ହାଇଦ୍ରାବାଦ: ଫିଲ୍ମ 'ସତ୍ୟପ୍ରେମ କି କଥା' କୁ ନେଇ ଶିରୋନାମାରେ ରହିଛନ୍ତି କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀ। ଫିଲ୍ମ ବେଶ ଲୋକପ୍ରିୟତାର ସହ ଭଲ ଓପନିଂ କରିଥିଲା। ଏବଂ ପ୍ରଥମ ସପ୍ତାହ ମଧ୍ୟ ବେଶ ଭଲ ପ୍ରଦର୍ଶନ କରିଥିଲା। ଏପରିକି ସପ୍ତାହକ ମଧ୍ୟରେ 50କୋଟି କ୍ଲବରେ ସାମିଲ ହୋଇଗଲା ଫିଲ୍ମ। ବର୍ତ୍ତମାନ ଫିଲ୍ମର ଆୟ ମନ୍ଥର ହେବାରେ ଲାଗିଛି। 8ମ ଦିନରେ ଫିଲ୍ମ ସବୁଠାରୁ କମ ଆୟ କରିଛି।
ଜୁନ 29ରେ ରିଲିଜ ହୋଇଥିବା 'ସତ୍ୟପ୍ରେମ କି କଥା' ରିଲିଜ୍ ହେବାର 7 ଦିନରେ 50 କୋଟି କ୍ଲବରେ ସାମିଲ ହୋଇଥିଲା। ବର୍ତ୍ତମାନ ଫିଲ୍ମ ରିଲିଜ୍ ହେବାର ଅଷ୍ଟମ ଦିନରେ ଅର୍ଥାତ୍ ଦ୍ୱିତୀୟ ଗୁରୁବାରର ରୋଜଗାର ସଂଖ୍ୟା ଆସିଛି। ଫିଲ୍ମ 8 ଦିନରେ ଅର୍ଥାତ୍ ଦ୍ୱିତୀୟ ଗୁରୁବାର ଦିନ 2.70 କୋଟି ଟଙ୍କା ସଂଗ୍ରହ କରିଛି। ଏହା ଫିଲ୍ମର ଆଜି ପର୍ଯ୍ୟନ୍ତର ସବୁଠାରୁ କମ ଆୟ ଅଟେ। ଅନ୍ୟପକ୍ଷରେ ବୁଧବାର ଦିନ ଏହି ଫିଲ୍ମ 3.45 କୋଟି ଟଙ୍କା ଆୟ କରିଥିଲା। ଏହା ସହ ଫିଲ୍ମର ମୋଟ ରୋଜଗାର ବର୍ତ୍ତମାନ 52.9 କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ଏହା ମଧ୍ୟ ପଢନ୍ତୁ: 50କୋଟି କ୍ଲବରେ ସାମିଲ ହେଲା କାର୍ତ୍ତିକ-କିଆରାଙ୍କ ଫିଲ୍ମ
ସେପଟେ ଭାରତୀୟ ବକ୍ସ ଅଫିସରେ ଅଷ୍ଟମ ଦିନରେ ଫିଲ୍ମର ଗତି ମନ୍ଥର ହୋଇଥାଇପାରେ, କିନ୍ତୁ ଫିଲ୍ମ ସାରା ବିଶ୍ୱରେ ଏହାର ସଫଳତା ହାସଲ କରୁଛି। 7 ଦିନ ମଧ୍ୟରେ ଏହି ଫିଲ୍ମ ସାରା ବିଶ୍ୱରେ 62 କୋଟି ସଂଗ୍ରହ କରିଥିବା ବେଳେ ଅଷ୍ଟମ ଦିନ ମଧ୍ୟରେ ମୋଟ 72 କୋଟି ବ୍ୟବସାୟ କରିଛି। ତେବେ 60କୋଟି ବଜେଟରେ ନିର୍ମିତ ଏହି ଫିଲ୍ମଟି ଖୁବ ଶୀଘ୍ର ସାରା ବିଶ୍ୱରେ 100 କୋଟି ମାର୍କ ଅତିକ୍ରମ କରିପାରେ ବୋଲି ଆଶା କରାଯାଉଛି।
ସୂଚନା ଥାଉ କି, ସତ୍ୟପ୍ରେମ କି କଥାର ସାଜିଦ ନାଦିଆଡୱାଲା ନିର୍ମିତ ହୋଇଥିବା ବେଳେ ସମୀର ବିଦ୍ବାନ୍ସ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ୍ ସତ୍ୟପ୍ରେମ ଅଗ୍ରୱାଲ ଭୂମିକାରେ ଅଭିନୟ କରିଛନ୍ତି । ଏଥି ସହିତ କିଆରା ଆଡଭାନୀ ଏହି ଫିଲ୍ମରେ କଥା କପାଡିଆ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର ସତ୍ୟପ୍ରେମ ଏବଂ କଥାଙ୍କ ଅନନ୍ୟ ପ୍ରେମ କାହାଣୀ ଉପରେ ଆଧାରିତ । କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ବ୍ୟତୀତ ସୁପ୍ରିୟା ପାଠକ କପୁର, ଗଜରାଜ ରାଓ, ସିଦ୍ଧାର୍ଥ ରନ୍ଧେରିଆ, ଅନୁରାଧା ପଟେଲ, ରାଜପାଲ ଯାଦବ, ନିର୍ମିତ ସାୱନ୍ତ ଏବଂ ଶିଖା ତଲସାନିଆ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।