ETV Bharat / entertainment

Tiger 3 Craze: ରିଲିଜ ହେଲା ଭାଇଜାନଙ୍କ ଫିଲ୍ମ, ଢୋଲ ବାଜାରେ ଦୁଲୁକିଲା ଥିଏଟର

author img

By ETV Bharat Odisha Team

Published : Nov 12, 2023, 6:07 PM IST

ଟାଇଗର ୩ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ଥିଏଟର ବାହାରେ ଢୋଲ ବାଜା ବଜାଇ ଫିଲ୍ମକୁ ସେଲିବ୍ରେସନ କରିଛନ୍ତି ଭାଇଜାନଙ୍କ ଫ୍ୟାନ୍ସ । ଅଧିକ ପଢନ୍ତୁ

Tiger 3 Craze: ଭାଇଜାନଙ୍କ ଫିଲ୍ମ ରିଲିଜ ନେଇ ଫ୍ୟାନ୍ସଙ୍କ ସେଲିବ୍ରେସନ, ଢୋଲ ବାଜାରେ ଦୁଲୁକିଲା ଥିଏଟର

ହାଇଦ୍ରାବାଦ: ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଟାଇଗର' ୩' ରିଲିଜ ହୋଇଛି । ଫିଲ୍ମ ଘୋଷଣା ହେବା ଦିନ ଠାରୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରଶଂସକମାନେ ଅପେକ୍ଷା କରିଥିଲେ । ତେବେ ଆଜି ଅର୍ଥାତ ଦିୱାଲୀରେ ଫିଲ୍ମ ରିଲିଜ ହୋଇଥିବା ବେଳେ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଉଛି । 'ଟାଇଗର ୩'ର ପ୍ରଥମ ଶୋ' ସକାଳ 6 ଟାରୁ ଆରମ୍ଭ ହୋଇଛି । ତେବେ ଥିଏଟରରେ ପ୍ରବଳ ଭିଡ ଜମିଥିବା ବେଳେ ଫିଲ୍ମ ରିଲିଜକୁ ନେଇ ଥିଏଟର ବାହାରେ ସେଲିବ୍ରେସନ କରିଛନ୍ତି ଫ୍ୟାନ୍ସ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ୟଶ ରାଜ ସ୍ପାଏ ୟୁନିଭର୍ସର ଫିଲ୍ମ 'ଟାଇଗର ୩'ରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ମଧ୍ୟରେ ଆକର୍ଷଣୀୟ ଆକ୍ସନ ସିନ ରହିଛି । ଦେଶ ତଥା ପରିବାରକୁ ବଞ୍ଚାଇବା ପାଇଁ ସଂଗ୍ରାମ କରୁଥିବା ଅବିନାଶ ସିଂ ରାଠୋର (ସଲମାନ ଖାନ) ଏବଂ ଜୋୟା (କ୍ୟାଟ୍ରିନା କୈଫ)ଙ୍କ ଆକ୍ସନ ସିନର ଲୋକେ ଭୂୟଶୀ ପ୍ରଶଂସା କରୁଛନ୍ତି । ଫିଲ୍ମଟି ସୋସିଆଲ ମିଡିଆ ଏକ୍ସରେ ଭଲ ପ୍ରତିକ୍ରିୟା ପାଉଛି । ଏଥିସହ ଥିଏଟର ବାହାରେ ସଲମାନଙ୍କ ଫ୍ୟାନ୍ସମାନେ ଫିଲ୍ମ ରିଲିଜକୁ ନେଇ ସେଲିବ୍ରେସନ କରିଥିବା ବେଳେ ଢୋଲ ବାଜାରେ ନାଚିଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ଫ୍ୟାନ୍ସମାନେ ଥିଏଟର ବାହାରେ 'ଭାଇଜାନ'ଙ୍କ ନାରା ଲଗାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ଫ୍ୟାନ୍ସମାନେ ଏକ ଉତ୍ସବ ପରି ଟାଇଗର ୩କୁ ପାଳନ କରିଛନ୍ତି । ଭାଇରାଲ ଭିଡିଓରେ, ସଲମାନଙ୍କ ଅନେକ ଫ୍ୟାନ୍ସ ସେମାନଙ୍କ ବେକରେ ସ୍କାର୍ଫ ପିନ୍ଧିଛନ୍ତି ଯେପରି ଅଭିନେତା ଫିଲ୍ମରେ ପିନ୍ଧିଛନ୍ତି । କେବଳ ଏତିକି ନୁହେଁ, ଲୋକମାନେ ଏହାର ପୋଷ୍ଟରରେ ମାଳା ଚଢାଇ ଟାଇଗର ୩ ରିଲିଜକୁ ପାଳନ କରିଛନ୍ତି । ଅନେକ ଫ୍ୟାନ୍ସ 'ଟାଇଗର ୩' କୁ ଏକ ବ୍ଲକବଷ୍ଟର ଫିଲ୍ମ ବୋଲି କହିଛନ୍ତି । ଏଥିରେ ଶାହାରୁଖ ଖାନ ଏବଂ ହ୍ରିତିକ ରୋଶନଙ୍କ କ୍ୟାମିଓ ରୋଲ ମଧ୍ୟ ରହିଛି । ଏହା ବ୍ୟତୀତ ଇମ୍ରାନ୍ ହାଶମୀଙ୍କ ଭିଲେନ୍ ରୋଲ୍ ମଧ୍ୟ ଲୋକଙ୍କୁ ବହୁତ ମନୋରଞ୍ଜନ କରିଥିଲା ।

  • Megastar #SalmanKhan FANS taking #Tiger3 celebrations to another level at Gaiety Galaxy 🔥🔥

    Craze for Salman Khan is just simply UNPARALLELED.

    Film is already getting Rave, WORD OF MOUTH. 💥 MASSIVE opening on cards for sure. 🔥🔥🔥 #Tiger3Review pic.twitter.com/ERShBf2UgT

    — вєιηg ѕσнαιв кнαη | Tiger 3 Day Fan Acc (@BeingSohaib2712) November 12, 2023 " class="align-text-top noRightClick twitterSection" data="

Megastar #SalmanKhan FANS taking #Tiger3 celebrations to another level at Gaiety Galaxy 🔥🔥

Craze for Salman Khan is just simply UNPARALLELED.

Film is already getting Rave, WORD OF MOUTH. 💥 MASSIVE opening on cards for sure. 🔥🔥🔥 #Tiger3Review pic.twitter.com/ERShBf2UgT

— вєιηg ѕσнαιв кнαη | Tiger 3 Day Fan Acc (@BeingSohaib2712) November 12, 2023 ">

ଏହା ମଧ୍ୟ ପଢନ୍ତୁ: ପ୍ରଥମ ଦିନରେ ବମ୍ପର ଆୟ କଲା ଟାଇଗର ୩

ସୂଚନା ଅନୁସାରେ, ଚଳଚ୍ଚିତ୍ର 'ଟାଇଗର 3' ସାରା ବିଶ୍ବରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ପ୍ରାୟ 10 ହଜାର ପରଦାରେ ମୁକ୍ତିଲାଭ କରିଛି । ଟାଇଗର ୩' ବିଷୟରେ କହିବାକୁ ଗଲେ ଏହା YRF ସ୍ପାଏ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର । ଟାଇଗର ଫ୍ରାଞ୍ଚାଇଜିର ଏହା ହେଉଛି ତୃତୀୟ ଭାଗ । ଏଥିରେ କ୍ୟାଟ୍ରିନା କୈଫ୍‌ ଏବଂ ଇମ୍ରାନ ହାଶମୀ ସଲମାନ ଖାନଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମରେ ଇମ୍ରାନଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା । ସେପଟେ ଫିଲ୍ମ ପ୍ରଥମ ଦିନରେ ୪୦କୋଟି ଆୟ କରିପାରେ ବୋଲି କୁହାଯାଉଛି ।

ହାଇଦ୍ରାବାଦ: ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଟାଇଗର' ୩' ରିଲିଜ ହୋଇଛି । ଫିଲ୍ମ ଘୋଷଣା ହେବା ଦିନ ଠାରୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରଶଂସକମାନେ ଅପେକ୍ଷା କରିଥିଲେ । ତେବେ ଆଜି ଅର୍ଥାତ ଦିୱାଲୀରେ ଫିଲ୍ମ ରିଲିଜ ହୋଇଥିବା ବେଳେ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଉଛି । 'ଟାଇଗର ୩'ର ପ୍ରଥମ ଶୋ' ସକାଳ 6 ଟାରୁ ଆରମ୍ଭ ହୋଇଛି । ତେବେ ଥିଏଟରରେ ପ୍ରବଳ ଭିଡ ଜମିଥିବା ବେଳେ ଫିଲ୍ମ ରିଲିଜକୁ ନେଇ ଥିଏଟର ବାହାରେ ସେଲିବ୍ରେସନ କରିଛନ୍ତି ଫ୍ୟାନ୍ସ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ୟଶ ରାଜ ସ୍ପାଏ ୟୁନିଭର୍ସର ଫିଲ୍ମ 'ଟାଇଗର ୩'ରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ମଧ୍ୟରେ ଆକର୍ଷଣୀୟ ଆକ୍ସନ ସିନ ରହିଛି । ଦେଶ ତଥା ପରିବାରକୁ ବଞ୍ଚାଇବା ପାଇଁ ସଂଗ୍ରାମ କରୁଥିବା ଅବିନାଶ ସିଂ ରାଠୋର (ସଲମାନ ଖାନ) ଏବଂ ଜୋୟା (କ୍ୟାଟ୍ରିନା କୈଫ)ଙ୍କ ଆକ୍ସନ ସିନର ଲୋକେ ଭୂୟଶୀ ପ୍ରଶଂସା କରୁଛନ୍ତି । ଫିଲ୍ମଟି ସୋସିଆଲ ମିଡିଆ ଏକ୍ସରେ ଭଲ ପ୍ରତିକ୍ରିୟା ପାଉଛି । ଏଥିସହ ଥିଏଟର ବାହାରେ ସଲମାନଙ୍କ ଫ୍ୟାନ୍ସମାନେ ଫିଲ୍ମ ରିଲିଜକୁ ନେଇ ସେଲିବ୍ରେସନ କରିଥିବା ବେଳେ ଢୋଲ ବାଜାରେ ନାଚିଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ଫ୍ୟାନ୍ସମାନେ ଥିଏଟର ବାହାରେ 'ଭାଇଜାନ'ଙ୍କ ନାରା ଲଗାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ଫ୍ୟାନ୍ସମାନେ ଏକ ଉତ୍ସବ ପରି ଟାଇଗର ୩କୁ ପାଳନ କରିଛନ୍ତି । ଭାଇରାଲ ଭିଡିଓରେ, ସଲମାନଙ୍କ ଅନେକ ଫ୍ୟାନ୍ସ ସେମାନଙ୍କ ବେକରେ ସ୍କାର୍ଫ ପିନ୍ଧିଛନ୍ତି ଯେପରି ଅଭିନେତା ଫିଲ୍ମରେ ପିନ୍ଧିଛନ୍ତି । କେବଳ ଏତିକି ନୁହେଁ, ଲୋକମାନେ ଏହାର ପୋଷ୍ଟରରେ ମାଳା ଚଢାଇ ଟାଇଗର ୩ ରିଲିଜକୁ ପାଳନ କରିଛନ୍ତି । ଅନେକ ଫ୍ୟାନ୍ସ 'ଟାଇଗର ୩' କୁ ଏକ ବ୍ଲକବଷ୍ଟର ଫିଲ୍ମ ବୋଲି କହିଛନ୍ତି । ଏଥିରେ ଶାହାରୁଖ ଖାନ ଏବଂ ହ୍ରିତିକ ରୋଶନଙ୍କ କ୍ୟାମିଓ ରୋଲ ମଧ୍ୟ ରହିଛି । ଏହା ବ୍ୟତୀତ ଇମ୍ରାନ୍ ହାଶମୀଙ୍କ ଭିଲେନ୍ ରୋଲ୍ ମଧ୍ୟ ଲୋକଙ୍କୁ ବହୁତ ମନୋରଞ୍ଜନ କରିଥିଲା ।

  • Megastar #SalmanKhan FANS taking #Tiger3 celebrations to another level at Gaiety Galaxy 🔥🔥

    Craze for Salman Khan is just simply UNPARALLELED.

    Film is already getting Rave, WORD OF MOUTH. 💥 MASSIVE opening on cards for sure. 🔥🔥🔥 #Tiger3Review pic.twitter.com/ERShBf2UgT

    — вєιηg ѕσнαιв кнαη | Tiger 3 Day Fan Acc (@BeingSohaib2712) November 12, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ପ୍ରଥମ ଦିନରେ ବମ୍ପର ଆୟ କଲା ଟାଇଗର ୩

ସୂଚନା ଅନୁସାରେ, ଚଳଚ୍ଚିତ୍ର 'ଟାଇଗର 3' ସାରା ବିଶ୍ବରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ପ୍ରାୟ 10 ହଜାର ପରଦାରେ ମୁକ୍ତିଲାଭ କରିଛି । ଟାଇଗର ୩' ବିଷୟରେ କହିବାକୁ ଗଲେ ଏହା YRF ସ୍ପାଏ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର । ଟାଇଗର ଫ୍ରାଞ୍ଚାଇଜିର ଏହା ହେଉଛି ତୃତୀୟ ଭାଗ । ଏଥିରେ କ୍ୟାଟ୍ରିନା କୈଫ୍‌ ଏବଂ ଇମ୍ରାନ ହାଶମୀ ସଲମାନ ଖାନଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମରେ ଇମ୍ରାନଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା । ସେପଟେ ଫିଲ୍ମ ପ୍ରଥମ ଦିନରେ ୪୦କୋଟି ଆୟ କରିପାରେ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.