ETV Bharat / entertainment

ମନୀଷ ମଲହୋତ୍ରାଙ୍କ ଦିୱାଲୀ ପାର୍ଟିରେ ସେଲିବ୍ରିଟିଙ୍କ ମେଳି, ନୀତା ଅମ୍ବାନୀଙ୍କ ସମେତ ନଜର ଆସିଲେ ଏହି ତାରକା

author img

By ETV Bharat Odisha Team

Published : Nov 6, 2023, 12:21 PM IST

ଗତ ରବିବାର ଦିନ ଭାରତର ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍ ମନୀଷ ମଲହୋତ୍ରା ଏକ ଦିୱାଲୀ ପାର୍ଟିର ଆୟୋଜନ କରିଥିଲେ । ନୀତା ଅମ୍ବାନୀଙ୍କଠାରୁ ଆରମ୍ଭ କରି ସଲମାନ ଖାନ, ଐଶ୍ୱର୍ଯ୍ୟା ରାୟଙ୍କ ସମେତ ଅନେକ ସେଲିବ୍ରିଟି ଏଥିରେ ସାମିଲ ହୋଇଥିଲେ । ଅଧିକ ପଢ଼ନ୍ତୁ

ମନୀଷ ମଲହୋତ୍ରାଙ୍କ ଦିୱାଲୀ ପାର୍ଟିରେ ସେଲିବ୍ରିଟିଙ୍କ ମେଳି, ନୀତା ଅମ୍ବାନୀଙ୍କ ସମେତ ନଜର ଆସିଲେ ଏହି ତାରକା
ମନୀଷ ମଲହୋତ୍ରାଙ୍କ ଦିୱାଲୀ ପାର୍ଟିରେ ସେଲିବ୍ରିଟିଙ୍କ ମେଳି, ନୀତା ଅମ୍ବାନୀଙ୍କ ସମେତ ନଜର ଆସିଲେ ଏହି ତାରକା

ମୁମ୍ବାଇ: ଦୀପାବଳି ପାଇଁ ମାତ୍ର ଆଉ କିଛି ଦିନ ବାକି ଅଛି । କିନ୍ତୁ ବି-ଟାଉନରେ ଦିୱାଲୀ ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ରବିବାର ଦିନ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ତାଙ୍କର ବିଶେଷ ବନ୍ଧୁମାନଙ୍କ ପାଇଁ ଏକ ଦିୱାଲୀ ପାର୍ଟିର ଆୟୋଜନ କରିଥିଲେ । ଏହି ସନ୍ଧ୍ୟାରେ ବି-ଟାଉନ୍‌ର ଅନେକ ତାରକା ସାମିଲ ହୋଇଥିଲେ । ଏହି ଗ୍ରାଣ୍ଡ୍‌ ଦିୱାଲୀ ପାର୍ଟୀରେ ନୀତା ଅମ୍ବାନୀ, ଐଶ୍ୱର୍ଯ୍ୟା ରାୟ, ସଲମାନ ଖାନ, ରେଖା, ଗୌରୀ ଖାନ, କିଆରା ଆଡଭାନୀ, ସିଦ୍ଧାର୍ଥ ମାଲହୋତ୍ରା ଏବଂ ଦ ଆର୍ଚିସ ଷ୍ଟାରକାଷ୍ଟଙ୍କ ସମେତ ଅନେକ ତାରକା ଯୋଗ ଦେଇଥିଲେ ।

ମନୀଷ ମଲହୋତ୍ରାଙ୍କ ଦିୱାଲୀ ପାର୍ଟୀରେ ନୀତା ଅମ୍ବାନୀ ତାଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ପତ୍ନୀ ରାଧିକା ମର୍ଚାଣ୍ଟଙ୍କ ସହ ପାର୍ଟୀରେ ସାମିଲ ହୋଇଥିଲେ । ପାର୍ଟିରେ ନୀତା ଏକ ବ୍ଲୁ' ରଙ୍ଗର ଶାଢ଼ୀରେ ନଜର ଆସିଥିବା ବେଳେ ରାଧିକା ଏକ କ୍ରିମ୍‌ ରଙ୍ଗର ଲେହେଙ୍ଗାରେ ଖୁବ ସୁନ୍ଦର ଦେଖାଯାଉଥିଲେ । ପାର୍ଟୀରେ ଯୋଗଦେବା ପୂର୍ବରୁ ଦୁହେଁ ଗ୍ରୀନ କାର୍ପେଟରେ ପାପାରାଜିଙ୍କ ପାଇଁ ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା ।

ଐଶ୍ୱର୍ଯ୍ୟା ରାୟ ଲାଲ ରଙ୍ଗର ସୁଟ୍‌ ପିନ୍ଧି ପାର୍ଟୀରେ ଯୋଗ ଦେଇଥିଲେ । ସେହିପରି ଏହି ପାର୍ଟୀରେ ସଲମାନ ଖାନ ମଧ୍ୟ ଯୋଗ ଦେଇଥିଲେ । ଧୂସର ଟି-ସାର୍ଟ ଏବଂ ବ୍ଲାକ୍‌ କାର୍ଗୋ ଆଉଟଫିଟ୍‌ରେ ସଲମାନ ଖାନ ଖୁବ ଡାସିଂ ଦେଖାଯାଉଥିଲେ । ଏଭରଗ୍ରୀନ୍ ଅଭିନେତ୍ରୀ ରେଖା ମଧ୍ୟ ପାର୍ଟୀରେ ନଜର ଆସିଥିଲେ । ରେଖା ଏକ ବ୍ଲାକ୍‌ ଏବଂ ଗୋଲ୍ଡେନ୍‌ ରଙ୍ଗର ଶାଢ଼ୀ ସହ ଭାରୀ ଅଳଙ୍କାରରେ ନଜର ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପାପାରାଜି ପାଇଁ ପୋଜ୍ କରୁଥିବାବେଳେ ସେ ପାପାରାଜିଙ୍କୁ ଆଶୀର୍ବାଦ ଦେବା ସହ ସେମାନଙ୍କୁ ଦିୱାଲୀ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ଏଥିସହିତ, ଶାହାରୁଖ ଖାନ୍‌ଙ୍କ ପତ୍ନୀ ଗୌରୀ ଖାନ୍‌ ମଧ୍ୟ ଏକ ହ୍ୱାଇଟ୍‌ ଶାଢ଼ୀରେ ନଜର ଆସି ପାପାରାଜିଙ୍କ ପାଇଁ ପୋଜ୍ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: କପଡା ସହ ଏବେ ଫିଲ୍ମ ବି କରିବେ ଫ୍ୟାଶନ ଡିଜାଇନର, ପ୍ରଡକ୍ସନ ହାଉସ ଲଞ୍ଚ୍‌

ଅନ୍ୟ ପଟେ ଏହି ପାର୍ଟିରେ ଦ ଆର୍ଚିସ ଷ୍ଟାର କାଷ୍ଟ ମଧ୍ୟ ସାମିଲ ହୋଇଥିଲେ । ଷ୍ଟାର କିଡ୍ସ ତାରକାମାନେ ପାରମ୍ପରିକ ଲୁକ୍ ସହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶାହାରୁଖ ଖାନ୍‌ଙ୍କ ପ୍ରିୟ ସୁହାନା ଖାନ୍‌ ଏବଂ ଖୁସି କପୁର ଲାଲ ଏବଂ ଗୋଲ୍ଡେନ୍‌ ରଙ୍ଗର ଲେହେଙ୍ଗାରେ ନଜର ଆସିଥିଲେ । ସେହିପରି ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କୁ ମଧ୍ୟ ଏହି ପାର୍ଟିରେ ଦେଖିବାକୁ ମିଳିଛି । ଆଦିତ୍ୟ ବ୍ଲାକ୍‌ ରଙ୍ଗର କୁର୍ତ୍ତା ପାଇଜାମାରେ ନଜର ଆସିଥିବା ବେଳେ ଅନନ୍ୟା ଲେମନ ଗ୍ରୀନ ରଙ୍ଗର ଲେହେଙ୍ଗାରେ ଗର୍ଜିୟସ ଲୁକରେ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.