ETV Bharat / entertainment

An Impossible Love Story: ଭାଲେଣ୍ଟାଇନ ସପ୍ତାହରେ ରିଲିଜ ହେବ ସାହିଦ-କ୍ରିତିଙ୍କ କମେଡି ଫିଲ୍ମ - ସାହିଦ କପୁର ଏବଂ କ୍ରିତି ସାନନଙ୍କ ରୋମ କମ

ଘୁଞ୍ଚିଲା ସାହିଦ କପୁର ଏବଂ କ୍ରିତି ସାନନଙ୍କ ନୂଆ ଯୋଡିର ଲଭ ରୋମାନ୍ସ ଡ୍ରାମା ଫିଲ୍ମ 'An Impossible Love Story' ରିଲିଜ ତାରିଖ । ଏହି ତାରିଖରେ ହେବ ରିଲିଜ

An Impossible Love Story
An Impossible Love Story
author img

By ETV Bharat Odisha Team

Published : Oct 3, 2023, 2:18 PM IST

ହାଇଦ୍ରାବାଦ: କମେଡି ଭରପୁର ଲଭଷ୍ଟୋରୀକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଲୋକପ୍ରିୟ ଅଭିନେତା ସାହିଦ କପୁର ଏବଂ ଅଭିନେତ୍ରୀ କ୍ରିତି ସାନନ। ସାହିଦ କପୁର ଏବଂ କ୍ରିତି ସାନନ ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରିବାକୁ ଯାଉଥିବା ବେଳେ ଫିଲ୍ମର ରିଲିଜ ତାରିଖ ସାମ୍ନାକୁ ଆସିଛି । ପୂର୍ବରୁ ଆଗାମୀ ଡିସେମ୍ବର ମାସରେ ରିଲିଜ ହେବା ନେଇ ତାରିଖ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇଛି । ଲଭଷ୍ଟୋରୀ ଫିଲ୍ମକୁ ପ୍ରେମ ସପ୍ତାହରେ ରିଲିଜ କରାଯିବ । 2024 ମସିହା ଫେବୃଆରୀ ମାସରେ ଏହା ରିଲିଜ ହେବ ବୋଲି କୁହାଯାଉଛି ।

ଭାଲେଣ୍ଟାଇନ ସପ୍ତାହ 2024ରେ ସାହିଦ କପୁର ଏବଂ କ୍ରିତି ସାନନଙ୍କ ରୋମ-କମ(Romantic-Comedy) ମୁକ୍ତିଲାଭ କରିବା ନେଇ ଘୋଷଣା କରାଯାଇଥିବା ବେଳେ ଡିସେମ୍ବରରେ ଏନିମଲ, ସେମ ବାହାଦୂର, ମେରୀ ଖ୍ରୀଷ୍ଟମାସ, ଡଙ୍କି ଏବଂ ସାଲାର ଭଳି ଚଳଚ୍ଚିତ୍ର ମୁକ୍ତିଲାଭ କରିବ । କହିରଖୁଛି କି, ସାହିଦ କପୁର ପ୍ରଥମ ଥର ପାଇଁ ଦୀନେଶ ବିଜାନଙ୍କ ପ୍ରଡକ୍ସନ୍ ହାଉସ୍ ମ୍ୟାଡକ୍ ଫିଲ୍ମସରେ କାମ କରୁଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରଟି ଏକ ରୋବଟ୍ ଆଧାରିତ ରୋମାଣ୍ଟିକ୍-କମେଡି ଫିଲ୍ମ । ଯେଉଁଥିରେ ସାଦିଦ ବୈଜ୍ଞାନିକ ଭୂମିକାରେ ନଜର ଆସିବାକୁ ଥିବାବେଳେ ତାଙ୍କୁ ନିଜେ ତିଆରି କରିଥିବା ରବୋଟ ସହିତ ପ୍ରେମ ହୋଇଥାଏ ।

ଏଭଳି ଏକ ଲଭ କମେଡିକୁ ନେଇ ଫିଲ୍ମଟି ହୋଇଥିବା କୁହାଯାଇଛି । ଏହାପୂର୍ବରୁ ଏହି ଫିଲ୍ମ ଡିସେମ୍ବର 8, 2023ରେ ମୁକ୍ତିଲାଭ କରିବାକୁ ଘୋଷଣା କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଫିଲ୍ମ 2024ରେ ଭାଲେଣ୍ଟାଇନ୍ସ ଡେ'ରେ ମୁକ୍ତିଲାଭ କରିବ । ତେବେ ଭାଲେଣ୍ଟାଇନ ସପ୍ତାହରେ ରିଲିଜ ହେବା ନେଇ ଘୋଷଣା କରାଯାଇଥିବା ବେଳେ ନିର୍ଦ୍ଧିଷ୍ଟ ତାରିଖ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ: An Impossible Love Story: ପ୍ରଥମ ଥର ସ୍କ୍ରିନ ସେୟାର କରିବେ ସାହିଦ-କ୍ରିତି, ଏହି ଦିନ ହେବ ରିଲିଜ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚଳଚ୍ଚିତ୍ରର ନାମ 'An Impossible Love Story' କୁହାଯାଉଥିବା ସାହିଦ କପୁର ଏବଂ ଅଭିନେତ୍ରୀ କ୍ରିତି ସାନନ ଫିଲ୍ମ ଭାଲେଣ୍ଟାଇନ ସପ୍ତାହରେ ବଡ ପରଦାକୁ ଆସିବ । ଏହି ଫିଲ୍ମରେ ରହିଥିବା ଗୀତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି କୁହାଯାଇଛି । 'ଆନ ଇମପୋସିବଲ ଲଭଷ୍ଟୋରୀ' ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅମିତ ଯୋଶୀ । ଜିଓ ଷ୍ଟୁଡିଓ ଏବଂ ମାଡୋକା ଫିଲ୍ମସ୍ ମିଳିତ ଭାବେ ଏହି ଫିଲ୍ମ ନିର୍ମାଣ କରିଛନ୍ତି । ଏହି ଫିଲ୍ମରେ ସାହିଦ ଏବଂ କ୍ରିତିଙ୍କ ବ୍ୟତୀତ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ଏବଂ ଅଭିନେତ୍ରୀ ଡିମ୍ପଲ୍ କପାଡିଆ ପ୍ରମୁଖ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଦୀନେଶ ଭିଜନ, ଜ୍ୟୋତି ଦେଶପାଣ୍ଡେ ଏବଂ ଲକ୍ଷ୍ମଣ ଉତ୍ତେକରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.