ETV Bharat / entertainment

'ଡଙ୍କି' ବନାମ 'ସାଲାର'; ଆଡଭାନ୍ସ ବୁକିଂରେ ଏତିକି କୋଟି ଆୟ

author img

By ETV Bharat Odisha Team

Published : Dec 19, 2023, 11:43 AM IST

Dunki Vs Salaar Advance Booking: ବକ୍ସ ଅଫିସରେ ଏଥର ଜୋରଦାର ଟକ୍କର 'ଡଙ୍କି' ଏବଂ 'ସାଲାର ହେବାକୁ ଯାଉଛି । ବର୍ତ୍ତମାନ ଆଡଭାନ୍ସ ବୁକିଂ ଜାରି ରହିଥିବା ବେଳେ ସାଲାରକୁ ପଛରେ ପକାଇଛି ଡଙ୍କି । ଜାଣନ୍ତୁ, କେଉଁ ଫିଲ୍ମ କେତେ ଆୟ କରିଛି ?

'ଡଙ୍କି' ବନାମ 'ସାଲାର'; ଆଡଭାନ୍ସ ବୁକିଂରେ ଏତିକି କୋଟି ଆୟ
'ଡଙ୍କି' ବନାମ 'ସାଲାର'; ଆଡଭାନ୍ସ ବୁକିଂରେ ଏତିକି କୋଟି ଆୟ

ହାଇଦ୍ରାବାଦ: ୨୦୨୩ ବର୍ଷର ଶେଷରେ ବକ୍ସ ଅଫିସରେ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ । ସାଉଥ୍‌ ଏବଂ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଏବଂ ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ସାଲାର' ଏବଂ 'ଡଙ୍କି' ବର୍ତ୍ତମାନ ରିଲିଜ ପାଇଁ ପ୍ରସ୍ତୁତ । ଉଭୟ ଫିଲ୍ମକୁ ମାତ୍ର ଆଉ କିଛି ଦିନ ବାକି ଥିବା ବେଳେ ୧୫ ତାରିଖରୁ ଉଭୟ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ବର୍ତ୍ତମାନ ୪ ଦିନ ମଧ୍ୟରେ ସାଲାର ଏବଂ ଡଙ୍କି ମୋଟା ଅଙ୍କର ଟଙ୍କା ଆୟ କରିସାରିଲେଣି ।

  • " class="align-text-top noRightClick twitterSection" data="">

ବର୍ତ୍ତମାନ ଡିସେମ୍ବର ୨୨ରେ ରିଲିଜ ହେବ ପ୍ରଭାସଙ୍କ ଫିଲ୍ମ 'ସାଲାର' । ଏହି ଫିଲ୍ମର ପୂର୍ବରୁ ରିଲିଜ ହୋଇଥିବା ଟ୍ରେଲର ୧ ଓ ଟ୍ରେଲର ୨ ଦେଖି ଦର୍ଶକ ଦିୱାନା ହୋଇଥିବା ବେଳେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ଏହି କ୍ରମରେ ସାକ୍‌ନିକ୍‌ଙ୍କ ରିପୋର୍ଟ ଅନୁଯାୟୀ, ପ୍ରଭାସଙ୍କ ଫିଲ୍ମ ଏପର୍ଯ୍ୟନ୍ତ ପ୍ରଥମ ଦିନ ପାଇଁ ୬.୦୩ କୋଟି ଟଙ୍କା ଆୟ କରିଛି । ହିନ୍ଦୀ ଶୋ' ପାଇଁ ୩୬,୨୬୨ ଟିକେଟ୍‌ରୁ ୧.୧୨ କୋଟି ଟଙ୍କା ଦେଇଥିବାବେଳେ ତେଲୁଗୁ ଶୋ' ପାଇଁ ୧,୨୯, ୮୧୭ ଟିକେଟ୍ ବିକ୍ରି କରି ୩.୫୨ କୋଟି ଟଙ୍କା ଆୟ କରିଛି । ଏଥିସହ ଏହି ଫିଲ୍ମ କନ୍ନଡ଼, ତାମିଲ ଏବଂ ମାଲାୟାଲମରେ ମଧ୍ୟ ମୁକ୍ତିଲାଭ କରୁଛି ଏବଂ ଟିକେଟ୍ ବିକ୍ରି ଧୀରେଧୀରେ ଏହି ମଧ୍ୟ ଭାଷାଗୁଡ଼ିକରେ ବୃଦ୍ଧି ପାଇବାରେ ଲାଗିଛି ।

'ଡଙ୍କି' ୨୧ ଡିସେମ୍ବରରେ ରିଲିଜ ହେବାକୁ ଥିବା ବେଳେ ଫିଲ୍ମକୁ ନେଇ ଏବେଠାରୁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳିଛି । ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ଫିଲ୍ମ ବମ୍ପର କଲେକ୍ସନ କରିଛି । ସମଗ୍ର ଭାରତରେ ୯,୬୯୪ ଶୋ ପାଇଁ ୨,୫୫,୭୯୬ ଟିକେଟ୍ ବିକ୍ରି କରିସାରିଲାଣି । ଏଥିସହ ଫିଲ୍ମ ମୋଟ ୭.୩୬ କୋଟି ଆୟ କରିସାରିଲାଣି । ତେବେ ଏଥିରୁ ଜଣାପଡୁଛି ଯେ, ଡଙ୍କି ପ୍ରଭାସଙ୍କ ଫିଲ୍ମ ସାଲାରକୁ ଫଛରେ ପକାଇଛି ।

ଏହା ମଧ୍ୟ ପଢନ୍ତୁ: ୩ ଦିନ ପରେ ପରଦାକୁ ଆସୁଛି 'ସାଲାର', ରିଲିଜ ହେଲା ପ୍ରଭାସଙ୍କ ଫିଲ୍ମର 'ଟ୍ରେଲର ୨'

'ସାଲାର' ବିଷୟରେ କହିବାକୁ ଗଲେ, ଏଥିରେ ସୁପରଷ୍ଟାର ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ଅନ୍ୟପଟେ ପଠାନ ଏବଂ ଜବାନ ପରି ହିଟ୍‌ ଫିଲ୍ମ ପରେ ଶାହାରୁଖ ଖାନ ଚଳିତ ବର୍ଷ 'ଡଙ୍କି' ସହ ହ୍ୟାଟ୍ରିକ ସ୍କୋର କରିବାକୁ ଯାଉଛନ୍ତି । ତେବେ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଶାହାରୁଖ ଖାନଙ୍କ ବ୍ୟତୀତ ବିକି କୌଶଲ, ତାପସୀ ପନ୍ନୁ, ବୋମନ ଇରାନୀ, ସତୀଶ ଶାହାଙ୍କ ପରି ବଲିଉଡ୍‌ ଅଭିନେତାମାନେ ଅଭିନୟ କରିଛନ୍ତି । ତେବେ ଶାହାରୁଖ ରାଜକୁମାର ହିରାନୀ ଏବଂ ତାପସୀ, ବିକିଙ୍କ ସହ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.