ETV Bharat / entertainment

ଅଭିନୟରୁ କାହିଁକି 4 ବର୍ଷ ଦୂରେଇ ରହିଥିଲେ କିଙ୍ଗ ଖାନ, ଖୋଲିଲେ ରାଜ୍‌

author img

By

Published : Dec 3, 2022, 11:21 AM IST

ଏକ ସାକ୍ଷାତକାର ସମୟରେ ଶାହରୁଖ ଖାନ କହିଛନ୍ତି ଯେ ସେ କାହିଁକି ଦୀର୍ଘ 4 ବର୍ଷର ବିରତି ନେଇଥିଲେ ? ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସେ କେବଳ ଆକ୍ସନ୍ ଫିଲ୍ମ କରିବେ । ଅଧିକ ପଢନ୍ତୁ

ଲାଡଲି ଝିଅ ପାଇଁ ଅଭିନୟରୁ ବିରତି ନେଇଥିଲେ ଶାହାରୁଖ, ନିଜେ କଲେ ଖୁଲାସା

ହାଇଦ୍ରାବାଦ: ବଲିଉଡ ବାଦଶାହା ଶାହରୁଖ ଖାନଙ୍କ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ପ୍ରଶଂସକମାନେ ପ୍ରାୟ ଚାରି ବର୍ଷ ଧରି ପରଦାରେ କିଙ୍ଗ ଖାନଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରି ରହିଥିଲେ । ଏହି ସମୟରେ ପ୍ରଶଂସକଙ୍କ ମନରେ ସମାନ ପ୍ରଶ୍ନ ଆସୁଥିଲା କି, ପ୍ରକୃତରେ କାହିଁକି କିଙ୍ଗ ଖାନ ଆଉ ଫିଲ୍ମ କରୁନାହାଁନ୍ତି । ବର୍ତ୍ତମାନ ଶାହାରୁଖ ଖାନ ଏତେ ବର୍ଷ ପର୍ଯ୍ୟନ୍ତ ପରଦାରୁ ଦୂରେଇ ରହିବାର କାରଣ କହିଛନ୍ତି ।

ଶାହାରୁଖ କାହିଁକି ପରଦାରୁ ଦୂରେଇ ଯାଇଥିଲେ ?

ଶେଷରେ, ଦୀର୍ଘ ସମୟ ଅପେକ୍ଷା କରିବା ପରେ, ଶାହାରୁଖ ଖାନଙ୍କ ପ୍ରଶଂସକମାନେ ଅପେକ୍ଷା କରିଥିବା ପ୍ରଶ୍ନର ଉତ୍ତର ପାଇଛନ୍ତି । ସାଉଦି ଆରବର ଜେଡ୍ଡା ଠାରେ ଆଯୋଜିତ ରେଡ ସି ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ବଲିଉଡର ବାଦଶାହ ଏହାର ରାଜ ଖୋଲିଛନ୍ତି । 'ଡେଡଲାଇନ'କୁ ଦିଆଯାଇଥିବା ଏକ ସାକ୍ଷାତକାରରେ କିଙ୍ଗ ଖାନ କହିଛନ୍ତି ଯେ ଝିଅ ସୁହାନା ଖାନଙ୍କ ପାଇଁ ଅଭିନୟରୁ ସେ ବିରତି ନେଇଥିଲେ।

କିଙ୍ଗ ଖାନ୍‌ କହିଛନ୍ତି, ସୁହାନା ନ୍ୟୁୟର୍କରେ ପଢିବାକୁ ଯାଇଥିଲେ । ମୁଁ ମୋ ଝିଅର କଲ୍‌କୁ 8 ମାସ ଧରି ଅପେକ୍ଷା କରିଥିଲି । ମୁଁ କୌଣସି ଫିଲ୍ମରେ ସାଇନ୍ କରୁନଥିଲି । ଏହା ଭାବିକି ସେ ମୋତେ କଲ୍‌ କରିବ । ତା’ପରେ ଗୋଟେ ଦିନ ମୁଁ ତାଙ୍କୁ କଲ୍‌ କରି ପଚାରିଲି, ମୁଁ ବର୍ତ୍ତମାନ କାମ ଆରମ୍ଭ କରିପାରିବି କି ? ତା’ପରେ ସେ କହିଲା, ତୁମେ କାହିଁକି କାମ କରୁନାହଁ ? ମୁଁ କହିଲି, 'ମୁଁ ଭାବିଲି ତୁମେ ନ୍ୟୁୟର୍କରେ ଏକୁଟିଆ ଅନୁଭବ କରିବ, ତେଣୁ ମୋତେ କଲ୍‌ କରିବ ।' ଅର୍ଥାତ କିଙ୍ଗ ଖାନ ଏହା ଭାବୁଥିଲେ ଯେ ସୁହାନାଙ୍କୁ ଏକଲା ଅନୁଭବ ନହେଉ । ସେଥିପାଇଁ ଯେତେବେଳେ ସୁହାନା ତାଙ୍କୁ ଡାକିବେ, ସେ ତାଙ୍କ ପାଖକୁ ପଳାଇଯିବେ । କେବଳ ଏହା ଭାବି ଶାହାରୁଖ ଖାନ କୌଣସି ପ୍ରୋଜେକ୍ଟରେ ବ୍ୟସ୍ତ ରହୁନଥିଲେ ।

ଆକ୍ସନ୍ ଫିଲ୍ମ କରିବେ ବଲିଉଡ ବାଦଶାହ

ବଲିଉଡ ସୁପରଷ୍ଟାର କହିଛନ୍ତି ଯେ ସେ ପ୍ରେମ କାହାଣୀ, ସୋସିଆଲ ଡ୍ରାମା ପରି ପରଦାରେ ଅନେକ ଭୂମିକା ଗ୍ରହଣ କରିଛନ୍ତି । କିନ୍ତୁ ତାଙ୍କୁ ଆକ୍ସନ୍ ଫିଲ୍ମ କରିବାର ସୁଯୋଗ କେହି ଦେଉ ନଥିଲେ । ଶାହାରୁଖ କୁହନ୍ତି, 'ମୋର ବୟସ 57 ବର୍ଷ । ସେଥିପାଇଁ ମୁଁ ଭାବୁଛି ଯେ ବର୍ତ୍ତମାନ ମୋତେ ଆକ୍ସନ୍ ଫିଲ୍ମ କରିବା ଉଚିତ୍ । ପରବର୍ତ୍ତୀ 10 ବର୍ଷ ପାଇଁ, ମୁଁ କେବଳ ଆକ୍ସନ୍ ଫିଲ୍ମ କରିବି । ନିକଟରେ ଶାହରୁଖ ଖାନ ୟୁଏଇରେ ଡଙ୍କି ଫିଲ୍ମର ସୁଟିଂ ଶେଷ କରିଛନ୍ତି । ଏହା ପରେ ସେ ପବିତ୍ର ସ୍ଥାନ ମକ୍କା ପରିଦର୍ଶନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.