ETV Bharat / entertainment

ସଲମାନଙ୍କ Tiger 3ର ପ୍ରଥମ ପୋଷ୍ଟର ରିଲିଜ୍‌, ଦିପାବଳୀରେ ହେବ ଧମାକା

author img

By ETV Bharat Odisha Team

Published : Sep 2, 2023, 1:40 PM IST

ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଟାଇଗର 3’ର ରିଲିଜ ତାରିଖ ସହିତ ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି । ପୋଷ୍ଟରରେ କ୍ୟାଟ୍ରିନା କୈଫ ଏବଂ ସଲମାନ ଖାନଙ୍କ ଅନ୍ଦାଜ ଜବରଦସ୍ତ ରହିଛି । ଅଧିକ ପଢନ୍ତୁ

ଟାଇଗର 3
ଟାଇଗର 3

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର 3’ର ରିଲିଜ ତାରିଖକୁ ନେଇ ଦୀର୍ଘ ସମୟ ଧରି ସସପେନ୍ସ ରହିଥିଲା । କିନ୍ତୁ ବର୍ତ୍ତମାନ ସଲମାନ ଖାନ ନିଜେ ଏହି ସସପେନ୍ସକୁ ଦୂର କରି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । ହଁ... ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଆଗାମୀ ଚଳଚ୍ଚିତ୍ର ଟାଇଗର 3 ଚଳିତ ବର୍ଷ ଦିପାବଳୀ ଅବସରରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ସଲମାନ ଖାନ ସୋସିଆଲ ମିଡିଆରେ ରିଲିଜ ତାରିଖ ସହିତ ଟାଇଗର 3ର ପୋଷ୍ଟର ସେୟାର କରିଛନ୍ତି ।

ଶନିବାର ସଲମାନ ଖାନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ 'ଟାଇଗର 3'ର ପ୍ରଥମ ଲୁକ ପୋଷ୍ଟର ସେୟାର କରିଛନ୍ତି । ଏହି ଜବରଦସ୍ତ ପୋଷ୍ଟର ସେୟାର କରି ଭାଇଜାନ କ୍ୟାପସନରେ ଲେଖିଛନ୍ତି, ‘‘ଆ ରହା ହୁଁ... ଅର୍ଥାତ୍‌ ଆସୁଛି, ଚଳିତ ବର୍ଷ ଦିପାବଳୀରେ ଟାଇଗର 3 ମୁକ୍ତିଲାଭ କରିବ । ୟଶ ରାଜ 50 ଏବଂ ଟାଇଗର 3 ଉତ୍ସବ ଆପଣଙ୍କ ନିକଟସ୍ଥ ସିନେମା ଘରେ ପାଳନ କରନ୍ତୁ।’’

ଏହା ମଧ୍ୟ ପଢନ୍ତୁ: Tiger 3: ସେଟରୁ କ୍ୟାଟ୍ରିନା କୈଫଙ୍କ ଡ୍ୟାନ୍ସ ଭିଡିଓ ଲିକ୍, ଫ୍ୟାନ୍ସ ଦେଲେ ଏମିତି ପ୍ରତିକ୍ରିୟା

ଏହା ସହିତ ସଲମାନ ସୂଚନା ଦେଇଛନ୍ତି ଯେ ଟାଇଗର ୟଶ ରାଜଙ୍କ ପୂର୍ବ ସ୍ପାଇ ଥ୍ରୀଲର 'ଓ୍ୱାର' ଏବଂ 'ପଠାନ' ପରି ଏକ ପାନ ଇଣ୍ଡିଆ ଫିଲ୍ମ ହେବ । ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ 'ଟାଇଗର 3' 'ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ର ବିଷୟରେ ପ୍ରଶଂସକମାନେ ବହୁତ ଆଗ୍ରହୀ, ଏହା ସ୍ୱାଭାବିକ କାରଣ 'ଟାଇଗର ଜିନ୍ଦା ହୈ'ର ଅପାର ସଫଳତାର 6 ବର୍ଷ ପରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ଯୋଡି ପୁଣି ବଡ଼ ପରଦାରେ ଫେରୁଛନ୍ତି । ଉଲ୍ଲେଖନୀୟ ଯେ, ଟାଇଗର ଫ୍ରାଞ୍ଚାଇଜ୍‌ର ପୂର୍ବ ଦୁଇଟି ଅଂଶ, ଏକ ଥା ଟାଇଗର (2012) ଏବଂ ଟାଇଗର ଜିନ୍ଦା ହୈ (2017) ବକ୍ସ ଅଫିସରେ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି ।

'ଟାଇଗର' ରେ ହେବ ଶାହାରୁଖଙ୍କ କ୍ୟାମୋ

ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଶାହରୁଖ ଖାନଙ୍କ ମେଗା ବ୍ଲକବଷ୍ଟର ଫିଲ୍ମ 'ପଠାନ'ରେ ସଲମାନ ଖାନଙ୍କ କ୍ୟାମୋ ଦେଖିବାକୁ ମିଳିଥିଲା । ଟାଇଗର ଚରିତ୍ରରେ ସଲମାନ ପଠାନରେ ଏକ ଧୁମ୍‌ ମଚାଇଥିଲେ।

ବର୍ତ୍ତମାନ ଆଗାମୀ ସମୟରେ ଶାହରୁଖ ଖାନଙ୍କ କ୍ୟାମୋ ସଲମାନଙ୍କ 'ଟାଇଗର' 'ରେ ମଧ୍ୟ ଦେଖିବାକୁ ମିଳିବ, ଯେଉଁଥିରେ ପଠାନ ଏବଂ ଟାଇଗରଙ୍କ ଯୋଡି ପୁଣିଥରେ ବଡ ପରଦାରେ ଧମାଲ ସୃଷ୍ଟି କରୁଥିବା ଦେଖିବାକୁ ମିଳିବ । ପ୍ରସିଦ୍ଧ ନିର୍ଦ୍ଦେଶକ ମନୀଷ ଶର୍ମା ଟାଇଗର 3ର ନିର୍ଦ୍ଦେଶନା ଦାୟିତ୍ୱ ଗ୍ରହଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.