ହାଇଦ୍ରାବାଦ: ଡେଟିଂ ନେଇ ଚର୍ଚ୍ଚାରେ ଭାରତୀୟ ଷ୍ଟାର କ୍ରିକେଟର ଶୁଭମନ ଗିଲ ଏବଂ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର । ଉଭୟଙ୍କୁ ପ୍ରାୟ ସମୟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥାଏ । ନିକଟରେ ସାରା ଅଲି ଖାନ ମଧ୍ୟ ଉଭୟଙ୍କ ସମ୍ପର୍କକୁ ନେଇ ନିଶ୍ଚିତ କରିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ଏହି କପଲଙ୍କ ଏକ ଫଟୋ ଭାଇରାଲ ହେଉଛି । ଯାହା ପରେ ଉଭୟଙ୍କ ଡେଟିଂ ନିଶ୍ଚିତ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
ସାରା ଏବଂ ଶୁଭମନ ଡେଟିଂ ପାଇଁ ଅନେକ ସମୟରେ ଶିରୋନାମାରେ ରହି ଆସିଛନ୍ତି । ହେଲେ ଉଭୟ କେବେ ନିଜ ସମ୍ପକ ନେଇ ପ୍ରତିକ୍ରିୟା ଦେଇନାହାନ୍ତି । ଏପରି ସମୟରେ ଉଭୟଙ୍କ ଏକ ଫଟୋ ଭାଇରାଲ ପରେ ୟୁଜର୍ସ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି । ଫଟୋରେ ସାରା ଶୁଭମନଙ୍କୁ ହଗ୍ କରି ପୋଜ୍ ଦେଇଥିବା ଦେଖିବାକୁ ମିଳିଛି । ତେବେ ଏହା ଭାଇରାଲ ପରେ ଉଭୟ ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିଥିବା ଫ୍ୟାନ୍ସ ଅନୁଭବ କରିଥିଲେ । କିନ୍ତୁ ବାସ୍ତବରେ ଭାଇରାଲ ହେଉଥିବା ଫଟୋଟି ଏହି କପଲଙ୍କ ନୁହେଁ । ଏହାର ମୂଳ ଫଟୋରେ ସାରା ତାଙ୍କ ଭାଇ ଅର୍ଜୁନ ତେନ୍ଦୁଲକରଙ୍କ ସହ ଅଛନ୍ତି । ରଶ୍ମିକା ମନ୍ଦନା ଏବଂ କ୍ୟାଟ୍ରିନା କୈଫ୍ଙ୍କ ପରେ ସାରା ତେନ୍ଦୁଲକର ଏବଂ ଶୁଭମନ ଗିଲ ଡିପ୍ ଫେକ୍ ମାମଲାର ଶିକାର ହୋଇଛନ୍ତି । AI ଟେକ୍ନୋଲୋଜି ବ୍ୟବହାର କରି କେହି ବ୍ୟକ୍ତି ଫଟୋକୁ ଏଡିଟ୍ କରି ସାରା ଏବଂ ଶୁଭମନଙ୍କ ଫଟୋ ଯୋଡ଼ି ଭାଇରାଲ କରିଥିବା କୁହାଯାଉଛି ।
ସୂଚନା ଥାଉ କି, କିଛି ଦିନ ପୂର୍ବେ କରଣ ଜୋହରଙ୍କ ଚାଟ୍ ଶୋ'ର ପ୍ରୋମୋରେ ସାରା ଅଲି ଖାନ୍ ଶୁଭମନ ଗିଲଙ୍କ ସହ ତାଙ୍କର ଡେଟିଂ ରୁମର ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସେ କହିଥିଲେ, ଆପଣ ସାରାଙ୍କୁ ଭୁଲ୍ ବୁଝିଛନ୍ତି । ଭୁଲ ସାରାଙ୍କ ପରେ ସମଗ୍ର ବିଶ୍ୱ ପଡ଼ିଛି । ପରୋକ୍ଷରେ ସେ ସାରା ତେନ୍ଦୁଲକରଙ୍କ ସହ ଶୁଭମନ ଗିଲଙ୍କ ଡେଟିଂ ଖବରକୁ ନିଶ୍ଚିତ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ସୋସିଆଲ ମିଡିଆରୁ ଡିପ୍ ଫେକ୍ ଭିଡିଓ ହଟାଇବାକୁ ଆଡଭାଇଜରୀ ଜାରି, କୃତଜ୍ଞତା ଜଣାଇଲେ ରଶ୍ମିକା
ଡିପ୍ଫେକ୍ ଭିଡିଓ ବିଷୟରେ କହିବାକୁ ଗଲେ, ପ୍ରଥମ ଜାରା ପଟେଲଙ୍କ ନାମକ ଏକ ଯୁବତୀଙ୍କ ଭିଡିଓରେ ରଶ୍ମିକାଙ୍କ ମୁହଁ ଏଡିଟ କରାଯାଇଥିଲା । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ କ୍ୟାଟ୍ରିନାଙ୍କ ଟାୱାଲ ସିନ୍ର ଫଟୋ ପରିବର୍ତ୍ତେ ତାଙ୍କୁ ଭିନ୍ନ ପୋଷାକରେ ଦେଖିବାକୁ ମିଳିଥିଲା । ଏହି ସମସ୍ତ ଫଟୋ ଭାଇରାଲ ହୋଇଥିଲା । ଯାହା ପରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଅନେକ ରାଜନେତା ଘଟଣା ନେଇ ନିରାଶ ହେବା ସହ ଅସନ୍ତୋଷ ଜାହିର କରିଥିଲେ ।