ETV Bharat / entertainment

ଲୋକପ୍ରିୟ ତାରକା ଶୀର୍ଷରେ କିଙ୍ଗ ଖାନ, ଟପ୍ ୧୦ରେ ଅଛନ୍ତି ଏସବୁ ସେଲିବ୍ରିଟି - 2023 ଲୋକପ୍ରିୟ ତାରକା ମଧ୍ୟରେ ଶୀର୍ଷରେ କିଙ୍ଗ ଖାନ

IMDB Top 10 Popular Stars: ୨୦୨୩ ବର୍ଷ ଶାହାରୁଖ ଖାନ ଠାରୁ ଦୀପିକା ପର୍ଯ୍ୟନ୍ତ ଅନେକ ବଡ ତାରକାଙ୍କ କ୍ୟାରିୟର ପାଇଁ ବହୁତ ଭଲ ପ୍ରମାଣିତ ରହିଛି । ଏହି ବର୍ଷ ଶାହାରୁଖ କେବଳ ବକ୍ସ ଅଫିସର କିଙ୍ଗ ନୁହଁ IMDB ଟପ୍ ୧୦ ଲୋକପ୍ରିୟ ଇଣ୍ଡିଆନ୍ ଷ୍ଟାର ତାଲିକାରେ ମଧ୍ୟ ଶୀର୍ଷରେ ରହିଛନ୍ତି । ନଜର ପକାନ୍ତୁ, ପୁରା ତାଲିକା ଉପରେ

2023ର ଲୋକପ୍ରିୟ ତାରକା ମଧ୍ୟରେ ଶୀର୍ଷରେ କିଙ୍ଗ ଖାନ, ଟପ୍ ୧୦ରେ ଏହି ସେଲିବ୍ରିଟିମାନଙ୍କ ନାମ ବି ସାମିଲ

author img

By ETV Bharat Odisha Team

Published : Nov 22, 2023, 5:14 PM IST

ହାଇଦ୍ରାବାଦ: ଚଳିତ ବର୍ଷ ଶାହାରୁଖ ଖାନ, ସଲମାନ ଖାନ ଏବଂ ଅଜୟ ଦେବଗନଙ୍କ ସମେତ ଅନେକ ସୁପରଷ୍ଟାରଙ୍କ ଫିଲ୍ମ ବକ୍ସ ଅଫିସରେ ମୁକ୍ତିଲାଭ କରିଛି । ବଲିଉଡର ବାଦଶାହା 'ଜବାନ' ଏବଂ ପଠାନଙ୍କ ସହ ବକ୍ସ ଅଫିସରେ ଧମାକା କରିଥିଲେ । ଏହା ବ୍ୟତୀତ, ଦୀପିକା ପାଦୁକୋନ-ନୟନତାରାଙ୍କ ସମେତ ଅନେକ ଅଭିନେତ୍ରୀଙ୍କ ପାଇଁ ୨୦୨୩ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି । ତେବେ ବର୍ତ୍ତମାନ ବୁଧବାର ଦିନ ଅର୍ଥାତ୍ ଆଜି IMDB ଭାରତର ଟପ୍ ୧୦ ଲୋକପ୍ରିୟ ତାରକାଙ୍କ ତାଲିକା ପ୍ରକାଶ କରିଛି ।

ପ୍ରକାଶ ପାଇଥିବା ଏହି ତାଲିକାରେ ଶାହାରୁଖ ଖାନଙ୍କ ସହ ଦୀପିକା ପାଦୁକୋନଙ୍କ ସମେତ ଭାରତୀୟ ସିନେମାର ଟପ ୧୦ରେ ନିଜର ସ୍ଥାନ ହାସଲ କରିଛନ୍ତି । ତେବେ ସଲମାନ ଖାନଙ୍କ ଏହି ବଡ ତାରକାମାନେ ଏହି ତାଲିକାରେ ସ୍ଥାନ ପାଇନାହାଁନ୍ତି। IMDB Top 10 Most Popular Indian Stars 2023ର ଏହି ରିପୋର୍ଟ ଏହି ଆଧାରରେ ପ୍ରକାଶିତ ହୋଇଛି ଯାହାର ପୃଷ୍ଠା ସାରା ବିଶ୍ୱରେ ୨୦୦ ମିଲିୟନରୁ ଅଧିକ ଭିୟୁ ମିଳିଛି । ଭାରତର ପ୍ରମୁଖ ଲୋକପ୍ରିୟ ତାରକାମାନଙ୍କ ମଧ୍ୟରେ ବଲିଉଡ କିଙ୍ଗ ଖାନ ଶାହାରୁଖ ଖାନ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ଯାହାଙ୍କ ଚଳଚ୍ଚିତ୍ର ଘରୋଇ ତଥା ବିଦେଶୀ ଫ୍ୟାନ୍ସମାନଙ୍କ ମଧ୍ୟ ମନ ଜିତିଥିଲା ।

ଭାରତର ଟପ୍ ୧୦ ଲୋକପ୍ରିୟ ତାରକା 2023 ତାଲିକା:

  1. ଶାହାରୁଖ ଖାନ
  2. ଆଲିଆ ଭଟ୍ଟ
  3. ଦୀପିକା ପାଦୁକୋନ
  4. ଭାମିକା ଗାବି
  5. ନୟନତାରା
  6. ତମନ୍ନା ଭାଟ୍ଟିଆ
  7. କରୀନା କପୁର ଖାନ
  8. ଶୋଭିତା ଧୂଲିପାଲା
  9. ଅକ୍ଷୟ କୁମାର
  10. ବିଜୟ ସେଥୁପଥି

ଆଲିଆ ଭଟ୍ଟ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଆଲିଆଙ୍କ ପାଇଁ ଚଳିତ ବର୍ଷ ଭଲ ରହିଥିଲା । କାରଣ ତାଙ୍କ ଅଭିନୀତ ରକି ଔର ରାନୀ କି ପ୍ରେମ କାହାନୀ ଏବଂ ହାର୍ଟ ଅଫ୍ ଷ୍ଟୋନ୍ ରିଲିଜ ହୋଇଥିଲା । ଏଥିସହ ମିଟ ଗାଲାରେ ତାଙ୍କର ଡେବ୍ୟୁ ଏବଂ ୨୦୨୨ ଚଳଚ୍ଚିତ୍ର RRRର ଶ୍ରେଷ୍ଠ ଗୀତ ନାଟୁ ନାଟୁ ପାଇଁ ଓସ୍କାର ପୁରସ୍କାର ମିଳିଥିଲା ।

ଶାହାରୁଖ ଖାନଙ୍କ ସହ ତାଙ୍କର ହିନ୍ଦୀ ଚଳଚ୍ଚିତ୍ର ଡେବ୍ୟୁ କରି ନୟନତାରା ୬ଷ୍ଠ ସ୍ଥାନରେ ରହିଥିବା ବେଳେ ପଠାନ ଏବେ ଜବାନ ପାଇଁ ଦୀପିକା ପାଦୁକୋନ୍ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଚାଟ୍ ଶୋ କଫି ୱିଥ୍ କରଣ ସିଜନ ୮ରେ ମଧ୍ୟ ଦୀପିକା ତାଙ୍କ ସ୍ୱାମୀ ରଣଭୀର ସିଂଙ୍କ ସହ ମଧ୍ୟ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତମନ୍ନା ଭାଟ୍ଟିଆ ଲଷ୍ଟ ଷ୍ଟୋରୀ ୨, ଜୀ କରଦା, ଏବଂ ଆଖରୀ ସଚ୍ଚ ଭଳି ଷ୍ଟ୍ରିମିଂ ଚଳଚ୍ଚିତ୍ରରେ ଦମଦାର ପ୍ରଦର୍ଶନ ଏବଂ ଭୋଲା ଶଙ୍କର, ଜେଲର ଫିଲ୍ମରେ ମଧ୍ୟ ତାଙ୍କ ଅଭିନୟ ଦର୍ଶକଙ୍କ ମନ ଜିତିଥିଲା । ଏହିପରି ସେ ୭ମ ସ୍ଥାନ ହାସଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମାଧୁରୀ ଦୀକ୍ଷିତଙ୍କୁ ମିଳିଲା ଖାସ୍ ସମ୍ମାନ, ରେଡ କାର୍ପେଟ ଚାର୍ ଚାନ୍ଦ୍ ଲଗାଇଲେ ଏହି ତାରକା

ସେହିପରି ୮ମ ସ୍ଥାନରେ ରହିଛନ୍ତି କରୀନା କପୁର ଖାନ । ଜାନେ ଜାନଙ୍କ ସହ ସେ ଓଟିଟିରେ ଡେବ୍ୟୁ କରିଥିଲେ । ତାଙ୍କ ଚଳଚ୍ଚିତ୍ର ଦି ବକିଙ୍ଗହମ୍ ମର୍ଡର୍ସ BFI ଲଣ୍ଡନ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା । ବିଜୟ ସେଥୁପଥୀ ୧୦ମ ସ୍ଥାନରେ ରହିଛନ୍ତି । ଚଳିତ ବର୍ଷ ଦୁଇଟି ଡେବ୍ୟୁ ଫିଲ୍ମ କରିଥିଲେ । ଚଳଚ୍ଚିତ୍ର ଜବାନ୍ ସହ ବଲିଉଡରେ ଏବଂ ୱେବ୍ ସିରିଜ୍ ଫର୍ଜି ସହ ସେ ଓଟିଟିରେ ଡେବ୍ୟୁ କରିଥିଲେ । ଏହି ଉଭୟ ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିବେ ସହ ହିଟ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.