ETV Bharat / entertainment

କଡା ଟକ୍କର ସତ୍ତ୍ବେ ସାମ ବାହାଦୂରର ଜଲୱା, ୨ୟ ଦିନରେ ଏତିକି କଲା କଲେକ୍ସନ

author img

By ETV Bharat Odisha Team

Published : Dec 3, 2023, 3:32 PM IST

Sam Bahadur box office day 2: ବିକି କୌଶଲ ସବୁବେଳେ ନିଜର ଭିନ୍ନ ଭିନ୍ନ ଚରିତ୍ର ସହ ଲୋକଙ୍କ ଜିତି ଆସୁଛନ୍ତି । ବର୍ତ୍ତମାନ ସେ ରିଲିଜ ହୋଇଥିବା ଫିଲ୍ମ ସାମ ବାହାଦୂର ନେଇ ଚର୍ଚ୍ଚାରେ ରହିଛନ୍ତି । ଦର୍ଶକ ଏହି ଫିଲ୍ମକୁ ବେଶ ପସନ୍ଦ କରୁଥିବା ବେଳେ ଅଭିନେତାଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି । ତେବେ ଫିଲ୍ମ କେତେ ଆୟ କରିଛି ଜାଣନ୍ତୁ

'ଆନିମଲ' ସହ ପ୍ରତିଦ୍ବନ୍ଦିତା ସତ୍ତ୍ବେ 'ସାମ ବାହାଦୂର' ର ଜଲୱା, ୨ୟ ଦିନରେ ଏତିକି କଲା କଲେକ୍ସନ

ହାଇଦ୍ରାବାଦ: ଆନିମଲ ସହ ଏକାସାଙ୍ଗେ ଡିସେମ୍ବର ୧ରେ ରିଲିଜ ହୋଇଛି ବଲିଉଡ ଅଭିନେତା ବିକି କୌଶଲଙ୍କ ଅଭିନୀତ ଫିଲ୍ମ 'ସାମ ବାହାଦୂର' । ଆନିମଲ ବକ୍ସ ଅଫିସରେ ଧମାକା କରୁଥିବା ବେଳେ ସାମ ବାହାଦୂର ମଧ୍ୟ ନିଜ ଜଲୱା ଦେଖାଇଛି । ଏହି ଫିଲ୍ମ ପ୍ରଥମ ଦିନରେ ଭଲ ରୋଜଗାର କରିବା ସହ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଥିଲା । ବର୍ତ୍ତମାନ ୨ୟ ଦିନରେ ମଧ୍ୟ ଫିଲ୍ମ ଭଲ ପ୍ରଦର୍ଶନ କରିବା ସହ ପ୍ରଥମ ଦିନ ଅପେକ୍ଷା ଅଧିକ ଆୟ କରିଛି ।

  • #SamBahadur JUMPS on Day 2 [Sat], with key metros recording EXCELLENT footfalls… A bigger number on Day 3 [Sun] is clearly on the cards… Fri 6.25 cr, Sat 9 cr. Total: ₹ 15.25 cr. #India biz.

    The real test begins tomorrow: the make-or-break Day 4 [Mon]… It needs to stay… pic.twitter.com/bqBWaIySYV

    — taran adarsh (@taran_adarsh) December 3, 2023 " class="align-text-top noRightClick twitterSection" data=" ">

ସାକ୍ନଲ୍କିଙ୍କ ରିପୋର୍ଟ ଅନୁସାରେ, ବିକି କୌଶଲଙ୍କ ଫିଲ୍ମ ପ୍ରଥମ ଦିନ ୬.୨୫ କୋଟି ଆୟ କରିଥିଲା । ସେହିପରି ଦ୍ବିତୀୟ ଦିନ ଅର୍ଥାତ୍ ଶନିବାର ଦିନ ଫିଲ୍ମ ପ୍ରଥମ ଦିନ ଅପେକ୍ଷା ଅଧିକ ଆୟ କରିଛି । ସାମ ବାହାଦୂର ୨ୟ ଦିନରେ ପ୍ରାୟ ୯ କୋଟି ଆୟ କରିଛି । ଫଳରେ ଫିଲ୍ମର ମୋଟ କଲେକ୍ସନ ୧୫.୨୫ କୋଟିକୁ ବୃଦ୍ଧି ପାଇଛି । ଏହିପରି ପ୍ରଥମ ଦିନ ଅଧିକ ଟଙ୍କା ଆୟ କରିଥିବା ଫିଲ୍ମ ମଧ୍ୟରେ ବିକିଙ୍କ ଏହି ଫିଲ୍ମ ତାଙ୍କ କ୍ୟାରିଅରର ୩ୟ ତମ ଫିଲ୍ମ ଅଟେ । ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ରାଜି ପ୍ରଥମ ଦିନ ୭.୫୩କୋଟି ଆୟ କରିଥିଲା । ସେହିପରି ୨୦୧୯ରେ ରିଲିଜ କରିଥିବା ଫିଲ୍ମ ଉରି ୮.୨୦ କୋଟି ଟଙ୍କା ସହ ଓପନିଂ କରିଥିଲା ।

'ସାମ ବାହାଦୂର' ରିଲିଜ ପରେ ଫ୍ୟାନ୍ସ ସମେତ ଅନେକ ସେଲିବ୍ରିଟି ବିକି କୌଶଲଙ୍କ ଫ୍ୟାନ ହୋଇଛନ୍ତି । ସମସ୍ତେ ଅଭିନେତାଙ୍କ ଖୁବ ପ୍ରଶଂସା କରିଛନ୍ତି । ପତ୍ନୀ କ୍ୟାଟ୍ରିନା କୈଫ, ଅଭିଷେକ ବଚ୍ଚନ, କରଣ ଜୋହର, ସମସ୍ତେ ଏହି ଫିଲ୍ମ ଦେଖିବା ପରେ ନିଜର ପ୍ରତିକ୍ରିୟା ସେୟାର କରିବା ସହ ଫିଲ୍ମର ଭୂରି ଭୂରି ପ୍ରଶଂସା କରିଛନ୍ତି । ଏପରିକି କ୍ରିକେଟ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ମଧ୍ୟ ସାମ ବାହାଦୂର ଦେଖିବା ସହ ଫିଲ୍ମର ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଥିଏଟରରେ 'ଆନିମଲ' ଧମାକା, ଭାରତୀୟ ବକ୍ସ ଅଫିସରେ ୧୦୦ କୋଟି ପାର୍ କଲା ଫିଲ୍ମ

'ସାମ ବାହାଦୂର'ର କାହାଣୀ ବିଷୟରେ କହିବାକୁ ଗଲେ, ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁ'ଭାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ବିକି ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ତଥା ସୈନ୍ୟ ପରାକ୍ରମୀ ସାମ ମାନିକଶାହଙ୍କ ଭୂମିକାରେ ନଜର ଆସିଛନ୍ତି । ଏଥିସହ ଫାତିମା ସାନା ଶେଖଙ୍କୁ ଇନ୍ଦିରା ଗାନ୍ଧୀ ଏବଂ ସାନ୍ୟା ମାଲହୋତ୍ରାଙ୍କୁ ସାମ ମାନିକଶାହଙ୍କ ପତ୍ନୀ ସିଲୁଙ୍କ ଭୂମିକାରେ ଦେଖିବାକୁ ମିଳିଛି । ତେବେ ଆଜି ରବିବାର ହୋଇଥିବାରୁ ଫିଲ୍ମ ଅଧିକ ଆୟ କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.