ETV Bharat / entertainment

ବୁର୍ଜ ଖଲିଫାରେ ଶାହାରୁଖଙ୍କ ଡାଇଲଗ, କହିଲେ ଏହା ସମସ୍ତ ପିତାଙ୍କୁ ଉତ୍ସର୍ଗ

ଶାହାରୁଖ ଖାନଙ୍କ ଫିଲ୍ମ ଜବାନର ଟ୍ରେଲର ବୁର୍ଜ ଖଲିଫାରେ ପ୍ରଦର୍ଶିତ ହୋଇଛି। ଏହି ସମୟରେ ଅଭିନେତା ଫିଲ୍ମର ଦମଦାର ଡାଇଲଗ ବେଟେ କୋ ହାଥ ଲଗାନେ ସେ ପେହେଲେ କହିଛନ୍ତି। ଏହି ସଂଳାପ କହିବା ସହ ଶାହାରୁଖ ଏହାକୁ ସମସ୍ତ ପିତାମାତାଙ୍କୁ ଉତ୍ସର୍ଗ କରିଥିବା କହିଛନ୍ତି। ଅଧିକ ପଢନ୍ତୁ,

author img

By ETV Bharat Odisha Team

Published : Sep 1, 2023, 5:37 PM IST

ବୁର୍ଜ ଖଲିଫାରେ ଶାହାରୁଖଙ୍କ ଡାଇଲଗ, କହିଲେ ଏହା ସମସ୍ତ ପିତାଙ୍କୁ ଉତ୍ସର୍ଗ
ବୁର୍ଜ ଖଲିଫାରେ ଶାହାରୁଖଙ୍କ ଡାଇଲଗ, କହିଲେ ଏହା ସମସ୍ତ ପିତାଙ୍କୁ ଉତ୍ସର୍ଗ

ହାଇଦ୍ରାବାଦ: ଆଜିକାଲି ଶାହାରୁଖ ଖାନ ତାଙ୍କର ଆଗାମୀ ଆକ୍ସନ୍ ଥ୍ରୀଲର ଫିଲ୍ମ 'ଜବାନ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଅଗଷ୍ଟ 30ରେ ପ୍ରଥମ ଚେନ୍ନାଇରେ ଫିଲ୍ମର ପ୍ରି ରିଲିଜ ଇଭେଣ୍ଟ ରହିଥିଲା। ପରେ 31ରେ ଫିଲ୍ମର ଟ୍ରେଲର ରିଲିଜ କରିଛି। ଏଥିସହିତ ଫିଲ୍ମର ଟ୍ରେଲର ଲଞ୍ଚ କରିବା ପରେ ଶାହରୁଖ ଖାନ ଦୁବାଇରେ ପହଞ୍ଚି ଦୁନିଆର ସବୁଠାରୁ ଉଚ୍ଚ କୋଠା ବୁର୍ଜ ଖଲିଫାରେ ଫିଲ୍ମ 'ଜବାନ'ର ଟ୍ରେଲରକୁ ପ୍ରଦର୍ଶିତ କରିଛନ୍ତି । ଏହି ସମୟରେ ଶାହାରୁଖ ଫିଲ୍ମର ଦମଦାର ଡାଇଲଗ 'ବେଟେ କୋ ହାଥ ଲାଗାନେ ସେ ବାପ ସେ ବାତ କରୋ' କହିଛନ୍ତି। ଏବଂ ଏହା କାହାକୁ ଉତ୍ସର୍ଗ କରିଛନ୍ତି ତାହା ମଧ୍ୟ କହିଛନ୍ତି ।

'ଜୱାନ'ର ଟ୍ରେଲର ରିଲିଜ ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ଦ୍ବିଗୁଣିତ ହୋଇଯାଇଛି । ଏଥି ସହିତ ଶାହାରୁଖ ଖାନଙ୍କ ଫିଲ୍ମର ଦମଦାର ଡାଇଲଗ 'ବେଟେ କୋ ହାଥ୍‌ ଲାଗାନେ ସେ ବାପ ସେ ବାତ କରୋ' ଅର୍ଥାତ (ପୁଅକୁ ହାତ ଲଗାଇବା ପୂର୍ବରୁ ବାପାଙ୍କ ସହ କଥା ହୁଅ) ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ସୋସିଆଲ ମିଡିଆ ପରେ ବୁର୍ଜ ଖଲିଫାରେ ଫିଲ୍ମର ଟ୍ରେଲରକୁ ସ୍କ୍ରିନିଂ କରାଯାଇଥିବା ବେଳେ ଏହି ସମୟରେ ଶାହାରୁଖ ଫିଲ୍ମର 'ବେଟେ କୋ ହାଥ..ସମାନ ଡାଇଲଗ କହିଛନ୍ତି ଏବଂ ଏହାକୁ ସମସ୍ତ ପିତାମାତାଙ୍କୁ ଉତ୍ସର୍ଗ କରିଥିବା କହିଛନ୍ତି। ଏଥିସହ ଏଠାରେ ଶାହରୁଖ ତାଙ୍କ ଚଳଚ୍ଚିତ୍ର ଏବଂ ଭୂମିକା ଏବଂ ଏହାର ସଂଳାପ ସହ ଜଡିତ ବିଷୟ ଉପରେ ମଧ୍ୟ ଆଲୋଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଡାଏଲଗ୍‌କୁ ନେଇ ଶୀତଳ ଯୁଦ୍ଧ: ପୋଷ୍ଟ ସେୟାର କରି ଶାହାରୁଖଙ୍କଙ୍କୁ ପାଲଟା ଜବାବ୍‌ ଦେଲେ ସମୀର ୱାଙ୍ଖଡେ

ସୂଚନା ଥାଉ କି, ଶାହାରୁଖଙ୍କ ଏହି ସଂଳାପ ଡ୍ରଗ୍ସ ମାମଲା ସହ ଯୋଡ଼ା ଯାଉଛି । ଯେଉଁଥିରେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ସମ୍ପୃକ୍ତ ଥିଲେ । ଏହି ମାମଲାରେ NCB ଅଧିକାରୀ ସମୀର ୱାଙ୍ଖଡେ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିଲେ ଏବଂ ଆର୍ଯ୍ୟନ ଖାନଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରେ 20 ଦିନ ବିତାଇବାକୁ ପଡିଥିଲା । ତେବେ ଏହି ଡାଇଲଗ ସହ ଶାହାରୁଖ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରି ଚେତାବନୀ ଦେଇଥିବା କୁହାଯାଉଛି । କେବଳ ଏତିକି ନୁହଁ ଏହି ଚର୍ଚ୍ଚା ଜୋର ଦରିବା ପରେ ସମୀର ୱାଙ୍ଖଡେଙ୍କ ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ ଟ୍ବିଟରେ ଶାହାରୁଖଙ୍କୁ ପାଲଟା ଜବାବରେ ‘ମୁଁ ନିଆଁ ସହିତ ଖେଳିଛି ଏବଂ ଏହାର ପାଉଁଶ ସହିତ ନାଚିଛି। ମୋତେ କୌଣସି ପ୍ରକାରର ଭୟ ନାହିଁ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.