ETV Bharat / entertainment

ସୋନମଙ୍କ ପରେ ଶାହାରୁଖଙ୍କ ଘର ମନ୍ନତରେ ଡିନର କଲେ ଡେଭିଡ ବେକହାମ, ଭିଡିଓ ଭାଇରାଲ

ଷ୍ଟାର ଫୁଟବଲର୍ ଡେଭିଡ ବେହକାମ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି । ପ୍ରଥମେ ସେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଦେଖିଥିଲେ । ତା’ପରେ ସୋନମ କପୁରଙ୍କ ଡିନର ପାର୍ଟିରେ ଯାଇଥିଲେ ଏବଂ ବର୍ତ୍ତମାନ ସେ ଶାହାରୁଖ ଖାନଙ୍କ ବଙ୍ଗଳା ମନ୍ନତରେ କିଙ୍ଗ୍‌ ଖାନ୍‌ଙ୍କ ପରିବାର ସହ ରାତ୍ରୀ ଭୋଜନ କରିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 17, 2023, 1:15 PM IST

ସୋନମଙ୍କ ପରେ ଶାହାରୁଖଙ୍କ ଘର ମନ୍ନତରେ ଡିନର କଲେ ଡେଭିଡ ବେକହାମ, ଭିଡିଓ ଭାଇରାଲ
ସୋନମଙ୍କ ପରେ ଶାହାରୁଖଙ୍କ ଘର ମନ୍ନତରେ ଡିନର କଲେ ଡେଭିଡ ବେକହାମ, ଭିଡିଓ ଭାଇରାଲ

ହାଇଦ୍ରାବାଦ: ଇଂଲଣ୍ଡର ପୂର୍ବତନ ଫୁଟବଲର୍ ତଥା ଅଧିନାୟକ ଡେଭିଡ ବେକହାମ୍ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି । ବୁଧବାର ଅର୍ଥାତ୍ ୧୫ ନଭେମ୍ବରରେ ସେ ଭାରତ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚ୍‌ ଦେଖିବାକୁ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ସାମିଲ ହୋଇଥିଲେ । ଏହା ପରେ ଅଭିନେତ୍ରୀ ସୋନମ କପୁର ଏବଂ ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କୁ ସେମାନଙ୍କ ମୁମ୍ବାଇ ଘରେ ଭେଟିଥିଲେ । ଏହି ଦମ୍ପତି ଡେଭିଡ ବେକହାମଙ୍କ ପାଇଁ ଏକ ସ୍ୱତନ୍ତ୍ର ପାର୍ଟିର ଆୟୋଜନ କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଗତ ନଭେମ୍ବର ୧୬ରେ, ଡେଭିଡ୍ ବେକହାମ୍ ବଲିଉଡ କିଙ୍ଗ ଶାହରୁଖ ଖାନଙ୍କୁ ଭେଟିଛନ୍ତି ।

  • In 2012, coincidentally #ShahRukhKhan & David Beckham were both present at the same mall in London and it wasn't Beckham but SRK who got all mobbed by hundreds of fans. 🔥🔥

    Later David Beckham enquired the mall authorities that who was this celebrity even bigger than him. ❤️😂 pic.twitter.com/tivFgKxVeA

    — Rony Sk (@iamronyk) November 16, 2023 " class="align-text-top noRightClick twitterSection" data=" ">

ଡେଭିଡ ବେକହାମ ପାଇଁ ଶାହାରୁଖ ଖାନ ଡିନର ପାର୍ଟିର ଆୟୋଜନ କରିଥିଲେ । ଏନେଇ ଡେଭିଡ ଶାହାରୁଖଙ୍କ ଘର ମନ୍ନତ ଠାରେ ପହଞ୍ଚିଥିବା ବେଳେ ବେକହାମଙ୍କୁ ସେଠାରେ ସ୍ପଟ୍‌ କରାଯାଇଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଡେଭିଡ କାରରେ ବସି ଶାହାରୁଖ ଖାନଙ୍କ ଘର ମନ୍ନତକୁ ଏଣ୍ଟ୍ରି କରୁଥିବା ଦେଖିବାକୁ ମିଳିଛି ।

ଏହାପୂର୍ବରୁ ସୋନମ କପୁର ଡେଭିଡ ବେହକାମଙ୍କ ପାଇଁ ଏକ ୱେଲ୍‌କମ୍‌ ଡିନର ପାର୍ଟିର ଆୟୋଜନ କରିଥିଲେ । ଏହି ସମୟରେ ପୁରା କପୁର ପରିବାର ସମେତ ଅନେକ ବଲିଉଡ୍‌ ସେଲିବ୍ରିଟି ଏଠାରେ ସାମିଲ ହୋଇଥିଲେ । ଯାହାର ଫଟୋ ତାରକାମାନେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅର୍ଜୁନ କପୁର ତାଙ୍କ ଗାର୍ଲଫ୍ରେଣ୍ଡ୍‌ ମଲାଇକା ଆରୋରାଙ୍କ ସହ ଏହି ପାର୍ଟିରେ ନଜର ଆସିଥିଲେ । ଏହି ପାର୍ଟିରେ କରିସ୍ମା କପୁର, ସାହିଦ କପୁର, ମୀରା କପୁର, ସଞ୍ଜୟ କପୁର, ମହିମ କପୁର, ସନାୟା କପୁରଙ୍କ ସମେତ ଅନେକ ତାରକା ଉପସ୍ଥିତ ଥିଲେ ।

ସୂଚନା ଥାଉ କି, ଇଂଲଣ୍ଡର ପୂର୍ବତନ ଫୁଟବଲର୍ ତଥା ଅଧିନାୟକ ଡେଭିଡ ବେକହାମ କିଛି ଦିନ ପୂର୍ବରୁ ଭାରତରେ ପହଞ୍ଚିଛନ୍ତି । ଡେଭିଡ ବେକହାମ୍ ଜଣେ ୟୁନିସେଫ୍ ଶୁଭେଚ୍ଛୁ ରାଷ୍ଟ୍ରଦୂତ । ସେ ନିଜ ସମ୍ପ୍ରଦାୟରେ ପରିବର୍ତ୍ତନ ଏବଂ ନୂତନତା ଆଣିବା ପାଇଁ କାର୍ଯ୍ୟ କରୁଥିବା ପିଲାମାନଙ୍କୁ ଭେଟିବା ପାଇଁ ସେ ଭାରତରେ ଆସିଛନ୍ତି । ଏହି ସମୟରେ ସେ ବିଶ୍ବକପ ସେମିଫାଇନାଲ ମ୍ୟାଚ ଦେଖିବା ସହ ଅନେକ ବି-ଟାଉନ ତାରକାଙ୍କୁ ଭେଟିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଡେଭିଡ ବେକହାମଙ୍କ ପାଇଁ ୱେଲକମ ପାର୍ଟି ଦେଲେ ସୋନମ କପୁର, ନଜର ଆସିଲେ ଏହି ତାରକା

ଶାହାରୁଖ ଖାନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ସେ ଚଳିତ ବର୍ଷ ଦୁଇଟି ଚଳଚ୍ଚିତ୍ର ପଠାନ ଏବଂ ଜବାନରେ ନଜର ଆସିଥିଲେ । ବର୍ତ୍ତମାନ ଚଳିତ ବର୍ଷର ଏହି ୨ଟି ଫିଲ୍ମ ହିଟ୍ ହେବା ସହ ବୋଶ ଲୋକପ୍ରିୟତା ହାସଲ କରିଥିଲା । ବର୍ତ୍ତମାନ ସେ ତାଙ୍କର ତୃତୀୟ ଚଳଚ୍ଚିତ୍ର ଡଙ୍କି ସହ ପୁଣି ପରଦାକୁ ଫେରୁଛନ୍ତି । ଏହି ଫିଲ୍ମ ଆସନ୍ତା ମାସରେ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ୨୦୨୩ ଡିସେମ୍ବର 2ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.