ମୋ ଦେଶର ମାଟି ମିଶିଯାଇଛି। ଶେହନାଜଙ୍କ ଏହି ଅନ୍ଦାଜ ଦେଖି ପ୍ରଶଂସକ ଖୁସିଯାଇଛନ୍ତି। ଅନେକ ପ୍ରଶଂସକ ଶେହନାଜଙ୍କୁ ମାଟିର ଝିଅ କହିଥିବାବେଳେ ଅନେକ ତାଙ୍କର ଏହି ସରଳତାକୁ ପସନ୍ଦ କରିଛନ୍ତି । ତେବେ ଶେହନାଜ କହିଛନ୍ତି ଯେ, ଆମେ ସମସ୍ତେ ଏହି ଜୀବନକୁ ଉପଭୋଗ କରିବା ଉଚିତ୍ । ଏହା କହି ସେ ଆଗକୁ ବଢିଛନ୍ତି ଏବଂ ପ୍ରତ୍ୟେକ ମୁହୂର୍ତ୍ତକୁ ଖୋଲାଖୋଲି ଭାବରେ ଜିଉଁଥିବା ଦେଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.