ETV Bharat / entertainment

Eid-ul-Adhaରେ ଶୁଭେଚ୍ଛା ଜଣାଇଲେନି ସଲମାନ ଖାନ, ଝଲକ ନପାଇ ନିରାଶ ଫ୍ୟାନ୍ସ - ଇଦ୍‌ ଉଜ୍‌ ଜୁହା

ଗତକାଲି ସମଗ୍ର ଦେଶରେ Eid-ul-Adha ପର୍ବ ପାଳନ କରାଯାଇଥିଲା । ଏହି ବିଶେଷ ଉତ୍ସବରେ ଅଭିନେତା ଶାହାରୁଖ ଖାନ ତାଙ୍କ ପୁଅ ଅବରାମଙ୍କ ସହ ପ୍ରଶଂସକଙ୍କୁ ଇଦ୍‌ର ଶୁଭେଚ୍ଛା ଜଣାଇଥିବାବେଳେ ଅଭିନେତା ସଲମାନ ଖାନ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଥିଲେ । ଅଧିକ ପଢନ୍ତୁ

ଇଦ୍‌-ଉଜ୍‌-ଜୁହାରେ ଶୁଭେଚ୍ଛା ଜଣାଇଲେନି ସଲମାନ ଖାନ, ଝଲକ ନପାଇ ଫେରିଗଲେ ଫ୍ୟାନ୍ସ

author img

By

Published : Jul 11, 2022, 1:50 PM IST

ମୁମ୍ବାଇ: ଗତକାଲି ସମଗ୍ର ଦେଶରେ Eid-ul-Adha ପର୍ବ ପାଳନ କରାଯାଇଥିଲା । ଏହି ବିଶେଷ ଉତ୍ସବରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଅନ୍ଦାଜରେ ଏହି ପର୍ବ ପାଳନ କରିଥିଲେ । ଇଦ୍‌ର ଏହି ଖାସ୍‌ ଅବସରରେ ବଲିଉଡର ବାଦଶାହ ଶାହାରୁଖ ଖାନ ଏବଂ ସଲମାନ ଖାନ ପ୍ରଶଂସକଙ୍କୁ ଅଭିନନ୍ଦନ ଜଣାଇଥାନ୍ତି । ଏଭଳି ପରିସ୍ଥିତିରେ, ପ୍ରତ୍ୟେକ ଥର ପରି ଏଥର ମଧ୍ୟ ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କୁ ଭେଟିବା ପାଇଁ ତାଙ୍କ ଘର ବାହାରେ ପହଞ୍ଚିଥିଲେ । ଏହି ସମୟରେ ବଲିଉଡର ଅଭିନେତା ଶାହାରୁଖ ଖାନ ତାଙ୍କ ପୁଅ ଅବରାମଙ୍କ ସହ ପ୍ରଶଂସକଙ୍କୁ ଇଦ୍‌ର ଶୁଭେଚ୍ଛା ଜଣାଇଥିବାବେଳେ ଅଭିନେତା ସଲମାନ ଖାନ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଥିଲେ।

ଅଭିନେତା ସଲମାନ ଖାନଙ୍କ ଝଲକ ପାଇବା ପାଇଁ ହଜାର ହଜାର ପ୍ରଶଂସକ ତାଙ୍କ ଘର ବାହାରେ ଏକାଠି ହୋଇଥିଲେ । କିନ୍ତୁ ସେମାନେ ସେମାନଙ୍କର ପ୍ରିୟ କଳାକାରଙ୍କ ଝଲକ ଦେଖିବାକୁ ପାଇନଥିଲେ । ତେବେ ଦୀର୍ଘ ଦିନରୁ ରହିଆସିଥିବା ଏହି ପରମ୍ପରାକୁ ଖୋଦ୍‌ ସଲମାନ ଭାଙ୍ଗିଛନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଲରେନ୍ସ ବିଷ୍ଣୋୟୀଙ୍କଠାରୁ ମିଳିଥିବା ହତ୍ୟା ଧମକକୁ ଦୃଷ୍ଟିରେ ରଖି ସଲମାନ ସୁରକ୍ଷା କାରଣରୁ ଏହି ନିଷ୍ପତ୍ତି ନେଇଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୁରକ୍ଷା ଦୃଷ୍ଟିରୁ ସଲମାନ ଖାନଙ୍କ ବାସଭବନ ନିକଟରେ 10ଟି ସ୍ପେଶାଲ ଫୋର୍ସ ଅଧିକାରୀ ନିୟୋଜିତ ହୋଇଛନ୍ତି । ଏହି ଅଧିକାରୀମାନେ ସଲମାନଙ୍କ ସହ ଫିଲ୍ମର ସେଟରେ ମଧ୍ୟ ରହୁଛନ୍ତି । କେବଳ ଏତିକି ନୁହେଁ ତାଙ୍କ ବିଲଡିଂ ଏବଂ ଆଖପାଖ ଅଞ୍ଚଳରେ 15 ସିସିଟିଭି କ୍ୟାମେରା ଲଗାଯାଇଛି ।

ସୂଚନାଯୋଗ୍ୟ ଯେ, ମେ 29 ରେ ପଞ୍ଜାବର ମାନସା ଜିଲ୍ଲାରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ଗୁଳି କରି ହତ୍ୟା କରାଯାଇଥିଲା। ପଞ୍ଜାବୀ ଗାୟକଙ୍କ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ମଧ୍ୟ ଧମକ ଦିଆଯାଇଥିଲା । କେବଳ ଏତିକି ନୁହେଁ, ଅନେକ ରିପୋର୍ଟରେ ମଧ୍ୟ କୁହାଯାଇଥିଲା ଯେ ସଲମାନଙ୍କୁ ହତ୍ୟା କରିବା ପାଇଁ ଜଣେ ସାର୍ପ ସୁଟର ତାଙ୍କ ଘର ବାହାରେ ପହଞ୍ଚିଥିଲେ । କିନ୍ତୁ ସୁଟର କିଛି କରିବା ପୂର୍ବରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ । କେବଳ ଏତିକି ନୁହେଁ ଅଭିନେତାଙ୍କ ପିତା ସଲିମ ଖାନଙ୍କୁ ମଧ୍ୟ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ମିଳିଥିଲା। ଏହା ବ୍ୟତୀତ ଅଭିନେତାଙ୍କ ଓକିଲ ହସ୍ତିମଲ ସରସ୍ୱତଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.