ETV Bharat / entertainment

ଖାନଙ୍କ ଘର ବାହାରେ ପ୍ରବଳ ଭିଡ, ଫଟୋ ଦେଖିଲେ ହୋଇଯିବେ ତାଜୁବ

ପ୍ରତିବର୍ଷ ଇଦ୍ ଦିନ ଶାହାରୁଖ ଏବଂ ସଲମାନ ଖାନଙ୍କ ଘର ବାହାରେ ଏମିତି ବିରାଟ ଜନସମାଗମ ହୋଇଥାଏ। ବର୍ତ୍ତମାନ ଏହାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଧିକ ପଢନ୍ତୁ

author img

By

Published : May 4, 2022, 12:22 PM IST

ଖାନଙ୍କ ଘର ବାହାରେ ବିରାଟ ଜନସମାଗମ
ଖାନଙ୍କ ଘର ବାହାରେ ବିରାଟ ଜନସମାଗମ

ମୁମ୍ବାଇ: ସରିଛି ପବିତ୍ର ଇଦ୍ ପର୍ବ । ସାରା ଦେଶରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନେ ଇଦ୍ ପାଳନ କରିଥିବା ବେଳେ ବଲିଉଡ୍‌ର କିଙ୍ଗ ଖାନ ଶାହରୁଖ ଏବଂ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ବାସଭବନ ଆଗରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ଇଦ୍‌ରେ ଶାହାରୁଖ ଏବଂ ସଲମାନଙ୍କର ଟିକେ ଝଲକ ପାଇବା ପାଇଁ ବ୍ୟାକୁଳ ହୋଇଯାଇଥିଲେ ଫ୍ୟାନ୍ । ପ୍ରତିବର୍ଷ ଇଦ୍ ଦିନ ଶାହାରୁଖ ଏବଂ ସଲମାନ ଖାନଙ୍କ ଘର ବାହାରେ ଏମିତି ବିରାଟ ଜନସମାଗମ ହୋଇଥାଏ । ବର୍ତ୍ତମାନ ଏହାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଗତକାଲି ସନ୍ଧ୍ୟାରେ ଶାହାରୁଖ ଖାନ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ଘର ‘ମନ୍ନତ’ରୁ ଇଦ୍ ମୁବାରକ ଜଣାଇଥିଲେ । ଫଟୋରେ ଦେଖିବାକୁ ମିଳିଛି ଯେ ସବୁଥର ଭଳି ଶାହାରୁଖ ତାଙ୍କ ଘରର ବାଲକୋନୀକୁ ଆସିଥିଲେ ଓ ପ୍ରଶଂସକମାନଙ୍କୁ ଇଦ ମୁବାରକ ଜଣାଇଥିଲେ । ସେ ହାତ ହଲାଇ ଓ ଫ୍ଲାଇଂ କିସ୍ ଦେଇ ଅଭିବାଦନ କରିଥିଲେ । ଶାହାରୁଖ ମଧ୍ୟ ସମସ୍ତଙ୍କ ସହ ସେଲଫି କ୍ଲିକ୍ କରି ପ୍ରଶଂସକମାନଙ୍କୁ ଖୁସି କରାଇ ଦେଇଥିଲେ । କିଙ୍ଗ ଖାନଙ୍କ ଆଇକନ ପୋଜ୍ ଦେଖି ପ୍ରଶଂସକ ବି ଖୁସି ହୋଇଯାଇଥିଲେ । ଏହି ସମୟର ଏକ ଭିଡିଓ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏବଂ ଫେସବୁକ୍‌ରେ ସେୟାର କରିଛନ୍ତି ।

କେବଳ ଶାହରୁଖ ଖାନ ନୁହେଁ ସଲମାନଙ୍କ ଘର ଆଗରେ ବି ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସଲମାନ ମଧ୍ୟ ବାଲକୋନିକୁ ଆସି ଦର୍ଶକୁ ହାତ ହଲାଇ ହାଏ କହିବା ସହିତ ଦବଙ୍ଗ ଷ୍ଟାଇଲ୍‌ରେ ସାଲ୍ୟୁଟ୍ କରିଥିଲେ । ଦର୍ଶକୁ ହାତ ଯୋଡ଼ି ସମ୍ମାନ ଜଣାଇବା ପରେ ଘର ଭିତରକୁ ଚାଲିଯାଇଥିଲେ । ବର୍ତ୍ତମାନ କେବଳ ଉଭୟଙ୍କ ଆଗାମୀ ଚଳଚ୍ଚିତ୍ରକୁ ଅପେକ୍ଷା । ଗୋଟିଏ ପଟେ କିଙ୍ଗ ଖାନ ପଠାନ ସହିତ ପରଦାକୁ ଫେରୁଛନ୍ତି। ଏଥିସହିତ ସଲମାନ ଖାନ କାଟ୍ରିନା କୈଫଙ୍କ ସହ ବଜରଙ୍ଗୀ ଭାଇଜନରେ ଧୁମ ମଚାଉଥିବା ଦେଖିବାକୁ ମିଳିବ ।

  • How lovely to meet you all on Eid…. May Allah bless you with love happiness and may the best of your past be the worst of your future. Eid Mubarak!! pic.twitter.com/zsxyB783gR

    — Shah Rukh Khan (@iamsrk) May 3, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.