ETV Bharat / entertainment

ଅମିରଙ୍କ ଝିଅ ପାଇଁ ସ୍ପେଶାଲ ନୋଟ୍‌ ସେୟାର କଲେ ସଲମାନ, ଖାସ୍‌ ଅନ୍ଦାଜରେ ଜବାବ ଦେଲେ ଇରା

ସଲମାନ ଖାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅମିର ଖାନଙ୍କ ଝିଅ ଇରାଙ୍କ ବହୁତ ପ୍ରଶଂସା କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ସଲମାନ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି, ଯେଉଁଥିରେ ଇରା ମଧ୍ୟ ଏକ ସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 6, 2023, 11:12 AM IST

ସଲମାନ ଏବଂ ଇରା
ସଲମାନ ଏବଂ ଇରା

ହାଇଦ୍ରାବାଦ: ବଲିଉଡର ଭାଇଜାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଟାଇଗର 3' 'ପାଇଁ ଏବେ ଲାଇମଲାଇଟ୍‌ରେ ଅଛନ୍ତି । ଫିଲ୍ମର ଟିଜର ରିଲିଜ୍ ହେବା ଦିନଠାରୁ ଫିଲ୍ମ ବିଷୟରେ ମଧ୍ୟ ଅନେକ ଚର୍ଚ୍ଚା ଚାଲିଛି । କିନ୍ତୁ ତାଙ୍କ ବୃତ୍ତିଗତ ଜୀବନରେ ବ୍ୟସ୍ତ ଥିବା ସତ୍ତ୍ବେ ଅଭିନେତା ନିଜ ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ସମୟ ବାହାର କରନ୍ତି । କିଛି ସମୟ ପୂର୍ବରୁ ଅଭିନେତା ତାଙ୍କ ଭାଣିଜୀ ଅଲିଜେହଙ୍କ ଫିଲ୍ମର ଟିଜର ଲଞ୍ଚ କରିଥିବାବେଳେ ବର୍ତ୍ତମାନ ସେ ତାଙ୍କ ବନ୍ଧୁ ତଥା ଅଭିନେତା ଅମିର ଖାନଙ୍କ ଝିଅ ଇରା ଖାନଙ୍କର ପ୍ରଶଂସା କରିଛନ୍ତି । ଆସନ୍ତୁ ଜାଣିବା ସଲମାନ ଖାନ କ’ଣ କହିଛନ୍ତି...

ଇରାଙ୍କ ପାଇଁ ସ୍ପେଶାଲ ନୋଟ୍‌ ସେୟାର କଲେ ସଲମାନ, ଖାସ୍‌ ଅନ୍ଦାଜରେ ଜବାବ ଦେଲେ ଇରା

ଇରାଙ୍କର ପ୍ରଶଂସା କଲେ ସଲମାନ ଖାନ

ସଲମାନ ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ପ୍ରଥମ ଥର ପାଇଁ ଇରାଙ୍କ ପାଇଁ କିଛି ଖାସ୍‌ ସେୟାର କରିଛନ୍ତି । ଷ୍ଟୋରୀ ସେୟାର କରି ସଲମାନ ଖାନ ଲେଖିଛନ୍ତି, 'ଏହା ଆଶ୍ଚର୍ଯ୍ୟଜନକ, ମୋର ବନ୍ଧୁଙ୍କ ପିଲାମାନେ ବହୁତ ବଡ ହୋଇଗଲେଣି, ବହୁତ ଶକ୍ତିଶାଳୀ ହୋଇଯାଇଛନ୍ତି ଏବଂ ବହୁତ ସ୍ମାର୍ଟ ମଧ୍ୟ ଅଛନ୍ତି, ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ ।' ଏହି ଷ୍ଟୋରୀରେ କାର୍ଟୁନ୍ ଫଟୋ ସହିତ ଏହି ସୁନ୍ଦର ପୋଷ୍ଟ ସେୟାର ହୋଇଛି ।

ସଲମାନ ଖାନଙ୍କ ପୋଷ୍ଟରେ ଇରାଙ୍କ ପ୍ରତିକ୍ରିୟା

ଅମିର ଖାନ୍‌ଙ୍କ ଝିଅ ଇରା ଖାନ୍‌ ମଧ୍ୟ ସଲମାନଙ୍କ ଏହି ଷ୍ଟୋରୀରେ ନିଜ ପ୍ରତିକ୍ରିୟା ଦେଇ ଲେଖିଛନ୍ତି- ‘ଧନ୍ୟବାଦ’ । ତେବେ ଯେଉଁ କାମ ପାଇଁ ତାଙ୍କୁ ପ୍ରଶଂସା କରାଯାଇଛି ତାହା ଅଗସ୍ତୁ ଫାଉଣ୍ଡେସନ୍ ପାଇଁ ଅଟେ, ଯେଉଁଥିରେ ସେ ମାନସିକ ଅନଗ୍ରସରଙ୍କୁ ସାହାଯ୍ୟ କରିବା ପାଇଁ ଏକ କ୍ୟାମ୍ପ ଆରମ୍ଭ କରିଥିଲେ । ଯେତେବେଳେ ତାଙ୍କ ପିତା ଅମିର ଖାନ ଏବଂ ମା’ ରୀନା ଦତ୍ତା ଛାଡପତ୍ର ନେଇଥିଲେ ସେତେବେଳେ ଇରାଙ୍କୁ ଅନେକ ମାନସିକ ଯାତନା ସହିବାକୁ ପଡ଼ିଥିଲା । ଆଜି ସେ ସମସ୍ତଙ୍କ ସହ କୌଣସି ଭୟ ନକରି ଡିପ୍ରେସନ ବିଷୟରେ କଥାବାର୍ତ୍ତା କରିବାକୁ ସକ୍ଷମ ଅଟନ୍ତି ।

ଏହା ମଧ୍ୟ ପଢନ୍ତୁ: ଡିପ୍ରେସନକୁ ନେଇ ଏମିତି କହିଲେ ଆମୀରଙ୍କ ଲାଡଲୀ

ଦୀର୍ଘ ଦିନ ଧରି ଡିପ୍ରେସନ ଦେଇ ଗତି କରିଥିବା ଅମିର ଖାନଙ୍କ ଝିଅ ଇରା ବର୍ତ୍ତମାନ ମେଣ୍ଟାଲ ହେଲ୍ଥ ଉପରେ କାର୍ଯ୍ୟ କରୁଛନ୍ତି । ତେବେ ଇରା ଖାନ ଅମିରଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କ ଝିଅ ଏବଂ ତାଙ୍କର ଏକ ପୁତ୍ର ଜୁନୈଦ ଖାନ ମଧ୍ୟ ଅଛନ୍ତି । ଅମିର ଏବଂ ରୀନା 18 ଏପ୍ରିଲ 1986ରେ ବିବାହ କରିଥିଲେ, କିନ୍ତୁ 2002ରେ ଅଲଗା ହୋଇଥିଲେ । ପରେ ଅମିର କିରଣ ରାଓଙ୍କୁ ବିବାହ କରିଥିଲେ । କିନ୍ତୁ 2021ରେ ଅମିର କିରଣଙ୍କ ଠାରୁ ବି ଅଲଗା ହୋଇଥିଲେ । ସେମାନଙ୍କର ଗୋଟିଏ ପୁଅ ଆଜାଦ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.