ETV Bharat / entertainment

'ସାଲାର' ରିଲିଜ ପୂର୍ବରୁ ବଢିଲାଣି କ୍ରେଜ୍, ମୁମ୍ବାଇରେ ଲାଗିଲା ପ୍ରଭାସଙ୍କ ୧୨୦ ଫୁଟ୍‌ର କଟଆଉଟ୍

author img

By ETV Bharat Odisha Team

Published : Dec 18, 2023, 6:43 AM IST

Salaar Craze: 'ସାଲାର'ର ରିଲିଜ ତାରିଖ ଯେତିକି ପାଖେଇ ଆସୁଛି ସେତିକି ବଢ଼ି ବଢ଼ି ଚାଲିଛି ଫିଲ୍ମର କ୍ରେଜ । ପ୍ରଭାସଙ୍କ ୧୨୦ ଫୁଟ୍‌ର କଟ୍ ଆଉଟ୍ ପ୍ରସ୍ତୁତ କରିଛନ୍ତି ଫ୍ୟାନ୍ସ । ଅଧିକ ପଢନ୍ତୁ

salaar craze
ସାଲାର କ୍ରେଜ୍

ହାଇଦ୍ରାବାଦ: ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ଘଟାଇ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି 'ସାଲାର' । ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଏହି ଫିଲ୍ମ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ରିଲିଜ ତାରିଖ ଯେତିକି ପାଖେଇ ଆସୁଛି ସେତିକି ବଢ଼ି ବଢ଼ି ଚାଲିଛି ଫିଲ୍ମର କ୍ରେଜ । ଏହାରି ଭିତରେ ମୁମ୍ବାଇରେ ଦେଖିବାକୁ ମିଳିଛି ପ୍ରଭାସଙ୍କ ୧୨୦ ଫୁଟ୍‌ର କଟ୍ ଆଉଟ୍ ।

ତେବେ ପ୍ରଭାସଙ୍କ ପାଇଁ ଏହି କଟ୍‌ଆଉଟ୍ କିଛି ନୂଆ କଥା ନୁହେଁ । କାରଣ ପୂର୍ବରୁ ମଧ୍ୟ ତାଙ୍କର ୪୪ତମ ଜନ୍ମଦିନ ଅବସରରେ କଟଆଉଟ୍ ପ୍ରସ୍ତୁତ କରି ସେଲିବ୍ରେସନ କରିଥିଲେ ଫ୍ୟାନ୍ସ । ସାଉଥରେ ଅଭିନେତା ପ୍ରଭାସଙ୍କ ଜନ୍ମଦିନର ଭିନ୍ନ କ୍ରେଜ ଦେଖିବାକୁ ମିଳିଥିଲା । ପ୍ରଭାସଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ସେମାନଙ୍କର ପ୍ରିୟ ତାରକାଙ୍କ କଟ୍‌ଆଉଟ୍ ପ୍ରସ୍ତୁତ କରି କେକ କାଟି ହୋର୍ଡିଂରେ ଫୁଲମାଳା ଚଢ଼ାଇ ଧୁମଧାମରେ ସେଲିବ୍ରେସନ କରିଥିଲେ । ସେଲିବ୍ରେସନର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହୋଇଥିଲା ।

ତେବେ ହୋମ୍ବଲେ ଫିଲ୍ମସ 'ସାଲାର ପାର୍ଟ-୧'ର ପ୍ରଯୋଜନା କରିଥିବା ବେଳେ ପ୍ରଯୋଜନା ସଂସ୍ଥା ଏନେଇ ଖୁଲାସା କରିଥିଲେ । ଫିଲ୍ମର ସୁଟିଂ ରାମୋଜୀ ଫିଲ୍ମ ସିଟିରେ କରାଯାଇଥିବା କହିଥିଲେ ସିନେମାଟୋଗ୍ରାଫର । ତେବେ ସାଲାରର ବଜେଟ୍ KGF ଠାରୁ ମଧ୍ୟ ବହୁ ମାତ୍ରାରେ ଅଧିକ ବୋଲି କୁହାଯାଇଥିଲା ।

ଆଉ କିଛି ଦିନ ପରେ ଅର୍ଥାତ୍ ଡିସେମ୍ବର ୨୨ରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ 'ସାଲାର' । ଗୋଟିଏ ପଟେ କିଙ୍ଗ ଖାନଙ୍କ ଫିଲ୍ମ 'ଡଙ୍କି' ରିଲିଜ ହେବାକୁ ଥିବାବେଳେ ଅନ୍ୟପଟେ ଏହାକୁ ଟକ୍କର ଦେବାକୁ ଯାଉଛି 'ସାଲାର' । ଉଭୟ ସୁପରଷ୍ଟଚାରଙ୍କ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଫିଲ୍ମ ରିଲିଜକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଉଭୟ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ।

ଫିଲ୍ମ 'ସାଲାର' ଡିସେମ୍ବର ୨୨ରେ ତେଲୁଗୁ, କନ୍ନଡ଼, ମାଲାୟଲାମ, ତାମିଲ ଓ ହିନ୍ଦୀ ଭଳି ୫ଟି ଭାଷାରେ ରିଲିଜ ହେବ । ଏଥିରେ ସୁପରଷ୍ଟାର ପ୍ରଭାସଙ୍କ ସହ ପ୍ରୀତିରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ ।

ଏହା ବି ପଢନ୍ତୁ...ବକ୍ସ ଅଫିସରେ ପ୍ରଭାସ-କିଙ୍ଗ ଖାନଙ୍କ ଟକ୍କର, କିଏ ମାରିବ ବାଜି?

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.